ଦାନଗଦି, ତା ୧୫/୪ : ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି ରୁ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏକ କ୍ୟାଣ୍ଟିନ ଓ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏକ ସୁଲଭ ଶୌଚାଳୟ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରିତିରଞ୍ଜନ ଘଡାଇ ଶିଳାନ୍ୟାସ କରିଥିଲେ l ବ୍ଲକ୍ ଉପରେ ନିର୍ଭରଶୀଳ ଲୋକଙ୍କ ପାଇଁ ଏହି କ୍ୟାଣ୍ଟିନ୍ ରେ ସବୁ ପ୍ରକାର ଖାଦ୍ୟ ମିଳିବ l ମହିଳା ସଶକ୍ତକରଣ କାର୍ଯ୍ୟକ୍ରମ ରେ ଏହାକୁ ଚଳାଇବା ପାଇଁ ଯେ କୌଣସି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପରିଚାଳନା କରିବେ l କ୍ୟାଣ୍ଟିନ୍ ର ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଯାଜପୁର ସାଂସଦ ତାଙ୍କ ପାଣ୍ଠିରୁ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି l କ୍ୟାଣ୍ଟିନ୍ କୁ ସ୍ଵାସ୍ଥ୍ୟପ୍ରଦ ଭାବେ ପରିଚାଳନା କରିବା ପାଇଁ ପ୍ରସ୍ତୁତ ସମୟରେ ମୋଡୁଲାର ଢାଞ୍ଚା ରହିବ ବୋଲି ଦାନଗଦି ପଞ୍ଚାୟତ ସମିତି ଅଧ୍ୟକ୍ଷା ଅର୍ଚନା ଦାସ ସୂଚନା ଦେଇଥିଲେ l ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଉପାଧ୍ଯକ୍ଷ ଅଜୟ କୁମାର ବିନ୍ଧାଣୀ, ଜିଲା ପରିଷଦ ସଭ୍ୟା ସୁଚିତ୍ରା ବିଶ୍ଵାଳ, ଟିନା ହାଇବୁରୁ ଓ ସ୍ମୃତିରାଣୀ ରାଉତ ଓ ମନ୍ତ୍ରୀ ଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ l କାର୍ଯ୍ୟକ୍ରମ ଶେଷରେ ମନ୍ତ୍ରୀ ଶ୍ରୀ ଘଡାଇ ଜଣେ ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକଲ ଓ ତିନିଜଣ ଶ୍ରବଣ ବାଧିତ ଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରିଥିଲେ l