Odisha news

ଡାମରପୁର ସରପଚଂଙ୍କ ବିପତି ମୁକାବିଲା କାର୍ଯ୍ୟକ୍ରମ

0

ପଟ୍ଟାମୁଣ୍ଡାଇ :ସଂପ୍ରତି ମହାମାରୀ କରୋନା ଓ ସାମୁଦ୍ରିକ ଝଡବାତ୍ୟା ଅମ୍ପନ ଯୋଗୁଁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ପଚାଂୟତ ଝଡବାତ୍ୟା ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହୋଇଛି । କଚାଘର ଭାଙ୍ଗିଥିବାବେଳେ ବ୍ୟାପକ ଫସଲହାନୀ ଘଟିଛି । କରୋନା ସାଙ୍ଗକୁ ଝଡବାତ୍ୟା ଡାମରପୁରବାସୀଙ୍କ ମୁହଁରୁ ହସ ଲିଭାଇ ଦେଇଛି । ବିପତି ପରେ ବିପତି ପଚାଂୟତବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ।

କରୋନା ଯୁଦ୍ଧରେ ସାମିଲ ଡାମରପୁର ସରପଚଂ ନିରଞନ ମାଝିଙ୍କ ପାଇଁ ଝଡବାତ୍ୟା ଆହ୍ୱାନ ସୃଷ୍ଟି କରିଛି । କରୋନା ସଚେତନତା କାର୍ଯ୍ୟକ୍ରମ, ସଙ୍ଗରୋଧ କେନ୍ଦ୍ରର ସୁପରିଚାଳନା, ସରକାରୀ ସହାୟତା ପ୍ରଦାନ ଆଦି କାର୍ଯ୍ୟକ୍ରମରେ ଅଣନିଶ୍ୱାସୀ ହୋଇପଡିଥିବା ସରପଚଂ ନିରଞନଙ୍କ ପାଇଁ ଝଡବାତ୍ୟା ମୁକାବିଲା ବଡ ଆହ୍ୱାନ ସୃଷ୍ଟି କରିଛି । ବାତ୍ୟା ସମୟରେ ଗଛ ଉପୁଡିବା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡିଥିବା ଗମନାଗମନ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଅଟାଂ ଭିଡିଥିଲେ ସରପଚଂ । ନିଜେ ଉପସ୍ଥିତ ରହି ରାସ୍ତାରୁ ଗଛ କାଟି ହଟାଇବା ସହିତ ବାତ୍ୟା ମୁକାବିଲା କାର୍ଯ୍ୟକ୍ରମରେ ସମସ୍ତ ସ୍ୱେଛାସେବୀ ସାମିଲ କରି କରୋନା ଓ ଝଡବାତ୍ୟା ଭଳି ଦୁଇଟି ମହାବିପତି ସୁପରିଚାଳନା କରିବାରେ ସଫଳ ହୋଇଥିବା ସରପଚଂ ପ୍ରଶାସନର ପ୍ରଶଂସାର ପାତ୍ର ହୋଇଛି ।

Leave A Reply