Odisha news

ମାଣତିରା ରୁ ଶୁଭାରମ୍ଭ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

0
ଦାନଗଦି, ତା ୧୬/୨ : ଦାନଗଦି ବ୍ଲକ ମାଣତିରା ପଞ୍ଚାୟତ ରୁ ଆଜି ଆମ ଓଡ଼ିଶା ନବୀନ ଓଡ଼ିଶା ର ରୂପାନ୍ତକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ରାଜ୍ୟ ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ ଇ° ପ୍ରିତିରଞ୍ଜନ ଘଡ଼ାଇ ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା ରେ ରାଜ୍ୟ ସରକାର ଏବେ ଏବେ ଅନେକ ଯୋଜନା ଘୋଷଣା କରିଛନ୍ତି।ଓଡ଼ିଶା ରାଜ୍ୟକୁ ନୂତନ ଭାବରେ ରୂପାନ୍ତକରଣ କରିବା ପାଇଁ ଅନେକ ଯୋଜନା ସବୁ ହାତକୁ ନିଆ ଯାଇଛି। ଯାହାକୁ ଘରେ ଘରେ ପହଞ୍ଚାଇବା ପାଇଁ ପ୍ରତି ବ୍ଲକ୍ ର ପଞ୍ଚାୟତ ମାନଙ୍କରେ ସଭା ସମିତି କରି ଲୋକମାନଙ୍କୁ ସଚେତନ କରାଇବା ସହିତ ଲୋକମାନଙ୍କୁ ସରକାର କରିଥିବା ଯୋଜନା ବିଷୟରେ ସୂଚନା ଦିଆଯାଉଛି।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ମନ୍ତ୍ରୀ ଶ୍ରୀଯୁକ୍ତ ଘଡ଼ାଇ  ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ତା ସହିତ ମାଣତିରା ଓ ପଙ୍କପାଳ ପଞ୍ଚାୟତ ରେ ସଫଳତା ହାସଲ କରିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କୁ ସମ୍ବର୍ଦ୍ଧିତ କରିଥିଲେ।ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ବୃଦ୍ଧ ଓ ବୃଦ୍ଧା ଙ୍କୁ ରାଜ୍ୟ ସରକାରଙ୍କ ଦ୍ଵାରା ବର୍ଦ୍ଧିତ ଭତ୍ତା ଟଙ୍କା ପାଞ୍ଚ ଶହ ଟଙ୍କାରୁ ହଜାର ଟଙ୍କାକୁ ପ୍ରଦାନ କରିଥିଲେ।ସରକାରଙ୍କ ଅନେକ ଯୋଜନା ବିଷୟରେ ଲୋକମାନଙ୍କୁ କହିଥିଲେ।ଗତ ପାଞ୍ଚବର୍ଷ ଭିତରେ ସରକାର ଘୋଷଣା କରିଥିବା ଯୋଜନା କିପରି ସଫଳତା ପାଇଛି ତାହାକୁ କହିଥିଲେ।ସ୍କୁଲ ଠାରୁ ଖେଳ ପଡିଆ,ସ୍ୱାସ୍ଥ୍ୟ ହେଉ କି ଶିକ୍ଷା,ଗମନା ଗମନ ହେଉକି ପାର୍କ,ମହିଳା ଶସକ୍ତିକରଣ ହେଉ କି ବି ଏସ କେ ୱାଇ ନବୀନ କାର୍ଡ ସଫଳତାର ଏକ ମାଇଲ ଖୁଣ୍ଟ ବୋଲି କହିଥିଲେ।ସେଥିପାଇଁ ମନ୍ତ୍ରୀ ମହୋଦୟ ନବୀନ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।ଆଗାମୀ ଦିନରେ ପୁଣି ନବୀନ ସରକାରଙ୍କୁ ସହଯୋଗ କରିବାପାଇଁ ଉପସ୍ଥିତ ଜନସାଧାରଣ ଙ୍କୁ ନିବେଦନ କରିଥିଲେ।ଆଜିର ଏହି ଦୁଇ କାର୍ଯ୍ୟକ୍ରମରେ ଉଭୟ ମାଣତିରା ଓ ପଙ୍କପାଳ ପଞ୍ଚାୟତ ର ଅନେକ ଜନସାଧାରଣ ଓ କର୍ମୀ ଙ୍କ ସହିତ ମନ୍ତ୍ରୀ ଙ୍କ ପ୍ରତିନିଧି,ଦାନଗଦି ପଞ୍ଚାୟତ ସମିତି ଅଧ୍ୟକ୍ଷା,ଦାନଗଦି ବିଜୁଜନତା ଦଳ ସଭାପତି,ଜିଲ୍ଲା ପରିଷଦ ଦଶ ନମ୍ବର ଜୋନ,ଉଭୟ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ୭ ଶହ ରୁ ଉର୍ଦ୍ଧ୍ବ ମହିଳା ମାନେ ଯୋଗଦେଇଥିଲେ।
IEC 2 years
Leave A Reply