* ଖାଇବା ସମୟରେ ଦିଗର ରଖନ୍ତୁ ଧ୍ୟାନ –
ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେବେବି ଭୋଜନ କରୁଛନ୍ତି, ଆପଣଙ୍କ ମୁଖ ପୂର୍ବ ଦିଗକୁ ରହିବା ଆବଶ୍ୟକ l ପୂର୍ବ ଦିଗକୁ ମୁଖକରି ଭୋଜନ କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ l ଖାଦ୍ୟ ଖାଇବା ସମୟରେ କଦାପି ଜୋତା ଚପଲ ପିନ୍ଧି ଖାଇବା ଉଚିତ ନୁହେଁ l ଏହାପରେ ଯାହା କାରଣରୁ ଖାଦ୍ୟ ମିଳୁଛି ତାଙ୍କର ଧନ୍ୟବାଦ କରନ୍ତୁ l
* ନିୟମିତ ସକାଳୁ ଗଙ୍ଗାଜଳ ଛିଞ୍ଚନ୍ତୁ –
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରର ଐଶାନ୍ୟ କୋଣରେ ନିୟମିତ ଭାବରେ ଗଙ୍ଗାଜଳ ଛିଞ୍ଚିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ l ଘରର ବାତାବରଣ ରେ ଈଶ୍ୱରଙ୍କ ଶକ୍ତି ପ୍ରାପ୍ତ ହୋଇଥାଏ l
* ପ୍ରତିଦିନ ୨ ବେଳା ଦୀପ ଜଳାନ୍ତୁ –
ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ପୂଜା କରି ଦୀପ ଜଳାଇବା ଦ୍ୱାରା ଧନ ବୃଦ୍ଧି ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ l ଏହାଛଡା ପ୍ରତି ରବିବାର ଦିନ ବରଗଛ କୁ ପୂଜା କରନ୍ତୁ l
* ବୋହି ଯାଉଥିବା ଜଳରେ ଶୁଖିଲା ଫୁଲକୁ ପ୍ରବାହିତ କରନ୍ତୁ –
ଶାସ୍ତ୍ର ଅନୁସାରେ ପୂଜାରେ ବ୍ୟବହୃତ ହେଉଥିବା ଫୁଲ କୁ ସମ୍ମାନ ପୂର୍ବକ ବୋହି ଯାଉଥିବା ଜଳରେ ପ୍ରବାହିତ କରନ୍ତୁ l ଏଣେତେଣେ ଫୋପାଡିବା ଉଚିତ ନୁହେଁ l
* ସକାଳୁ ଉଠି ପ୍ରଥମେ ଏହି କାର୍ଯ୍ୟ କରନ୍ତୁ –
ଶାସ୍ତ୍ରର ମାନ୍ୟତା ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ସକାଳୁ ଉଠିବା ମାତ୍ରକେ ସର୍ବ ପ୍ରଥମେ ମୁହଁ ଧୋଇବା ଆବଶ୍ୟକ l ମୁହଁ ନଧୋଇ କାହାରି ମୁହଁ ଚାହିଁବା ଉଚିତ ନୁହେଁ l
