Odisha news

ମୁହାଁ ମୁହିଁ ମଟରସାଇକେଲ ଧକ୍କା,୩ ଗୁରୁତର, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର

0

୨୭/୪: ଅପରାହ୍ନ ପ୍ରାୟ ସାଢେ଼ ତିନିଟା ସମୟରେ ଦୁଇଟି ମଟରସାଇକେଲ କରଞ୍ଜିଆ-ଠାକୁରମୁଣ୍ଡା ରାଜ୍ୟ ରାଜପଥ ନମ୍ବର ସିଙ୍ଗଡ଼ା-କୁଦରସାହି ମଝିରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ତିନ ଆରୋହୀ ଗୁରୁତର ଅବସ୍ଥାରେ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ ହୋଇଥିବା ଖବର ଜଣାପଡିଛି। ତେବେ ଘଟଣା ଏହିକି ଯେ ଠାକୁରମୁଣ୍ଡା ବ୍ଲକ ପଡିଆବେଡା ପଞ୍ଚାୟତର କାବୁଲା ଦାସ(୩୦)  ତାଙ୍କ ସଙ୍ଗାତ ଝିଅ ଖସକୁଦର ଗାଁ ର ପ୍ରଭାତୀ ସିଂ (୧୭)ପିତା ନବକିଶୋର ସିଂ କୋଚିଂ ନେବା ପାଇଁ କରଞ୍ଜିଆ ମେସ ବୁଝିବାକୁ ଘରୁ ଆସିଥିଲେ। ସେମାନେ ସମସ୍ତ କିଛି ବୁଝାବୁଝି କରିବା ପରେ ଘରକୁ ଫେରୁଥିଲେ। ଏହି ସମୟରେ ଠାକୁରମୁଣ୍ଡା ପଟରୁ କରଞ୍ଜିଆ ବ୍ଲକ କୁଦରସାହି ଗାଁର ବିକ୍ରମ କିସ୍କୁ (୪୦) ନିଜ ମଟରସାଇକେଲ ଯୋଗେ ଆସୁଥିବା ବେଳେ କୈାଣସି କାରଣ ବଶତଃ ମୁହାଁ ମୁହିଁ ଧକ୍କା ହୋଇଥିଲା। ସମସ୍ତେ ରାସ୍ତା ଉପରେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ନିକଟସ୍ଥ ଲୋକମାନେ ସେହି ନିକଟରେ ଥିବା ଏକ ବୋଲେରୋ ଗାଡ଼ି ସାହାଯ୍ୟରେ ସମସ୍ତଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ। କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଉପଲବ୍ଧି କରି ଡାକ୍ତର ସମସ୍ତଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ମଟରସାଇକେଲ ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

Leave A Reply