Odisha news

ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଓଡ଼ିଶାରେ ମହିଳାଙ୍କ ପାଇଁ ଜୀବିକା ଉପାର୍ଜନ ନିମନ୍ତେ ଛତୁ ଚାଷକୁ ପ୍ରୋତ୍ସାହିତ କରୁଛି

0
ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ୍‌)ର ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସ୍‌ଆର) ଶାଖା ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍‌) ଅଭିବୃଦ୍ଧି ଓ ବିକାଶ ନିମନ୍ତେ ଏକ ପ୍ରଗତିଶୀଳ ଏବଂ ସମର୍ଥ ପରିବେଶ ସୁନିଶ୍ଚିତ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀସମୂହ (ଏସଏଚଜି) ପାଇଁ ବହୁବିଧ ତାଲିମ ଏବଂ ଦିଶା ପ୍ରଦର୍ଶନ କାର୍ଯ୍ୟକ୍ରମକୁ ସୁଗମ କରାଉଛି । ଏହାର କଟକ ଓ ରାଜଗାଙ୍ଗପୁର କାରଖାନା ଏବଂ ଲାଞ୍ଜିବେର୍ଣା ଖଣି ଅଞ୍ଚଳ ଚତୁର୍ପାଶ୍ୱର୍ରେ ଥିବା ଜନସାଧାରଣଙ୍କ ପାଇଁ ନିଜର ମହିଳା ସଶକ୍ତିକରଣ ପ୍ରୟାସଗୁଡିକ ଜାରି ରଖି କମ୍ପାନୀ ମହିଳାମାନଙ୍କୁ ସୁଯୋଗ ଓ ବାସ୍ତବ ସମ୍ଭାବନା ଯୋଗାଇଦେବା ସକାଶେ ଛତୁଚାଷକୁ ପ୍ରୋତ୍ସାହିତ କରୁଛି, ଯାହା ସେମାନଙ୍କ ପାଇଁ ଜୀବିକା ଉପାର୍ଜନ ସାମର୍ଥ୍ୟରେ ଉନ୍ନତି ଆଣୁଛି ।
ବଜାରରେ ଛତୁ ଚାହିଦା ବୃଦ୍ଧି ପାଉଥିବା ଏବଂ ଅର୍ଥନୀତି କ୍ରମଶଃ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାବେଳେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡର ସିଏସ୍‌ଆର ଟିମ୍‌ ଏହିଭଳି ପରିସ୍ଥିତିଗୁଡିକରୁ ଫାଇଦା ଉଠାଇବା ନିମନ୍ତେ ଗୋଷ୍ଠୀଗୁଡିକୁ ସମର୍ଥ କରିବାକୁ ଏକ ସୁଯୋଗ ଥିବା ଲକ୍ଷ୍ୟ କରିଥିଲା । ଲାଞ୍ଜିବେର୍ଣା ଏବଂ ପାରିପାର୍ଶ୍ଵିକ ଗ୍ରାମ ଯଥା- ଖେରାମୁତା, ଜଙ୍ଗରଟୋଲି, ରୁମାବାହାଲ, ଧଉରଡl, ଲାମଲୋଇ, ବିହାବନ୍ଧ, ଜ୍ଞାନପାଲି, ସମଲେଇମୁଣ୍ଡା, ଡାମପୋଶ, ଘୋଘଡ, ମେରୋମଡେଗା (କୁକୁଡା) ଆଦିରେ ମହିଳାଙ୍କୁ ଛତୁ ଚାଷ ସମ୍ପର୍କରେ ତାଲିମ ପ୍ରଦାନ ସହିତ ଏସଏଚଜିଗୁଡିକୁ କଞ୍ଚାମାଲ ଯୋଗାଇଦେଇ ଡାଲମିଆ ସିମେଣ୍ଟ ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବା ସକାଶେ କୁଶଳତା ହାସଲ କରିବାକୁ ଉତ୍ସାହିତ କରୁଛି ।
“ପିଢି ପିଢି ଧରି ପାତର ଅନ୍ତର ଏବଂ ଅବହେଳା କାରଣରୁ ପରିସ୍ଥିତି ସହିତ ସଂଗ୍ରାମ କରିଆସୁଥିବା ଜନସାଧାରଣ ଆତ୍ମବିଶ୍ୱାସର ସହିତ ଛିଡାହେବା ଏବଂ ଏକ ଜୀବିକା ଉପାର୍ଜନ କାର୍ଯ୍ୟକଳାପ ହାତକୁ ନେବା ନିମନ୍ତେ ସେମାନଙ୍କ ପାଇଁ ସମର୍ଥନ ଓ ସୁଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଆମର ସିଏସଆର୍‌ ଟିମ୍‌ ମହିଳାମାନଙ୍କର ଗୋଷ୍ଠୀ ଏବଂ ଭିନ୍ନକ୍ଷମମାନଙ୍କ ସହିତ କାର୍ଯ୍ୟ କରିବା ସମୟରେ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ଏହିଭଳି ଘଟଣା ଅଙ୍ଗେ ନିଭାଇଛନ୍ତି,” ବୋଲି ଶ୍ରୀ ଗଣେଶ ଡବ୍ଲୁ୍ୟ. ଜିରକୁଣ୍ଟୱାର, ସିନିୟର ଇଡି ଆଣ୍ଡ ନ୍ୟାସନାଲ ମାନୁଫାକ୍‌ଚରିଂ ହେଡ, ଡିସିବିଏଲ୍‌ କହିଛନ୍ତି । “କଟକ, ରାଜଗାଙ୍ଗପୁର କାରଖାନା ଏବଂ ଲାଞ୍ଜିବେର୍ଣା ଖଣି ଅଞ୍ଚଳରେ, ବିଶେଷକରି ତୃଣମୂଳ ସ୍ତରରେ ବିବିଧ କୁଶଳତାର ତାଲିମକୁ ସୁଗମ କରି ଆମର ବିଶ୍ୱାସ ଯେ ଆମେ ଏସଏଚ୍‌ଜି ଜରିଆରେ ଜନସାଧାରଣ ପରସ୍ପର ପରସ୍ପରକୁ ସମର୍ଥନ କରିବା ପାଇଁ ସେମାନଙ୍କୁ ଏକତ୍ର କରିବାକୁ ସମର୍ଥ ହେବୁ ଏବଂ ଯୋଗାଇ ଦିଆଯାଉଥିବା ଜୀବନ ରୂପାନ୍ତରଣକାରୀ ସୁଯୋଗଗୁଡିକ ପାଇବା ଦ୍ୱାରା ହିତାଧିକାରୀ ତଥା ଗୋଷ୍ଠୀଗୁଡିକ ଉପରେ ଏହାର ସକାରାତ୍ମକ ସାମାଜିକ ପ୍ରଭାବ ପଡିବ ।”
ସମ୍ପ୍ରତି ଲାଞ୍ଜିବେର୍ଣା ଏବଂ ରାଜଗାଙ୍ଗପୁର ପାରିପାର୍ଶ୍ଵିକ ଅଞ୍ଚଳରେ ଥିବା ଅଧିକାଂଶ ଗ୍ରାମରେ ଛତୁଚାଷ ୟୁନିଟ ରହିଛି ଏବଂ ସେଠାରେ ମହିଳାମାନେ ମାସକୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି । ପ୍ରତ୍ୟେକ ହିତାଧିକାରୀ ଛତୁଚାଷ ପାଇଁ ୩୦ରୁ ୪୦ଟି ବେଡ୍‌ ପ୍ରସ୍ତୁତ କରିଛନ୍ତି, ଯେଉଁଠାରେ ପ୍ରତ୍ୟେକ ବେଡ୍‌ରୁ ପ୍ରାୟ ୩ କିଲୋଗ୍ରାମ ଛତୁ ଅମଳ ହେଉଛି । ଅନୁରୂପ ଭାବରେ ପାଳ ଛତୁ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଚାଷ କରାଯାଉଛି ଏବଂ ଏହା ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କ ପରିବାରଗୁଡିକୁ ସମର୍ଥନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।
କଟକ ଅଞ୍ଚଳରେ ଅମିୟଝରି ଗ୍ରାମର ବାବା ଯୋଗେଶ୍ୱର ଏସଏଚ୍‌ଜି, ସଫା ଗ୍ରାମର ଜୟ ତ୍ରିନାଥ ଏସଏଚ୍‌ଜି, ମାତୃଶକ୍ତି ଏସଏଚ୍‌ଜି ଏବଂ ସାଇ ଶରଣ ଆଦି ୪ଟି ଏସଏଚ୍‌ଜିର ୩୦ ସଦସ୍ୟାଗଣ ସେମାନଙ୍କର ଆୟ ସୃଷ୍ଟିକାରୀ କାର୍ଯ୍ୟକଳାପ ଆକାରରେ ଛତୁଚାଷରେ ନିୟୋଜିତ ଅଛନ୍ତି । ଡାଲମିଆ ସିମେଣ୍ଟ ସେମାନଙ୍କ ତାଲିମ ଓ ବିହନ ଯୋଗାଇ ଦେଇଥିଲା ଏବଂ ସେମାନେ ତାଙ୍କ ତରଫରୁ ନଡା, ପଲିଥିନ, ବେସନ ଆଦିରେ ଖର୍ଚ୍ଚ କରୁଛନ୍ତି, ଏବଂ ଏହା ମାସିକ ପ୍ରତ୍ୟେକ ସଦସ୍ୟାଙ୍କୁ ହାରାହାରି ୪ ହଜାର ଟଙ୍କା ଉପାର୍ଜନ କରିବା ନିମନ୍ତେ ସମର୍ଥ କରୁଛି ।
କୁଶଳତାର ତାଲିମ କିଭଳି ସ୍ୱାବଲମ୍ବୀ କରିଛି ସେ ସମ୍ପର୍କରେ ପ୍ରକାଶ କରି ଶ୍ରୀମତୀ ସାବିତ୍ରୀ ପାତ୍ର, ଧରଡା ଗ୍ରାମର ପ୍ରିୟଲକ୍ଷ୍ମୀ ଏସଏଚ୍‌ଜିର ସଦସ୍ୟା କହିଛନ୍ତି, “ବର୍ଷକରେ କେବଳ ଦୁଇମାସକୁ ଛାଡିଦେଇ ୧୦ ମାସରେ ଛତୁଚାଷରୁ ମାସିକ ମୁଁ ପ୍ରାୟ ୮ରୁ ୧୦ ହଜାର ଟଙ୍କା ଆୟ କରିଛି । ଏହା ମୋତେ ମୋ ପିଲାଙ୍କ ପାଠପଢା ଖର୍ଚ୍ଚ ତୁଲାଇବାରେ ସହାୟକ ହେଉଛି ଏବଂ ମୋ ସ୍ୱାମୀଙ୍କୁ ପରିବାର ଅଧିକ ଭଲଭାବରେ ଚଳାଇବାରେ ସାହାଯ୍ୟ କରୁଛି । ମୋ ଭଳି ଅନ୍ୟ ମହିଳାମାନେ ଯେଭଳି ସ୍ୱାବଲମ୍ବୀ ହୋଇପାରିବେ ଏବଂ ଏହି ଫାଇଦାଗୁଡିକ ସମ୍ପର୍କରେ ସଚେତନତା ପରିବ୍ୟାପ୍ତ କରିବାକୁ ମୁଁ ଚାହୁଁଥିବାରୁ ଅନ୍ୟ ମହିଳାମାନଙ୍କୁ ଏ ସମ୍ପର୍କରେ ତାଲିମ ଦେଉଛି । ଡାଲମିଆ ସିମେଣ୍ଟର ସମର୍ଥନ ଏବଂ ମାର୍ଗଦର୍ଶନ ଏଭଳି ସଫଳତା ହାସଲରେ ସହାୟକ ହୋଇଥିବାରୁ ସେଥିପାଇଁ ମୁଁ ବାସ୍ତବରେ ସେମାନଙ୍କ ନିକଟରେ କୃତଜ୍ଞ ।”

ଧରଡା ଗ୍ରାମର ଶ୍ରୀମତୀ ସାବିତ୍ରୀ ପାତ୍ର, ଲାଞ୍ଜିବେର୍ଣା ଗ୍ରାମର ଶ୍ରୀମତୀ ଫିଲିସିଆ କୁଲ୍ଲୁ, ଶ୍ରୀମତୀ ସୀମା ଏକ୍କା, ଖେରାମୁତା ଗ୍ରାମର ଶ୍ରୀମତୀ କମଳା ସାହୁ, ଶ୍ରୀମତୀ ଲକ୍ଷ୍ମୀ ସାହୁ ଏବଂ ବିହାବନ୍ଧ ଗ୍ରାମର ଶ୍ରୀମତୀ ସଞ୍ଜଲି ବନଛୋରଙ୍କ ଭଳି ଅନେକ ମହିଳା ଛତୁଚାଷକୁ ଆପଣେଇ ସେଥିରୁ ଫାଇଦା ପାଉଛନ୍ତି । ଛତୁଚାଷ ବ୍ୟବୀତ ଡାଲମିଆ ସିମେଣ୍ଟ ଏହାର ସିଏସ୍‌ଆର ପ୍ରୟାସଗୁଡିକ ଜରିଆରେ ବିଭିନ୍ନ ଗ୍ରାମରେ ମସଲା ତିଆରି, ଆଚାର ପ୍ରସ୍ତୁତି, ଫୁଲଚାଷ, ଜୈବିକ ପନିପରିବା ଚାଷ, ଟେରାକୋଟା ସାମଗ୍ରୀ ତିଆରି ଆଦିକୁ ପ୍ରୋତ୍ସାହିତ କରିବାରେ ନିୟୋଜିତ ରହିଛି ।

Leave A Reply