Odisha news

କରୋନା ମହାମାରୀ ମୁକାବିଲା ପାଇଁ କଟକ ସିଏମସି ଦ୍ୱାରା ୩୦ ୱାର୍ଡରେ ବୈଠକ ଅନୁଷ୍ଠିତ

0

ଆଜି କଟକ ରାଜାବଗିଚା କୁସନପୁର କମ୍ୟୁନିଟି ହଲଠାରେ କରୋନା ମହାମାରୀର ମୁକାବିଲା କରିବା ପାଇଁ ସିଏମସି ପକ୍ଷରୁ ଏକ ଜରୁରୀ ବୈଠକ ସଭା ଅନୁଷ୍ଠିତ ହୋଇଯାଇଛି। ୱାର୍ଡର ପୂର୍ବତନ କର୍ପୋରେଟର ନରୋତ୍ତମ ଦାସ ଅଧ୍ୟକ୍ଷତାରେ ଉକ୍ତ ବୈଠକ ସଭାରେ ସିଏମସି ର ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ଏବଂ 30 ନ ୱାର୍ଡ ଅନ୍ତର୍ଗତ ରାଜବଗିଚା ବଢ଼େଇସାହି, ବାମ୍ଫିସାହି, କୁସନପୁର,ଝାଞ୍ଜିରୀମଙ୍ଗଳା , ଭଗତପୁର,ବଙ୍ଗାଳିସାହି, ତଳ ତେଲେଙ୍ଗା ବଜାର, ବାମ୍ଫିସାହି କୁମ୍ଭାର ସାହି (୧),ବାମ୍ଫିସାହି କୁମ୍ଭାର ସାହି (୨)ର ସଭାପତି, ସମ୍ପାଦକ, ଯୁବ ସମାଜସେବୀ,ମୁରବି, ଅଙ୍ଗନବାଡ଼ି ଦିଦି,ଆଶା କର୍ମୀ,ୱାର୍ଡର ନୋଡାଲ ଅଫିସର ଯୋଗ ଦେଇଥିଲେ। ଆଗାମୀ ଦିନରେ କିପରି କରୋନା ମହାମାରୀର ମୁକାବିଲା କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।

Nalco
Leave A Reply