– ଫ୍ୟାଟି ଲିଭର ସମସ୍ୟା –
ଅଧିକ ସୋଢା ସେବନ ଦ୍ୱାରା ଆପଣ ଫ୍ୟାଟି ଲିଭର ସମସ୍ୟାର ସମୁଖୀନ ହୋଇ ପାରନ୍ତି l ଏହା ଗୋଟିଏ ଏଭଳି ସମସ୍ୟା ଯାହାଦ୍ୱାରା ଲିଭର ସେଲ୍ ରେ ଫ୍ୟାଟ ଜମିଥାଏ l ଯାହା ଦ୍ୱାରା ଶରୀର କ୍ଷତିଗ୍ରସ୍ତ ହୋଇଥାଏ l ତେଣୁ ଯଦି ପ୍ରତିଦିନ ସୋଢା ପିଉଛନ୍ତି ତେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ l
– ଦାନ୍ତର ସମସ୍ୟା –
ସୋଢା ଦାନ୍ତ ଉପରେ ମଧ୍ୟ ପ୍ରଭାବ ପକାଇଥାଏ l ସୋଢା ଦାନ୍ତ ମାଢିକୁ ନଷ୍ଟ କରିଥାଏ l ସୋଢା ଓଜନ ବୃଦ୍ଧିର ମଧ୍ୟ ଗୋଟିଏ କାରଣ ଅଟେ l ସୋଢାରେ ଅଧିକ ମାତ୍ରାରେ କ୍ୟାଲୋରୀ ରହିଥାଏ ଯାହାକି ଶରୀର ପାଇଁ ଖୁବ କ୍ଷତିକାରକ ଅଟେ l
– ଆସ୍ଥମା ରୋଗୀ ମାନଙ୍କ ପାଇଁ ଖୁବ କ୍ଷତିକାରକ –
ଆସ୍ଥମା ରୋଗୀମାନେ ସୋଢା ଠାରୁ ଦୂରେଇ ରହିବା ଜରୁରୀ l ସୋଢା ସେବନ ଦ୍ୱାରା ଫୁସ୍ଫୁସ ରେ ସମସ୍ୟା ସୃଷ୍ଟି ହୋଇଥାଏ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ l
– କ୍ୟାନ୍ସର ବିପଦ –
ବଜାରରେ ମିଳୁଥିବା ସୋଢାରେ ଆର୍ଟିଫିସିଆଲ ସ୍ବୀଟନର ମିଶିଥାଏ, ଯାହାକି ଓଜନ ବୃଦ୍ଧି ସହିତ କ୍ୟାନ୍ସର ର କାରଣ ମଧ୍ୟ ହୋଇଥାଏ l
– କ୍ୟୋଲୋରି ରେ ଭରପୁର ସୋଢା –
ସୋଢାରେ ଖୁବ ଅଧିକ ମାତ୍ରାରେ କ୍ୟୋଲୋରି ରହିଥାଏ, ଯାହା ଶରୀର ପାଇଁ ଖୁବ କ୍ଷତିକାରକ l ରୋଗଠାରୁ ରକ୍ଷା ପାଇବା ପାଇଁ ସୋଢା ଠାରୁ ଦୁରେଇ ରୁହନ୍ତୁ l
