Odisha news

କଳିଙ୍ଗନଗର ବିକାଶ ରେ ପ୍ରତିବନ୍ଦକ ସାଜିଛି ୫୩ ନମ୍ବର ଜାତୀୟ ରାଜପଥ ଓ ପୋଲ

0
ଦାନଗଦି, ତା ୨୦/୬  : କଳିଙ୍ଗନଗର ର ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଥିବା ୫୩ ନମ୍ବର ଜାତୀୟ ରାଜପଥ ଓ ବ୍ରାହ୍ମଣୀ ପୋଲ ।
ସମସ୍ୟା ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଉଦବେଗ ପ୍ରକାଶ କରିବା ସହିତ ଏ ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l
୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଠାରୁ ତାଳଚେର ପର୍ଯ୍ୟନ୍ତ ରହିଥିବା ରାସ୍ତା ଟି ବିଭିନ୍ନ ଖଣି ଅଞ୍ଚଳ ଓ କଳିଙ୍ଗନଗର ଶିଳ୍ପାଞ୍ଚଳ ର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିଲେ ହେଁ ଏହାକୁ ୪ ଥାକିଆ ଭାବେ ନିର୍ମାଣ ସାରିବାକୁ ଗୁରୁତ୍ୱ ଦିଆଯାଉନାହିଁ l ଜାତୀୟ ରାଜପଥ କତୃପକ୍ଷ ୬ ବର୍ଷ ତଳେ କାମ ଆରମ୍ଭ କରିଥିଲେ l ଚଣ୍ଡିଖୋଲ ଠାରୁ ଡ଼ୁବୁରୀ ପର୍ଯ୍ୟନ୍ତ ୩୯ କିଲୋମିଟର ରାସ୍ତା କୁ କାର୍ଯ୍ୟାଦେଶ ପାଇଥିବା ପ୍ରଥମ ଠିକା ସଂସ୍ଥା ଅଧାପନ୍ତରିଆ ଭାବେ ଛାଡି ଗାଏବ୍ ହୋଇଯାଇଥିଲେ l ୩ ବର୍ଷ ତଳେ ଠିକା ସଂସ୍ଥା ଛାଡି ଯିବା ପରେ ଗେମନ୍ ଇଣ୍ଡିଆ ନାମକ ଅନ୍ୟ ଏକ ଠିକା ସଂସ୍ଥା ଏଠାରେ କାମ କରୁଥିଲା l ମାତ୍ର ରାସ୍ତା ର ଭାଗ୍ୟ ଯେଉଁ ଅନ୍ଧାର ରେ କୁ ସେଇ ଅନ୍ଧାର ରେ ରହିଗଲା l ଗତ ୩ ମାସ ହେଲା ରାସ୍ତା ନିର୍ମାଣ କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି l ରାସ୍ତା ନିର୍ମାଣ ପାଇଁ ପଡିଥିବା ପାଉଁଶ ଅନ୍ୟ ସାମଗ୍ରୀରୁ ସ୍ରୁଷ୍ଟି ହେଉଥିବା ଧୂଳି ପ୍ରଦୂଷଣ ଅନେକ ସମୟରେ ରାସ୍ତା ବ୍ୟବହାରକାରୀ ଙ୍କ ପାଇଁ ବିପଦ ସୃଷ୍ଟି କରୁଛି l ଅନ୍ୟପକ୍ଷରେ କବାଟବନ୍ଧ ନିକଟରେ ବ୍ରାହ୍ମଣୀ ନଦୀ ଉପରେ ଦ୍ଵିତୀୟ ପୋଲ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ମାଣ ଆରମ୍ଭ ହୋଇନାହିଁ l ଶିଳ୍ପାଞ୍ଚଳ କୁ ବହୁ ମାତ୍ରାରେ ଭାରିଯାନ ଓ ୪ ଚକିଆ ଗାଡ଼ି ଯାତାୟାତ କରୁ ଥିବାରୁ ଭିଡ ଲାଗିରହୁଛି। ଯାହାକି ବହୁ ସମୟରେ ଦୁର୍ଘଟଣା ମାନ ଘଟି ସାଧାରଣ ଲୋକଙ୍କର ଜୀବନ ହାନି ଘଟୁଛି । ଏଣୁ ତୁରନ୍ତ ଏହି ପୋଲ କାମ ଆରମ୍ଭ କରିବାକୁ ଏ ବାବଦରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡାଇ କେନ୍ଦ୍ର ଭୂ-ପୃଷ୍ଟ ପରିବହନ ତଥା ଜାତୀୟ ରାଜପଥ ମନ୍ତ୍ରୀ ନୀତିନ୍ ଜୟରାମ ଗଡ଼କରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଶ୍ରୀ ଘଡାଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି l
Leave A Reply