Odisha news

ସମସ୍ତ ଅପେକ୍ଷାର ଅନ୍ତ ଘଟିଛି : ଆଜି ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳର ହେବ ବିସ୍ତାର

0

ନୂଆଦିଲ୍ଲୀ : ଗତ କିଛିଦିନ ତଳେ ମହାରାଷ୍ଟ୍ର ରାଜନୀତି ଗରମ ହୋଇ ଉଦ୍ଧବ ଠାକରେ ସରକାରର ପତନ ପରେ ଏକନାଥ ସିନ୍ଧେ ମହାରାଷ୍ଟ୍ରର ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି l ଆଜି ସମସ୍ତ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ମହାରାଷ୍ଟ୍ର ସରକାର ର କ୍ୟାବିନେଟ ବିସ୍ତାର ହେବାକୁ ଯାଉଛି ବୋଲି ଦାବି କରିଛନ୍ତି ଭାଜପା ର ଜଣେ ନେତା l ସେ ସୂଚନା ଦେଇଛନ୍ତି ଯେ ପାଖାପାଖି ଏକ ଡଜନ ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥ ଦିଆଯିବ l ସୁବୁଠୁ ମୁଖ୍ୟ ପଦବୀ ଗୃହ ମନ୍ତ୍ରଣାଳୟ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଷ ଙ୍କୁ ଦିଆ ଯାଇପାରେ l ଏହି ସୂଚନା କେତେଦୂର ସତ୍ୟ ତାହା ମନ୍ତ୍ରୀମଣ୍ଡଳ ବିସ୍ତାର ସମୟରେ ଜଣା ପଡିବ l

ଗତ କିଛିଦିନ ତଳେ ଦେବେନ୍ଦ୍ର ଫଡନାବିଷ ଓ ଏକନାଥ ସିନ୍ଧେ ଅନେକ ଥର ଦିଲ୍ଲୀ ଗସ୍ତ କରିଛନ୍ତି l ଗତ ସପ୍ତାହର ଶେଷ ବେଳକୁ ମଧ୍ୟ ଉଭୟ ନେତା ନୂଆଦିଲ୍ଲୀ ରେ ଉପସ୍ଥିତ ରହିଥିଲେ l ଏହି ସମୟରେ ଏକନାଥ ସିନ୍ଧେ ନୀତି ଆୟୋଗ ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଏକନାଥ ଙ୍କ ମନ୍ତ୍ରୀମଣ୍ଡଳ ରେ ପାଖାପାଖି ୧୫ ଜଣ ମନ୍ତ୍ରୀ ଙ୍କୁ ସ୍ଥାନ ମିଳିପାରେ l ମିଳିଥିବା ସୂଚନା ଅନୁସାରେ ଏହି କ୍ୟାବିନେଟ ମନ୍ତ୍ରୀ ମଣ୍ଡଳ ରେ ୭ଜଣ ବିଧାୟକ ଏକନାଥ ସିନ୍ଧେଙ୍କ ଦଳର ଓ ୮ଜଣ ଭାଜପା ର ରହିବେ ବୋଲି ସୂଚନା ମିଳିଛି l

Nalco
Leave A Reply