Odisha news

ଇଣ୍ଡିଆ ରେକର୍ଡ ପରେ ବିଶ୍ଵ ରେକର୍ଡ କଲେ ଦାନିସ ଦିବ୍ୟାଂଶ

0
ଦାନଗଦି : ସାଧାରଣତଃ ୪ବର୍ଷର ପିଲାମାନେ ନିଜର ନାମ କହିପାରୁନଥିବା ବେଳେ ତୁଳସୀ ଦୁଇ ପତ୍ରରୁ ବାସିବା ପରି ଦାନଗଦି ବ୍ଲକ୍ ଯଖପୁରା ଗ୍ରାମର ମା କୌଶଲ୍ୟା ଓ ବାପା ପୂର୍ଣ୍ଣଚନ୍ଦ୍ର ରାଉତ ଙ୍କ ଏକ ମାତ୍ର ପୁତ୍ର ଦାନିଶ ଦିବ୍ୟାଂଶ(୪)ବର୍ଷ ନିଜ ରାଜ୍ୟ ତଥା ଜିଲ୍ଲାର ନାମକୁ ଗୌରବନ୍ଵିତ କରିଛନ୍ତି। ମାତ୍ର ୩୯ ସେକେଣ୍ଡରେ ଏସିଆ ମହାଦେଶର ୪୮ ଟି ଦେଶର ରାଜଧାନୀ ନାମ କହିପାରୁଛନ୍ତି। ଦାନିଶ ଙ୍କ ସଫଳତାରେ ତାଙ୍କ ପରିବାର ଖୁସିବ୍ୟକ୍ତ କରିବା ସହିତ ଗ୍ରାମବାସୀ ଖୁସି ହୋଇଛନ୍ତି। ଦାନିଶ୍ ର ବାପା ପୂର୍ଣ୍ଣଚନ୍ଦ୍ର ଭିସା ଷ୍ଟିଲ ରେ କାର୍ଯ୍ୟରତ କର୍ମଚାରୀ ହୋଇଥିବା ବେଳେ ମା ଗୃହିଣୀ। ଦାନିଶ୍ ଯଖପୁରାରେ ଥିବା ଜାଭିୟର ଜୁନିଅର ସ୍କୁଲ ର ଏଲକେଜି ଛାତ୍ର। ଇଣ୍ଡିଆ ବୁକ୍ ଅଫ ରେକର୍ଡ,ବିଶ୍ଵ ରେକର୍ଡ କରିବା ପରେ  ଦାନିଶ୍ କିପରି ଲିମକା ବୁକ୍ ଅଫ୍ ରେକର୍ଡ ରେ ସ୍ଥାନ ପାଇବ ଉଦ୍ୟମ ଜାରି ରହିବ ବୋଲି ତା ମାଆ କୌଶଲ୍ୟା ମୁଦୁଲି କହିଛନ୍ତି ।ପ୍ରକାଶ ଥାଉ କି ପୂର୍ବରୁ ଦାନିଶ୍ ଜାନୁଆରୀ ମାସରେ ୨୯ ସେକେଣ୍ଡ ରେ ଦେଶର ସାତ ଟି କେନ୍ଦ୍ରଶାସିତ ଅଞ୍ଚଳ ଓ ୨୮ ଟି ରାଜ୍ୟର ରାଜଧାନୀ ନାମ କହି ଜିଲ୍ଲାକୁ ଗୌରବାନ୍ଵିତ କରିଥିଲେ। ମା କୌଶଲ୍ୟା ମୁଦୁଲି ଙ୍କ ଉଦ୍ୟମ ଓ ଦାନିସ୍ ର ଆଗ୍ରହ ଯୋଗୁ ଏତେବଡ ସଫଳତା ହାସଲ ହୋଇପାରିଛି ବୋଲି ପାରିବାର ଲୋକେ କହୁଛନ୍ତି। କୌଶଲ୍ୟା ଆହୁରି ମଧ୍ୟ କହିଛନ୍ତି କି ପୁଅ ଦାନିସ୍ କୁ ଲିମକା ବୁକ ଅଫ ରେକର୍ଡ ରେ ସ୍ଥାନ ପାଇବା ପାଇଁ ଚେଷ୍ଟା କରିବୁ ଓ ମୋର ବିଶ୍ବାସ ଦାନିସ୍ ମଧ୍ୟ ଏହା କରିଦେଖାଇବ। ଦାନିସ୍ ର ସଫଳତା ପାଇଁ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁଛି।
Leave A Reply