ଆଜିକାଲି ହାଇ ବ୍ଲଡ଼ ସୁଗାର ରେ ପୀଡିତ ହେବା ଗୋଟିଏ ସାଧାରଣ ସମସ୍ୟା, କାହିଁକିନା ଆମେ ପୌଷ୍ଟିକ ଭୋଜନ ଗ୍ରହଣ କରୁନାହୁଁ, ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରହିବାର ଅଭ୍ୟାସ ବ୍ଲଡ଼ ସୁଗାର ର କାରଣ l
ଆମେରିକାନ ହାର୍ଟ ଆସୋସିଏସନ ର ଗୋଟିଏ ତଥ୍ୟ ଅନୁସାରେ ଯଦି ହାଇ ବ୍ଲଡ଼ ସୁଗାର କୁ ନିୟନ୍ତ୍ରଣ କରାଯିବ ନାହିଁ ଏହା ହାର୍ଟ ବ୍ଲଡ଼ ଭସେଲସ କୁ କ୍ଷତିକରିବ , ନ୍ୟୁରୋଲୋଜି ସମସ୍ୟା, କିଡ଼ନୀ ଫେଲୟର ଚକ୍ଷୁ ସମସ୍ୟା , ପାଦ ଓ ଗୋଡ଼ ସମସ୍ୟା ସହିତ ଅନେକ ସମସ୍ୟା ଦେଖାଯାଇ ଥାଏ l
ସୁଗାର ଓ କାର୍ବସ୍ କୁ କମ କରନ୍ତୁ –
ପାଟନା ସ୍ଥିତ ଆରୋ ସୁପର ସ୍ପେସାଲିଷ୍ଟ ଡାକ୍ତରଙ୍କ ମତରେ ଚିନି, ବ୍ରେଡ, ମଇଦା ଏବଂ ହ୍ୱାଇଟ ରାଇସ କୁ ଖାଇବା ଛାଡି ଦିଅନ୍ତୁ, ଏହାଦ୍ୱାରା ବ୍ଲଡ଼ ସୁଗାର ନିୟନ୍ତ୍ରିତ ରହିଥାଏ, ଓଜନ ହ୍ରାସ ହୋଇଥାଏ , ଏବଂ ଇନ୍ସୁଲିନ ସନ୍ତୁଳିତ ରୁହେ l ହାବାର୍ଡ ହେଲଥ ଗବେଷଣା ଅନୁସାରେ ମଧୁମେହ ରୋଗୀଙ୍କ ସହିତ ସମସ୍ତେ ଲୋ-କାର୍ବସ୍ ଖାଦ୍ୟ ଗ୍ରହଣ କରିବା ଜରୁରୀ l
ଡ଼ାଲିଚୀନୀ ବ୍ୟବହାର କରନ୍ତୁ –
ହାବାର୍ଡ ଡାକ୍ତରଙ୍କ ମତରେ ପ୍ରତିଦିନ ସକାଳୁ ଚା ପିଇବା ସମୟରେ ଗୋଟେ ପିଞ୍ଚ ଡ଼ାଲିଚୀନୀ ଗୁଣ୍ଡ ମିଶାଇ ପିଅନ୍ତୁ, ୨୦୧୯ ର ଗୋଟିଏ ଗଣବେଷଣା ଅନୁସାରେ ଯଦି ଆପଣ ନିୟମିତ ୧ -୬ ଗ୍ରାମ ଡ଼ାଲିଚୀନୀ ଗୁଣ୍ଡ ସକାଳୁ ସେବନ କରିବେ ତେବେ ଫାଂଷ୍ଟିଙ୍ଗ ଗ୍ଲୁକୋଜ ୧୮ -୨୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବ ଏବଂ HbA1c ଉନଟା ହେବ l
ଖାଦ୍ୟ ଖାଇବା ପୂର୍ବରୁ ଖାଆନ୍ତୁ ଏହି ସାଲାଡ଼ –
ଫାଇବର ଏବଂ ପୋଲିଫେନଲ ରେ ଭରପୁର ପରିବା ର ସାଲାଡ଼ ନିୟମିତ ଖାଆନ୍ତୁ, ଯାହା ସୁଗାର ଲେବୁଲ କୁ କମ କରିଥାଏ, ୨୦୨୩ ର ଗବେଷଣା ଅନୁସାରେ ସାଲାଡ଼ ଖାଇବା ପରେ କାର୍ବସ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ବ୍ଲଡ଼ ସୁଗାର ପ୍ରଭାବିତ ହୁଏ ନାହିଁ l
ଖାଇବା ପରେ ୨୦ ମିନିଟ ଚାଲନ୍ତୁ –
୨୦୨୨ ର ଷ୍ଟଡି ଅନୁସାରେ ପ୍ରତ୍ୟେକ ମୀଲସ ପରେ ୨୦ -୩୦ ମିନିଟ ଚାଲିବା ଜରୁରୀ, ଯାହା ବ୍ଲଡ଼ ସୁଗାର କୁ କଣ୍ଟ୍ରୋଲ କରିଥାଏ, ଏବଂ ପୋଷ୍ଟ ମିଲ ୱାକ ଗ୍ଲୁକୋଜ ବଢ଼ିବାରେ ମୁଖ୍ୟ ବାଧକ ଅଟେ l
କଲରା ଜୁସ ସପ୍ତାହରେ ୩ଦିନ ପିଅନ୍ତୁ –
ସପ୍ତାହରେ ୩ଦିନ କଲରା ଜୁସ ନିହାତି ପିଅନ୍ତୁ, ୨୦୧୭ ର ଷ୍ଟଡି ଅନୁସାରେ ନିୟମିତ କଲରା ଜୁସ ସେବନ ସୁଗାର ସ୍ତର କୁ ସନ୍ତୁଳିତ ରଖିଥାଏ, ଏବଂ ଟାଇପ 2 ମଧୁମେହ ରୁ ମଧ୍ୟ ଦୁରେଇ ରଖେ l
ଛୋଟ ଛୋଟ ମୀଲସ ଖାଇବା ଜରୁରୀ –
ଗୋଟିଏ ଦିନରେ ୩ଟି ବଡ଼ ବଡ଼ ମୀଲସ ପରିବର୍ତେ ୫ରୁ ୬ ଟି ଛୋଟ ମୀଲସ ଖାଆନ୍ତୁ, ବଡ଼ ମୀଲସ ଦ୍ୱାରା ବ୍ଲଡ଼ ସୁଗାର ଦ୍ରୁତ ବେଗରେ ବଢିଥାଏ ଏବଂ ଖସିଥାଏ, ଯାହାଦ୍ୱାରା ଥକାପଣ ଏବଂ କ୍ରୋବିଙ୍ଗ ହୋଇଥାଏ l ଛୋଟ ଏବଂ ସନ୍ତୁଳିତ ମୀଲସ ବ୍ଲଡ଼ ସୁଗାର କୁ ସ୍ଥିର ରଖେ ;l