ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କମ୍ପାନୀ ପରିସର ରେ ଥିବା ମିଲନ କ୍ଲବ ର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି | ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ଜାତୀୟ ଉତ୍ପାଦନ ମୁଖ୍ୟ ଶ୍ରୀଯୁକ୍ତ ଗଣେଶ ଜିରକୁଣ୍ଠୱାର ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଶ୍ରୀଯୁକ୍ତ ଚେତନ ଶ୍ରୀବାସ୍ତବ, କାର୍ଯ୍ୟନିର୍ବାହୀ ନିର୍ଦେଶକ, ଡିସିବିଏଲ୍ ଓ ୟୁନିଟ୍ ମୁଖ୍ୟ ରାଜଗାଙ୍ଗପୁର,ଡାଲମିଆ-ଓସିଏଲ ରିଫ୍ରାକଟୋରୀ ମୁଖ୍ୟ ଶ୍ରୀଯୁକ୍ତ ବୀରେନ୍ଦ୍ର ପ୍ରସାଦ, ରିଫ୍ରାକଟୋରୀ ଉପ କାରଖାନା ମୁଖ୍ୟ ଶ୍ରୀଯୁକ୍ତ ସେଲଭା ମୁଥୁକୁମାର କେ ଏବଂ ସଙ୍ଗମ ମହିଳା ମଣ୍ଡଳର ସଭାନେତ୍ରୀ ଶ୍ରୀମତୀ ପ୍ରୀତି ଜିରକୁଣ୍ଠୱାର, ଶ୍ରୀମତୀ ସରୋଜ ଶ୍ରୀବାସ୍ତବ, ଶ୍ରୀମତୀ ବର୍ଣାଳୀ ପ୍ରସାଦ ଓ ଶ୍ରୀମତୀ ଇନ୍ଦୁ ସେଲଭା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ସର୍ବ ପ୍ରଥମେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳିତ କରି ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା l ମୀଲନ କ୍ଲବର ସାଧାରଣ ସମ୍ପାଦକ ଶ୍ରୀ ତପନ କୁମାର ଭାଟାଚାର୍ଯ୍ୟ ଅତିଥିମାନଙ୍କୁ ପରିଚିତ କରାଇ ସ୍ୱାଗତ ସଂଭାଷଣ ପ୍ରଦାନ କରିଥିବାବେଳେ ସାଂସ୍କୃତିକ ସଚିବ ଶ୍ରୀ ଏସ ପି ଗୁଇଁନ କ୍ଲବର ବାର୍ଷିକ ବିବରଣୀ ପାଠ କରିବା ସହ କ୍ଲବ ସଫଳତା ଉପରେ ରେଖାପାତ କରିଥିଲେ l
ଶ୍ରୀ ଜିରକୁଣ୍ଠୱାର କ୍ଳବର ସମସ୍ତ ସଦସ୍ୟଙ୍କୁ,କମ୍ପାନୀ ରେ କାର୍ଯ୍ୟରତ କର୍ମଚାରୀ ଓ ତାଙ୍କ ପରିବାର ବର୍ଗଙ୍କୁ ଏହି ବାର୍ଷିକ ଉତ୍ସବର ସୂବେଛl ଜଣାଇଥିଲେ ଏବଂ କ୍ଲବ ପ୍ରତି ସଦସ୍ୟମାନଙ୍କ ଦ୍ୱାରା କରାଯାଇଥିବା ପ୍ରୟାସକୁ ପ୍ରସଂଶା କରିଥିଲେ l
ଏହି ଅବସରରେ ଡାଲମିଆ ସିମେଣ୍ଟ କମ୍ପାନୀର ବୟୋଜ୍ୟେଷ୍ଠ କର୍ମଚାରୀ ଶ୍ରୀ ବୀରବର ନାୟକ ଓ ଡାଲମିଆ-ଓସିଏଲ ରିଫ୍ରାକଟୋରୀ ର ଶ୍ରୀ ଗୁଣ୍ଡିଚା ପ୍ରଧାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ଚଳିତ ମାସ କ୍ଲବ ଦ୍ୱାରା ପିଲାମାନଙ୍କ ପାଇଁ ଏସେ, ଚିତ୍ରାଙ୍କନ ଓ ମହିଳା ମାନଙ୍କ ପାଇଁ ରଙ୍ଗୋଲି ଓ ମେହେନ୍ଦି ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା l ଉକ୍ତ ବାର୍ଷିକ ଉତ୍ସବରେ ପ୍ରତିଯୋଗିତାର ବିଜେତାଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହ ଏହି ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା | ସାଲିଲ କୁମାର ମହାପାତ୍ର କ୍ଲବ ୱର୍କିଙ୍ଗ ପ୍ରେସିଡେଣ୍ଟ ଏବଂ ଏମପ୍ଲୋଇ କ୍ଲବ ତରଫରୁ ଏହି କାର୍ଯ୍ୟ କ୍ରମ ପରିଚାଳନ କରାଯାଇଥିଲା | କମ୍ପାନୀର ଆଡମିନ, ଇଷ୍ଟେଟ, ସୁରକ୍ଷା,ଦମକଳ, ସିମେଣ୍ଟ ଓ ରିଫ୍ରାକଟୋରୀ ବିଭାଗର କର୍ମଚାରୀ ଓ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ପ୍ରଦାନ କରିଥିଲେ l
