ଲଣ୍ଡନ : ଓଡିଶା ସୋସାଇଟି ଅଫ ଯୁ.କେ.ର ୪୧ ତମ ବାର୍ଷିକ ଅଧିବେଶନ ଉପଲକ୍ଷେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା I ଅନଲାଇନ ଯୋଗେ କଳାକାର ମାନଂକ ଦ୍ୱାରା ପରିବେଷିତ ମନମୋହକ ସଂରଚନା ଗୁଡିକୁ ଦର୍ଶକ ମାନେ ବେଶ ଆଦୃତ କରିଥିଲେ I ବେଶେଷ ଆକର୍ଷଣ ମଧ୍ୟରେ କଳା ଓ ହସ୍ତଶିଳ୍ପ ପ୍ରଦର୍ଶିନୀ, ନୂଆଖାଇ ଭେଟଘାଟ, ଆମ ଖଟି, ସ୍ପୋର୍ଟଜ଼ କ୍ୱିଜ଼, ଓଡିଶୀ ନୃତ୍ୟ, ଯୋଗ ଅଧ୍ୟାୟ, ଭଜନ ସମାରୋହ, ପାଲା,ଚକୁଳିଆ ପଣ୍ଡା ଗାୟନ ଓ ଲଘୁ ସଂଗୀତ ଆଦି ଅନ୍ତର୍ଭୁକ୍ତ ଥିଲା I
ବିଭିନ୍ନ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ବିଶ୍ୱଭରି ଦେଖଣାହାରୀ ଓ ଶ୍ରୋତା ମାନଂକୁ ମନ୍ତ୍ର ମୁଗ୍ଧ କରିଥିଲା | ବିଶିଷ୍ଟ କଳାକାର ସୁସ୍ମିତା ଦାସ ଓ ଅନ୍ତରା ଚକ୍ରବର୍ତୀଙ୍କ ଦ୍ୱାରା ଲଘୁ ସଂଗୀତ ପରିବେଷଣ କରାଯାଇଥିଲା | ପ୍ରଜ୍ଞା ସାହୁଙ୍କ ଦ୍ୱାରା ଡେଂସା ଲୋକନୃତ୍ୟ, କୋଟପାଟ କଳା ବିକାଶ କେନ୍ଦ୍ର ଦ୍ୱାରା ଲୋକ ନୃତ୍ୟ, ଶରଣ ଓ ଚରଣ ଭାଇନାଙ୍କ ଦ୍ୱାରା ଚକୁଳିଆ ପଣ୍ଡା ଗାୟନ, ଜଗବନ୍ଧୁ ମୁଦୁଲି ଓ ସାଥୀଙ୍କ ଦ୍ୱାରା ଭଜନ, ଶ୍ରୀ ଚରଣ ମହାନ୍ତିଙ୍କ ଦ୍ୱାରା ପାରମ୍ପରିକ ପାଲା, କବି ସମ୍ମିଳନୀରେ ପଦ୍ମଶ୍ରୀ ହଳଧର ନାଗଙ୍କର ସ୍ୱରଚିତ କବିତା ପାଠ, ନୂଆଖାଇ ଭେଟଘାଟ ରେ ସମ୍ବଲପୁର ର ଦିଲ୍ଲୀପ ପଣ୍ଡା ଓ ଯୋଗେଶ ଯୋଜ ଙ୍କ ଉପସ୍ଥାପନା, ରକ କର୍ଣ୍ଣରରେ ଶ୍ରୀ ରୋନା, ଶୁଭ୍ରାସୋନ ସମୀର ଓ ତନ୍ମୟ ମିଶ୍ରଙ୍କର ଯୋଗଦାନ ଆଦି ସାମିଲ ଥିଲା I
ଏହା ବ୍ୟତୀତ ଆମଖଟିରେ ରହିମ ଖାଁଙ୍କର ପାନ ଦୋକାନରେ ଚୌଧୁରୀ ଜୟପ୍ରକାଶ ଦାସ, ପ୍ରବୀଣ ପଣ୍ଡା ଏବଂ ସ୍ମୃତିରଞ୍ଜନ ମହାନ୍ତିଙ୍କର ରମ୍ୟ ଉପସ୍ଥିତି ବେଶ ଉଚ୍ଚ କୋଟିର ଥିଲା I
ସର୍ବୋପରି ସମ୍ମିଳନୀ ରେ ଚଳଚିତ୍ର ଜଗତର ତାରକା ମନୋରଞ୍ଜନ କାରୀଙ୍କ ମଧ୍ୟ ରେ କୁନା ତ୍ରିପାଠୀ, ଅଭିଜିତ ମଜୁମଦାର, ସ୍ୱୟଂ ପାଢ଼ୀ ଓ ଉଦୟନ ଅପରାଜିତଙ୍କର ଯୋଗଦାନ ବେଶ ଉତ୍ସାହପ୍ରଦ ଥିଲା I
ସମଗ୍ର ଆଯୋଜନ ର ସୁପରିଚାଳନା ଓ.ଏସ.ଯୁ.କେ ର ସଭାପତି ସୁମନ୍ତ ମାନସିଂ, ସାଧାରଣ ସମ୍ପାଦକ ଶିବରଞ୍ଜନ ବିଶ୍ୱାଳ, ଦୁଇ ସାଂସ୍କୃତିକ ସମ୍ପାଦକ ଡ଼କ୍ଟର ଭାଗ୍ୟଶ୍ରୀ ସିଂ ଏବଂ ଡାକ୍ତର ସଂଯୁକ୍ତା ବ୍ରହ୍ମା ପ୍ରମୁଖ କରିଥିଲେ I ସ୍ମୃତି ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା ଓ ଉପସ୍ଥାପନା କରିଥିଲେ.I କ୍ରୀଡା ଜଗତରୁ ଏହି ସମ୍ମିଳନୀ ରେ ଆରିହୀନ ସିଂହ, ରଶ୍ମି ପରିଡା ଏବଂ ବିପ୍ଳବ ସାମନ୍ତରାୟ ଯୋଗଦାନ କରିଥିଲେ I ଓଡିଶା ର ସୁସ୍ଵାଦ ବ୍ୟଞ୍ଜନ ପ୍ରସ୍ତୁତି କରିବାରେ ମାଷ୍ଟର ଶେଫ ଅବିନାଶ ନାୟକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ I