ଯଦି ମଣିଷ ଶରୀରରେ ୟୁରିକ ଏସିଡ ବୃଦ୍ଧି ହୋଇଥାଏ ତେବେ ହାଡ ଜନିତ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l ପ୍ୟୁରିନ ଯୁକ୍ତ ଖାଦ୍ୟ ବିଶେଷ ଭାବରେ ଶରୀରରେ ୟୁରିକ ଏସିଡ ବୃଦ୍ଧି କରିବାର ମୁଖ୍ୟ କାରଣ l କାହିଁକି ନ ଆମେ ପ୍ୟୁରିନ ଯୁକ୍ତ ଖାଦ୍ୟକୁ ହଜମ କରିପାରି ନଥାଉ ଯାହାକି ୟୁରିକ ଏସିଡ ବୃଦ୍ଧିର ମୁଖ୍ୟ କାରଣ ହୋଇଥାଏ l ଯାହାକି ଶରୀରକୁ ଅସୁସ୍ଥ କରିବାରେ ମୁଖ ଅଟେ l ତେଣୁ ନିଜ ଖାଦ୍ୟ ପ୍ରଣାଳୀକୁ ପରିବର୍ତ୍ତନ କରିବା ନିହାତି ଜରୁରୀ l
– ୟୁରିକ ଏସିଡ ବୃଦ୍ଧି ହେଲେ ଫ୍ୟାଟି ଫୁଡ ଠାରୁ ଦୁରେଇ ରହିବା ଜରୁରୀ l ଫ୍ୟାଟି ଫୁଡ ଗଣ୍ଠି ଜନିତ ବିଭିନ୍ନ ସମସ୍ୟାକୁ ବୃଦ୍ଧି କରିଥାଏ l
– ସି ଫୁଡ, ଅର୍ଗାନ ମିଟ, ବଏଲର କୁକୁଡ଼ା ଖାଇବା ଠାରୁ ଦୁରେଇ ରହିବା ଆବଶ୍ୟକ l ଏହାଦ୍ୱାରା ୟୁରିକ ଏସିଡ ଅଧିକ ବୃଦ୍ଧିପାଇ ଥାଏ l କାହିଁକି ନା ଆମିଷ ରେ ପ୍ୟୁରିନ ଥାଏ ଓ ସହଜରେ ହଜମ ହୋଇ ନଥଏ l
– ପ୍ରୋଟିନ ଯୁକ୍ତ ଖାଦ୍ୟ ରେ ୟୁରିକ ଏସିଡ ବୃଦ୍ଧି ହୋଇଥାଏ l ଯେପରିକି ଡାଲି, ଆପଣ ଯଦି ଡାଲି ଖାଇବାକୁ ଚାହୁଁଛନ୍ତି ତେବେ କୋଳଥ ଡାଲି ସେବନ କରନ୍ତୁ l ଯାହାକି ୟୁରିକ ଏସିଡ କୁ ନିୟନ୍ତ୍ରିତ କରିବ l
– ବଜାରରେ ବିକ୍ରି ହେଉଥିବା ବିଭିନ୍ନ ଥଣ୍ଡା ପାନୀୟ ମଧ୍ୟ ୟୁରିକ ଏସିଡ ବୃଦ୍ଧିର ଗୋଟିଏ କାରଣ ଅଟେ l ତେଣୁ ଏହିସବୁ ଥଣ୍ଡା ପାନୀୟ ଠାରୁ ଦୁରେଇ ରୁହନ୍ତୁ l
ଏହିସବୁ ଜିନିଷ ହିତକର -:
– ଆଜିକାଲି ଆମେ ବଜାରରେ ପ୍ରାୟ ଆପେଲ ସାଇଡ଼ର ଭିନେଗାର ଦେଖିବାକୁ ପାଉଛୁ l ଏହା ୟୁରିକ ଏସିଡ ପାଇଁ ହିତକର l ଆପେଲ ସାଇଡ଼ର ଭିନେଗାର ରେ ମେଲିକ ଏସିଡ ରହିଥାଏ ଯାହାକି ୟୁରିକ ଏସିଡ କୁ ସମ୍ପୂର୍ଣ ଦୂର କରିଥାଏ l
– ଲେମ୍ବୁ ସାଇଟରିକ ଏସିଡ ରେ ଭରପୁର ଅଟେ l ଯାହାକି ଶରୀରରୁ ଏକ୍ସଟ୍ରା ୟୁରିକ ଏସିଡ କୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ l ତେଣୁ ଲେମ୍ବୁ ସେବନ ହିତକର l
– ୟୁରିକ ଏସିଡ ରେ ସଂକ୍ରମିତ ବ୍ୟକ୍ତିଙ୍କୁ ହାଇ ଫାଇବର ଯୁକ୍ତ ଖାଦ୍ୟ ଖାଇବାକୁ କୁହାଯାଇ ଥାଏ l କାରଣ ଫାଇବର ୟୁରିକ ଏସିଡ କୁ ନିୟନ୍ତ୍ରଣ କରିଥାଏ l
– ସମସ୍ତ ରୋଗ ପାଇଁ ମୁଖ୍ୟ ଉପଚାର ହେଉଛି ପାଣି l ୟୁରିକ ଏସିଡ ଗ୍ରସିତ ଲୋକମାନେ ଦିନକୁ ୬ରୁ ୮ ଗିଲାସ ପାଣି ପିଇବା ନିହାତି ଜରୁରୀ l କାରଣ ୟୁରିକ ଏସିଡ ପରିସ୍ରା ମାଧ୍ୟମରେ ବାହାରି ଯାଇଥାଏ l
