ଦାନଗଦୀ/ଡ଼ୁବୁରୀ :ବାର୍ଦ୍ଧକ୍ୟ ବୟସରେ କେହି ନ ଥିଲେ କେତେ ଯେ ଦୁଃଖ ଯନ୍ତ୍ରଣା ସହି ବାକୁ ହୁଏ, ଶୀତ କାକର ଖରା ରେ ପେଟ ଚାଖଣ୍ଡକ ପାଇଁ କିପରି କଷ୍ଟ କରିବାକୁ ପଡେ ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବୃଦ୍ଧା ସୁଲୋଚନା ଜେନା , ଦାନଗଦି ବ୍ଲକ ଅନ୍ତର୍ଗତ ଓଲ୍ଲଳ ପଂଚାୟତ ର କଣ୍ଟିପୁର ଗାଁ ରେ ଘର, ସୁଲୋଚନା ଙ୍କର ସ୍ୱାମୀ ଖଗେଶ୍ୱର କ୍ୟାନ୍ସର ରେ ପୀଡିତ ହୋଇ ଅର୍ଥ ଅଭାବରୁ ଆଜକୁ ଦଶ ବର୍ଷ ତଳୁ ଆଖି ବୁଜିଲେ, ତାପରେ ଦୁଃଖ ପରେ ଦୁଃଖ ର ମାଡି ଆସିଲା, ବଡ଼ ଝିଅ ବାହା ଦେଇଥିଲେ ସେ ମଧ୍ୟ୍ୟ ଚାଲିଗଲା ! କୁନି ଝିଅ ରୁବି କୁ ମା ସୁଲୋଚନା ପାଖରେ ଛାଡି ଦେଇ, ପୁଅ ମଧ୍ୟ୍ୟ ମୃତ୍ୟୁ ବରଣ କଲା, ଏକା ହୋଇଗଲା ସୁଲୋଚନା ପାଖରେ ନାତୁଣୀ ରୁବି, ସେ ମଧ୍ୟ୍ୟ ପୋଲିଓ ରେ ଆକ୍ରାନ୍ତ, ଦିବ୍ୟାଙ୍ଗ ଗୋଡ଼ ଦୁଇଟା ଅଚଳ, ଘୁସୁରି ଘୁସୁରୀ ଚାଲୁଛି ବୟସ ସାତ, ସୁଲୋଚନା କିଛି ସୋଲା ମୋଟର ବୁଲି ବୁଲି ବିକିଲେ ନାତୁଣୀ ଆଉ ସିଏ ଦୁଃଖ କଷ୍ଟରେ ପେଟ ପୋଷନ୍ତି, ଦୁର୍ଭାଗ୍ୟ କିଛି ଦିନ ହେଲା ସୁଲୋଚନା ଙ୍କର ଦେହ ଖରାପ, ଦେହ ହାତ ସମ୍ପୂର୍ଣ ଥରୁଛି, ଖାଇବା ପିଇବା କୁ ଇଛା ହେଉନାହିଁ କରିବା ବା କଣ,ମୁଣ୍ଡରେ ଦିବ୍ୟାଙ୍ଗ ନାତୁଣୀ ର ବୋଝ, ନାତୁଣୀ ର ଗୋଡ଼ ଦୁଇଟି ରେ ଘା ହୋଇଯାଇଛି, ସେ ବି କଷ୍ଟ ପାଉଛି, ନିଜ ର ଶରୀର ସମ୍ଭାଳି ବାକୁ ଅକ୍ଷମ, ପାଖରେ ଟଙ୍କା ଟିଏ ନାହିଁ କରିବ ବା କଣ, ଅସହାୟ ଅବସ୍ଥାରେ ପଡ଼ି ରହିଛି, ଯାହାର କେହି ନାହିଁ ତାକୁ ଅବା ସାହା ହେବ କିଏ? ଶିଳ୍ପ ନଗରୀ ସୁନାର ସୁକିନ୍ଦା ରେ ସୁଲୋଚନା ର ଦୁଃଖ ରେ କୌଣସି ସ ହୃଦୟ ବ୍ୟକ୍ତି କି ଅନୁଷ୍ଠାନ ସାହାଯ୍ୟ ଓ ସହଯୋଗ ର ହାତ ବଢାଇବା ପାଇଁ ସେ ଆକୁଳ ନିବେଦନ କରିଛନ୍ତି, ସୁଲୋଚନା କାନ୍ଦି କାନ୍ଦି କୁହନ୍ତି ମୋତେ ଘର ଖଣ୍ଡେ ଓ ମୋ ନାତୁଣୀ କି ଟ୍ରାଏ ସାଇକେଲ ଗାଡି ଖଣ୍ଡେ ଯୋଗାଇ ଦେଲେ ମୁଁ ବଞ୍ଚି ଯାଆନ୍ତି !