ସିଏସ୍ଆର ଶାଖା, ଡିବିଏଫ୍, ଜନ ସମୁଦାୟ ମଧ୍ୟରେ ପ୍ରତିଭାସଂପନ୍ନ ଯୁବବର୍ଗଙ୍କୁ ନିରନ୍ତର ସମର୍ଥନ, ପ୍ରତିପୋଷଣ ଏବଂ ତାଲିମ ପ୍ରଦାନ କରୁଛି
ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ (ଡିସିବିଏଲ୍)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହନ (ସିଏସଆର) ବିଭାଗ ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍) ଏହାର ରାଜଗାଙ୍ଗପୁର କାରଖାନା ଏବଂ ଲାଞ୍ଜିବେର୍ଣ୍ଣା ଖଣି ଚତୁର୍ପାଶ୍ୱର୍ରେ ଥିବା ଗ୍ରାମଗୁଡିକରେ ବାସ କରୁଥିବା ଜନସାଧାରଣ ବିଶେଷକରି ଯୁବବର୍ଗଙ୍କ ମଧ୍ୟରେ କ୍ରୀଡା ପ୍ରତିଭାକୁ ଆଗେଇ ନେବା ସକାଶେ ବହୁବିଧ ପ୍ରୋତ୍ସାହନମୂଳକ ପଦକ୍ଷେପ ଗ୍ରହଣ କରିଛି । ଏହି ପ୍ରୟାସ ହକି, ଫୁଟବଲ, ଭଲିବଲ ଆଦି ପ୍ରତିଯୋଗିତାମୂଳକ କ୍ରୀଡାକୁ ନେଇ ଆଗକୁ ବଢିବାକୁ ଆଗ୍ରହୀ ଥିବା ଶତାଧିକ ଯୁବ ଆଥଲେଟଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିବ ।
ଯୁବବର୍ଗଙ୍କ ନିକଟରେ ରହିଥିବା କ୍ରୀଡା ସାମର୍ଥ୍ୟର ପରିପ୍ରକାଶ କରିବା ଲକ୍ଷ୍ୟରେ ଡିସିବିଏଲ୍ ଓଡ଼ିଶାର ସୁନ୍ଦରଗଡ ଜିଲା କେଶ୍ରାମଲ ଗ୍ରାମପଞ୍ଚାୟତରେ ୧୦୦ ଉଦୀୟମାନ ହକି ଖେଳାଳିଙ୍କୁ ହକି ଷ୍ଟିକ, ଜର୍ସି, କ୍ଲିଟ୍ ଆଦି କ୍ରୀଡା ଉପକରଣ ପ୍ରଦାନ କରିଛି । ପୂର୍ବରୁ ମଧ୍ୟ ଡିସିବିଏଲ୍ ରାଜଗାଙ୍ଗପୁରର ଜଣେ ଭିନ୍ନକ୍ଷମ ଆନ୍ତର୍ଜାତିକ କ୍ରିକେଟ ଖେଳାଳି ଅଭିଷେକ ଶୁକ୍ଳାଙ୍କୁ କ୍ରୀଡା ଉପକରଣ ଯୋଗାଇଦେଇ ତାଙ୍କୁ ସହାୟତା କରିଥିଲା ।
ଏ ସମ୍ପର୍କରେ ପ୍ରକାଶ କରି ଶ୍ରୀଯୁକ୍ତ ଚେତନ ଶ୍ରୀବାସ୍ତବ, କାର୍ଯ୍ୟନିର୍ବାହୀ ନିର୍ଦେଶକ, ଡିସିବିଏଲ୍ ଓ ୟୁନିଟ୍ ମୁଖ୍ୟ, ରାଜଗାଙ୍ଗପୁର କହିଛନ୍ତି ଯେ, “ଏକ ବ୍ୟବସାୟ ସଂସ୍ଥା ଭାବରେ ଆମେ ନିରନ୍ତର ପୂର୍ବାଞ୍ଚଳର ସିମେଣ୍ଟ ବଜାରରେ ଅଗ୍ରଣୀ ସ୍ଥାନରେ ରହିଆସୁଛୁ ଏବଂ ଆମର ଏହି ଅଭିବୃଦ୍ଧି ଏବଂ ଆଞ୍ଚଳିକ ପ୍ରଗତି ଆମେ ବ୍ୟବସାୟ ପରିଚାଳନା କରୁଥିବା ସମୁଦାୟ ଯୋଗୁଁ ସମ୍ଭବ ହୋଇଛି ଏବଂ ଏଥିପ୍ରତି ଆମେ ପ୍ରତିବଦ୍ଧ ରହିଛୁ । ଆମର ସମର୍ଥନ ଏବଂ ସାମାଜିକ ଦାୟିତ୍ୱ ନିର୍ବାହକୁ ନିରନ୍ତର ବଜାୟ ରଖି ଆମେ ଆମର ସ୍ଥାନୀୟ ଯୁବବର୍ଗଙ୍କ ଅଂଶଗ୍ରହଣ, ତାଲିମ ଏବଂ ସେମାନେ ସେଥିରେ ଉକ୍ରର୍ଷ ହାସଲ କରିବା ନିମନ୍ତେ ବହୁବିଧ କ୍ରୀଡା ସୁଯୋଗ ସୃଷ୍ଟି କରୁଛୁ । ଆମେ ଦୃଢ ନିଶ୍ଚିତ ଯେ ସମାନ ଉଦ୍ଦେଶ୍ୟ ରଖୁଥିବା ଏକ କ୍ରୀଡା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ଆବଶ୍ୟକ କ୍ରୀଡା ଉପକରଣ ଓ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଦ୍ୱାରା ଆମେ ସମୁଦାୟ ରାଜଗାଙ୍ଗପୁର ଅଞ୍ଚଳରେ ଆମର ପ୍ରତିଭାସଂପନ୍ନ ଯୁବ ଆଥଲେଟମାନଙ୍କୁ ଉତ୍ସାହିତ କରିପାରିବୁ ଏବଂ ସେମାନଙ୍କୁ ସକାରାତ୍ମକ ଭାବରେ ସଶକ୍ତ କରିପାରିବୁ ।”
ପ୍ରତିଷ୍ଠାନର ଲକ୍ଷ୍ୟ ଅନୁଯାୟୀ ଡିସିବିଏଲ୍ ମଧ୍ୟ ରୁମାବାହାଲ ଏବଂ କଟାଙ୍ଗ ଗ୍ରାମରେ ଖେଳପଡିଆର ଆଧୁନିକିକରଣ କରିଛି ଯାହା ଏକାଧିକ ଗ୍ରାମର ଯୁବବର୍ଗଙ୍କୁ ବାର୍ଷିକ ଭିତ୍ତିରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାରେ ସହାୟକ ହେଉଛି । ଏହାସହିତ ବିଭିନ୍ନ କ୍ରୀଡା ସାମଗ୍ରୀ ଯୋଗାଇ ଦିଆଯାଉଛି ଯାହା ନିଃସନ୍ଦେହରେ ପଡୋଶୀ ଜନସମୁଦାୟଙ୍କ ମଧ୍ୟରେ ଥିବା ଉଦୀୟମାନ ପ୍ରତିଭା ଓ ଆଥଲେଟମାନଙ୍କର କ୍ରୀଡା ସାମର୍ଥ୍ୟରେ ବୃଦ୍ଧି ଘଟାଉଛି । ଏହାର ଏକ ଉଦାହରଣ ହେଉଛନ୍ତି ଡାଲମିଆ ବିଦ୍ୟା ମନ୍ଦିରର ଜଣେ ଛାତ୍ର ଆଦିତ୍ୟ ଷଡଙ୍ଗୀ । ସେ ଜୁଡୋର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଏବଂ ସେ ଜାତୀୟ ଚମ୍ପିଆନ୍ସିପ ପାଇଁ ମନୋନୀତ ହୋଇଛନ୍ତି ।
ଡିସିବିଏଲ୍ର କ୍ରୀଡା ଭିତ୍ତିକ ପ୍ରୟାସସମୂହ ସମ୍ପର୍କରେ ମତ ଦେଇ ଜଣେ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ଜିଲ୍ଲାସ୍ତରୀୟ କ୍ରୀଡା ସଂଗଠକ ଶ୍ରୀ ବିଭୀଷଣ ବାରିକ କହିଛନ୍ତି, “ଏହି ଅଞ୍ଚଳରେ ଗ୍ରାମାଞ୍ଚଳ କ୍ରୀଡାକୁ ପ୍ରୋତ୍ସାହିତ କରିବା ଦିଗରେ ଡାଲମିଆ ସିମେଣ୍ଟ ଭାରତ ନିରନ୍ତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି । ଏହା ଆମର ଅନେକ ଯୁବ କ୍ଲବ ଏବଂ ଶିକ୍ଷାନୁଷ୍ଠାନ ପାଇଁ ପରୋକ୍ଷରେ ଆଶୀର୍ବାଦ ଭଳି ହୋଇଛି । କମ୍ପାନୀର ଏଭଳି ମହତ୍ ପ୍ରୟାସକୁ ମୁଁ ଦୃଢ ସମର୍ଥନ କରୁଛି ।”
ନିକଟରେ ଡିସିବିଏଲ୍ ସଫଳତାର ସହିତ ରାଜ୍ୟର ପ୍ରଥମ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ‘ଓଡ଼ିଶା ଓପନ୍ ୨୦୨୨’ ଆୟୋଜନ କରିବାକୁ ଓଡ଼ିଶା ସରକାରଙ୍କ ସହିତ ସହଭାଗିତା କରିଥିଲା । ଏହାର ନିରନ୍ତର ପ୍ରୟାସ ଜରିଆରେ ଡିସିବିଏଲ୍ ଓଡ଼ିଶାର ସୁନ୍ଦରଗଡ ଜିଲ୍ଲା ଜାତୀୟ ଓ ଅନ୍ତର୍ଜାତୀୟ ହକି ଖେଳ ପ୍ରତି ଯେଉଁଭଳି ଉଲ୍ଲେଖନୀୟ ଅବଦାନ ରଖିଆସୁଛି ତାହାକୁ ଅଧିକ ରୁଦ୍ଧିମନ୍ତ କରିବା ଆଶା ରଖିଛି । ଦିଲୀପ ତିର୍କୀ, ଲାଜାରୁସ ବାର୍ଲା, ବୀରେନ୍ଦ୍ର ଲାକ୍ରା, ଇଗ୍ନେସ ତିର୍କୀ, ଅମିତ ରୋହିଦାସ ଲାକ୍ରା, ଲିଲିମା ମିଞ୍ଜ, ଅନୁପା ବାର୍ଲା, ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ ଆଦିଙ୍କ ଭଳି ବହୁ ବିଶିଷ୍ଟ ଆନ୍ତର୍ଜାତିକ ହକି ଖେଳାଳି ଏହି ଜିଲ୍ଲାରୁ ସୃଷ୍ଟି ହୋଇଛନ୍ତି ଏବଂ କେବଳ ସୁନ୍ଦରଗଡ ନୁହେଁ, ସମୁଦାୟ ଦେଶ ପାଇଁ ଗୌରବ ଆଣିଛନ୍ତି ।