Odisha news

କପାସି ସମବାୟ ସମିତିରେ ଦୁର୍ନୀତି,ସରକାରଙ୍କୁ ଟୁଇଟ ଯୋଗେ ଜଣାଇଲେ ସମାଜସେବୀ ଡାକ୍ତର ଅଭୟ ପଟ୍ଟନାୟକ

0

କଟକ:- ଓଡ଼ିଶାର ବରିଷ୍ଠ ସମାଜସେବୀ ଡଃ ଅଭୟ ରଞ୍ଜନ ପଟ୍ଟନାୟକ ବିଗତ ଦିନ ହେବ ନିଜର ଟୁଇଟର ପେଜ୍ ରେ ସମାଜର ଅନେକ ଦୁର୍ନୀତି ଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିଷୟରେ ଟୁଇଟ କରି ଚର୍ଚ୍ଚାରେ ଅଛନ୍ତି।ବର୍ତ୍ତମାନ ସମୟରେ ଓଡ଼ିଶାରେ କେତେକ ବ୍ଲକ୍ ରେ ସରକାରଙ୍କ ତରଫରୁ ଧାନ ମଣ୍ଡି ଖୋଲା ଯାଇଛି।ଏହି ମଣ୍ଡି ରେ ପଞ୍ଜିକୃତ କରିଥିବା କେତେକ ଚାଷୀଙ୍କ ଠାରୁ ଧାନ କ୍ରୟ କରା ଯାଉନଥିବାର ଅଭିଯୋଗ ମଧ୍ୟ ହେଉଛି।ଯଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍ ଅଧୀନସ୍ଥ ଭଂରା ନିଯିଗଡ ସମବାୟ ସମିତି ,କଟକ ଜିଲ୍ଲା ନିଆଳି ବ୍ଲକ୍ କପାସି ସେବା ସମବାୟ ସମିତି ଏବଂ ଓଡ଼ିଶାର ବିଭିନ୍ନ ସମବାୟ ସମିତିରେ ଏଭଳି ଅଭିଯୋଗ ପ୍ରତ୍ୟେକ ଦିନ ଆସୁଛି।

ନିଆଳି ବ୍ଲକ୍ କପାସି ସମବାୟ ସମିତିରେ ସେକ୍ରେଟାରୀ ଙ୍କ ମନ ମୁଖି ଶାସନ ସର୍ବଦା ଚାଷୀଙ୍କୁ ହତାଶ କରିଛି।ମିଥ୍ୟା ତାରିଖ କହି ଚାଷୀଙ୍କୁ ବାରମ୍ୱାର ଭ୍ରମିତ କରୁଛନ୍ତି।ଏହି ସମସ୍ୟାର ସମାଧାନ ପାଇଁ ଗତ୍ତ ୨୨/୦୨/୨୦୨୨ ରେ ଓଡ଼ିଆ ଖବର କାଗଜ ‘ *ନିର୍ଭୟ* ‘ ରେ ମଧ୍ୟ ପ୍ରକାଶ ପାଇଥିଲା ସେହିପରି ଓଡ଼ିଶାର ଜଣାଶୁଣା ଖବର କାଗଜ ବଜ୍ରକିଳା ଏବଂ ଦର୍ଶନ ଆଦିରେ ମଧ୍ୟ ପ୍ରକାଶ ପାଇଛି।ଏହା ପରେ ବି ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ।୨୫/୦୨/୨୦୨୨ ରେ ଡାକ୍ତର ଅଭୟ ପଟ୍ଟନାୟକ ନିଜର ଟୁଇଟ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ ଅବଗତ କରାଇଛନ୍ତି।ଏଥି ସହିତ ଯଦି ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ ନ କରାଯାଏ ଚାଷୀ ମାନଙ୍କୁ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଡାକ୍ତର ଅଭୟ ରଞ୍ଜନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

Leave A Reply