କଟକ ପିଠାପୁର ନୂଆସାହିସ୍ଥିତ ମା ବାଟ ମଙ୍ଗଳା ଶ୍ରୀ ବଟେଶ୍ୱର ମହାଦେବ ଓ ଶ୍ରୀ ମହାବୀରଙ୍କର ୧୫ତମ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ କରୋନା କଟକଣାକୁ ନେଇ ବିନା ଭକ୍ତରେ ସମାପନ ହୋଇଯାଇଛି।ବିନା ଭକ୍ତରେ ନଦୀରୁ ସୁସଜ୍ଜିତ ଘଟ କଳସ ଅଣାଯିବା ପରେ ସମିତି ଶ୍ରଦ୍ଧାଳୁ କର୍ମକର୍ତ୍ତାଙ୍କୁ ନେଇ ଯଜ୍ଞକାର୍ଯ୍ୟ ଆରମ୍ଭ କରାଯାଇଥିଲା।ମୁଖ୍ୟ ପୂଜକ ପଣ୍ଡିତ ରତିକାନ୍ତ ଶତପଥୀ ମନ୍ଦିର ପୂଜକ ହନୁମାନ ସାଧକ ପ୍ରମୋଦ କୁମାର ରଥ ଯଜ୍ଞକାର୍ଯ୍ୟକୁ ସୁସମ୍ପନ କରିଥିଲେ। ଯଜ୍ଞକାର୍ଯ୍ୟର କର୍ତ୍ତା ପ୍ରଦୀପ କୁମାର ଜେନା କର୍ତ୍ତି ରୁନିବାଳା ଜେନାଙ୍କୁ ନେଇ ପୂଜାକାର୍ଯ୍ୟ ନୀତିକାନ୍ତ ସୁସମ୍ପନ କରାଯାଇଥିଲା । ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଚେୟାରମ୍ୟାନ ବିଆରଏମ ଟ୍ରଷ୍ଟର ମୁଖ୍ୟ ବିଶ୍ୱଜିତ ମହାନ୍ତି ୨୯ ନଂ ୱାର୍ଡ ପୂର୍ବତନ କର୍ପୋରେଟର କେଦାର ପୃଷ୍ଟି, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରବୀଣ ବରାଳ, ଜଗନ୍ନାଥ ସାହୁ, ଅବଦୁଲ କରିମ ଖାଁ ପ୍ରମୁଖ ଅଂଶ କରି ମା”ଙ୍କ କୃପାଲାଭ କରିଥିଲେ। ଭକ୍ତ ଧର୍ମନୁଷ୍ଠାନ କାର୍ଯ୍ୟରେ ପୂଜା କମିଟିର ସମ୍ପାଦକ ବରିଷ୍ଠ ଆଇନଜୀବୀ ବିରେନ୍ଦ୍ର କୁମାର ସାମଲ, ସମାଜସେବୀ ଷୋଳପୁଅ ପୂଜା ସମିତିର ସମ୍ପାଦକ ପ୍ରଦୀପ କୁମାର ଆଡ଼୍ୟ ,ଅଶୋକ ସାମଲ ଅଧିକାରୀ ଆକୁଳି ସାମଲ,ବାବୁଲି ସାମଲ,ଭିକାରୀ ସାମଲ ଶଙ୍କର ସାମଲ, ଜଟାଧାରୀ, ନଟବର ସାମଲ, ତ୍ରିନାଥ ସାମଲ, ଜଗା ସାମଲ, ସୁରେନ୍ଦ୍ର ସାମଲ, ପ୍ରଶାନ୍ତ ସାମଲ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ