ଦାନଗଦି, ତା ୨୯/୪ : ଯାଜପୁର ଜିଲ୍ଲା ଦାନଗଦି ତହସିଲ ଜଖପୁରା ଠାରେ ମେଷର୍ସ ଜଟିଆ ଷ୍ଟିଲ ଲିମିଟେଡ ଦ୍ୱାରା ୪୦ ଏକର ଜମିରେ ପ୍ରସ୍ତାବିତ ୭ ଲକ୍ଷ ପଚାଶ ହଜାର ଟିପିଏ ରୋଲ୍ଡ ପ୍ରଡକ୍ଟ ଉତ୍ପାଦନ ନିମନ୍ତେ ଏକ ଗ୍ରୀନ ଫିଲ୍ଡ ପ୍ରକଳ୍ପ ର ପ୍ରସ୍ତାବ ରଖାଯାଇଛି। ଏହି କାରଖାନା ପ୍ରତିଷ୍ଠା ହେଲେ ପରିବେଶ ଉପରେ କି କି ପ୍ରକାର ପ୍ରଭାବ ପକାଇବ ସେଥି ନିମନ୍ତେ ଅବଶ୍ୟକିୟ ପରିବେଶ ସମ୍ଭଦ୍ଧିୟ ଜନଶୁଣାଣୀ ଶିବିର ଆଜି ଦାନଗଦି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ଼ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଶିବିରରେ କଳିଙ୍ଗନଗର ଏ ଡି ଏମ୍ ସନ୍ତୋଷ କୁମାର ମିଶ୍ର ସଭାପତିତ୍ଵ କରିଥିଲେ । ଶିବିର ରେ ସ୍ଥାନୀୟ ଜଖପୁରା ପଞ୍ଚାୟତ, ମାନତିରା ପଞ୍ଚାୟତ ଓ ମଙ୍ଗଳପୁର ପଞ୍ଚାୟତ ଲୋକମାନଙ୍କ ଠାରୁ ମତାମତ ନିଆ ଯାଇଥିଲା। ଏଥିରେ ପ୍ରାୟ ୩ ଶହ ରୁ ଉର୍ଦ୍ଧ୍ବ ଲୋକମାନେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୮ ଜଣ କାରଖାନା ସପକ୍ଷରେ ମତ ରଖି ଥିବା ବେଳେ ୫ ଜଣ ଲିଖିତ ଭାବେ ସମର୍ଥନ ଜଣାଇଥିଲେ।
ପ୍ରଦ୍ୟୁଷଣ ବିଭାଗ ପକ୍ଷରୁ ସେମାନଙ୍କ ବୟାନ ରେକର୍ଡ କରାଯାଇଥିଲା । ଯାହାକି ଏହି ଜନଶୁଣାଣୀ ଶିବିର କାରଖାନା ସପକ୍ଷରେ ଯାଇଥିଲା। ଚାନ୍ଦିଆ ପଞ୍ଚାୟତ ରୁ ସରପଞ୍ଚ ପାଣ୍ଡୁ ସିଂ ଖୁଣ୍ଟିଆ, ସୁଦାମ ଚରଣ ନାୟକ, ମାନତୀରା ପଞ୍ଚାୟତ ରୁ ସମିତି ଜୟନ୍ତୀ ମଲ୍ଲିକ, ପୁଷ୍ପଲତା ଘଡାଇ, କୃଷ୍ଣ ପାଲ, ଚନ୍ଦନ ପାତ୍ର, ଦିପେଶ ଘଡାଇ, ଦୁର୍ଯୋଧନ ବେହେରା, ଜଖପୁରା ପଞ୍ଚାୟତ ରୁ ଦିଲ୍ଲୀପ କୁମାର ନାୟକ, କୈଳାସ ଜେନା, ସୁଜାତା ଲକ୍ଷ୍ମୀ ମହାନ୍ତି, ତ୍ରିଲୋଚନ ଧଳ, କାଳନ୍ଦି ସେଠୀ, ସୋନାଲି ପୋହି, ବସନ୍ତ ରାଉତ, ବିଶ୍ୱଜିତ୍ ନାୟକ, ମଙ୍ଗଳପୁର ପଞ୍ଚାୟତ ରୁ ସରପଞ୍ଚ ବାବୁଲି ନାଟିଆ , ବିଷ୍ଣୁ ମଲିକଙ୍କ ସମେତ ମୋଟ ୨୮ ଜଣ ଏହି ପ୍ରକଳ୍ପ କୁ ସମର୍ଥନ କରିଥିଲେ । ତ୍ରୀଜଙ୍ଗା ପଞ୍ଚାୟତ ରୁ ରଞ୍ଜନ କୁମାର ଧୀର କାରଖାନା କୁ ସ୍ବାଗତ କରି ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ମେସ୍କୋ କାରଖାନା କୁ ତୁରନ୍ତ ଚାଲୁ କରିବାକୁ ପ୍ରଶାସନ କୁ ଅନୁରୋଧ କରିଥିଲେ । ସେହିପରି ଜଖ ପୁରା ଗ୍ରାମର ଅଜୟ ଦାସ ୨୦୦୫ ବିସ୍ଥାପିତ ନୀତିକୁ ପରିବର୍ତ୍ତନ ପାଇଁ ଦାବି ରଖିଥିଲେ । ପରେ କାରଖାନା ପକ୍ଷରୁ ପ୍ରୋଜେକ୍ଟ ହେଡ ସୁଧାନିଧି ରାଉତ କାରଖାନା ପରିସରରେ ୩୪.୩୮ % ଜାଗାରେ ବୃକ୍ଷ ରୋପଣ କରିବା ସହ, ଯୋଗ୍ୟତା ଭିତ୍ତିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ ଓ ପ୍ରଦ୍ୟୁଷଣ ନିୟନ୍ତ୍ରଣ କୁ ଗୁରୁତ୍ୱ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଶିବିରରେ କଳିଙ୍ଗନଗର ଏଏସ୍ ପି ଏସ୍ ଟପୋ, ଦାନଗଦି ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ, କଳିଙ୍ଗନଗର , ଜଖପୁରା ଓ କାଳିଆପାଣିର ଥାନା ଅଧିକାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ