ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ରାଜଗାଙ୍ଗପୁରଙ୍କ ଦ୍ୱାରା ରାଜଗାଙ୍ଗପୁର ମୁନିସିପାଲିଟି ଅଧିନସ୍ଥ ଖାଡାଗଳି ସାହିରେ ଅବସ୍ଥିତ ଥିବା ସର୍ବପୁରାତନ ଶନି ମନ୍ଦିରର ନବୀକରଣ କାର୍ଯ୍ୟ କମ୍ପାନୀର ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସଆର) ମାଧ୍ୟମରେ ସଂପାଦିତ ହୋଇଯାଇଛି l ପ୍ରକାଶ ଥାଉକି ରାଜଗାଙ୍ଗପୁର ସହରର ବାବlତlଲlବ ପାର୍ଶ୍ୱରେ ଥିବା ଖାଡାଗଳି ସାହିରେ ଅବସ୍ଥିତ ଶନି ମନ୍ଦିର ଏ ଅଞ୍ଚଳର ଏକ ସର୍ବପୁରାତନ ମନ୍ଦିର ଅଟେ l ପ୍ରତେକ ଶନିବାର ଦିନ ସହସହ ଭକ୍ତ ମନ୍ଦିରରେ ପୂଜାର୍ଚନା କରିବା ସହିତ ତିଳ/ତେଲ ଶନି ଦେବତାଙ୍କ ନିକଟରେ ଅର୍ପିତ କରିଥାନ୍ତି l ମନ୍ଦିରର ସୌନ୍ଦର୍ଯ୍ୟକରଣ କରିବା ସହିତ ଏହି ପବିତ୍ର ପୀଠର ସୁରକ୍ଷା ପାଇଁ କମ୍ପାନୀ ଏହାର ପାରିପାର୍ଶିକ ବିକାଶ ଯୋଯନାରେ ଅନୁଭୁକ୍ତ କରି ପ୍ରାୟ ୪ ଲକ୍ଷ ଟଙ୍କା ବିନିମୟରେ ମନ୍ଦିରର ନବୀକରଣ କାର୍ଯ୍ୟ ସଂପାଦନ କରିଛି l ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ଇଡି ପ୍ରୋଜେକଟ ଶ୍ରୀଯୁକ୍ତ ସୁନୀଲ କୁମାର ଗୁପ୍ତl ଏବଂ ସହଧର୍ମିଣୀ ସୁନିତା ଗୁପ୍ତl ଗତ ଶୁକ୍ରବାର ମନ୍ଦିର ପରିଦର୍ଶନ କରିବା ସହିତ ମନ୍ଦିର ରେ ପୂଜାର୍ଚନା କରିଥିଲେ l ଏହି ପରିଦର୍ଶନ ସମୟରେ କମ୍ପାନୀର ମାନବ ସମ୍ବଳ ବିଭାଗର ମୁଖ୍ୟ ଡ୍ର.ବଳରାମ ପଣ୍ଡା, ସିଏସଆର ବିଭାଗର ବରିଷ୍ଠ ପ୍ରବନ୍ଧକ ତପନ କୁମାର ନାୟକ,ଶିବନାରାୟଣ ପରିଜା, ଜନ ସମ୍ପର୍କ ବିଭାଗର ଅମରେଶ ପଣ୍ଡା, ସିଭିଲ ଇଞ୍ଜିନିଅରିଙ୍ଗ୍ ବିଭାଗର ଅଭିଷେକ ଅଗ୍ରୱାଲ, ସ୍ଥାନୀୟ ଅଞ୍ଚଳର ନଟବର ଶର୍ମା, ଦୀନେଶ ଅଗ୍ରୱାଲ, ଶଙ୍କର ଶର୍ମା, ଆଶିଷ ଶତପଥୀ ଓ ରମେଶ କେଶରୀ ପ୍ରମୁଖ ଉପସ୍ଥିତ ଥିଲେ l
Comments are closed.