Odisha news

କାକଟପୁର ସରକାରୀ ହାଇସ୍କୁଲ 5t ରେରୂପାନ୍ତରିତ

0
କାକଟପୁର 29/4 ପୁରୀଜିଲ୍ଲା ର 53 ଟି ସ୍କୁଲ 5t ରେ ରୂପାନ୍ତରିତ ମଧ୍ୟରେ ସର୍ବ ପୁରାତନ କାକଟପୁର ସରକାରୀ ହାଇସ୍କୁଲ 5t ର ମାନ୍ୟତା ପାଇ ଭିଡ଼ିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି l ଏଥି ନେଇ ସ୍ଥାନୀୟ ଅଞ୍ଚଳ ବାସୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର, ଛାତ୍ରୀ ଙ୍କ ମଧ୍ୟରେ  ଆନନ୍ଦ ଉଲ୍ଲାସ ଦେଖା ଦେଇଛି l ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କହିଥିଲେ ଯେ ଛାତ୍ର ଛାତ୍ରୀ ଙ୍କ ସଫଳତା ହେଉଛି ଓଡିଶା ର ସଫଳତା l ପିଲା ମାନଙ୍କୁ ସବୁ ପ୍ରକାର ସୁବିଧା ଦେବା ପାଇଁ ଚେଷ୍ଠା ଚାଲିଛି l ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ଙ୍କ ଉଦ୍ୟମ ଯୋଗୁଁ ଏହି ସ୍କୁଲ 5T ର ମାନ୍ୟତା ପାଇଥିବାରୁ କାକଟପୁର ଅଞ୍ଚଳ ବାସୀ କୃତଜ୍ଞତା ଜଣାଇଛନ୍ତି l ସ୍ଥାନୀୟ ବିଡିଓ ଡ଼ଃ ତୁଷାର ଜ୍ୟୋତି ରଞ୍ଜନ ଙ୍କ ତତ୍ୱାବଧାନରେ ଯନ୍ତ୍ରୀ ପ୍ରାଚୀ ପ୍ରଜ୍ଞା ସାହୁ ଙ୍କ ଉପସ୍ଥିତ ରେ ଏହି ରୂପାନ୍ତରିତ କାର୍ଯ୍ୟ ଶେଷ ହୋଇଥିଲା l ଏହି ଲୋକାର୍ପିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ରାଉତ, ସହକାରୀ ପୀତବାସ ଦୀକ୍ଷିତ, ସତ୍ୟନାରାୟଣ ସେଠୀ,ଧୀରେନ୍ଦ୍ର ଚାନ୍ଦ, ପ୍ରଭାତ ଦୀକ୍ଷିତ, ପରିଚାଳନା କମିଟି ସଦସ୍ୟ, ପଞ୍ଚାୟତ ପ୍ରତିନିଧି, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l

Leave A Reply