କଟକ ସ୍ଥିତ ‘କମଳାକାନ୍ତ ବିଦ୍ୟାପୀଠ’ର ହୀରକ ଜୟନ୍ତୀ ସମାରୋହ ଉଦଯାପିତ , ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଦେଶୀ ଓ ରାଷ୍ଟ୍ରପ୍ରେମର ଭାବନା ତିଆରି କରିବା- ଧର୍ମେନ୍ଦ୍ର ପ୍ରଧାନ
କଟକ(Suvendra Pattanaik) : ଓଡ଼ିଶାର ବରପୂତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ଟ୍ୟାନେରୀ ବ୍ୟବସାୟ ପାଇଁ ନୁହେଁ ବରଂ ସମାଜରେ ସ୍ୱଦେଶୀ ଭାବନାର ପ୍ରେରଣା ଜାଗ୍ରତ କରିବା ପାଇଁ ତିଆରି କରିଥିଲେ । ଆମକୁ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱଦେଶୀ ଓ ରାଷ୍ଟ୍ରପ୍ରେମର ଭାବନା ତିଆରି କରିବା ପାଇଁ ପଡ଼ିବ, ଯାହା ଦ୍ୱାରା ମଧୁବାବୁଙ୍କ ଠାରୁ ଆରମ୍ଭ କରି ଧର୍ପପଦ ଓ ବାଜି ରାଉତଙ୍କ ଭଳି ପିଲାମାନେ ତିଆରି ହେବେ ବୋଲି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶନିବାର କଟକ କାଳିଆବୁଦା ସ୍ଥିତ ‘କମଳାକାନ୍ତ ବିଦ୍ୟାପୀଠ’ର “ହୀରକ ଜୟନ୍ତୀ ସମାରୋହ-୨୦୨୫”ର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ କଟକ ଭଳି ଅଞ୍ଚଳକୁ ଗୁରୁ ନାନକଙ୍କ ଭଳି ପୁଣ୍ୟାତ୍ମା ଆସିଥିଲେ । ସେଭଳି ଅଞ୍ଚଳରେ ତତ୍କାଳୀନ ମହନ୍ତ ମହାରାଜ ସ୍ୱର୍ଗତ କମଳାକାନ୍ତ ଦେବଙ୍କ ବଦାନ୍ୟତା ତଥା ଜମି ଦେବା କାରଣରୁ ମହାନଦୀର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ‘କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ’ ଭଳି ଅନୁଷ୍ଠାନ ବଟ୍ଟବୃକ୍ଷର ରୂପ ନେଇପାରିଛି । ଦୀର୍ଘ ୬୦ ବର୍ଷ ଧରି କଟକରେ ଶିକ୍ଷା କ୍ଷେତ୍ରରେ ପରିଚୟ ତିଆରି କରିଥିବା ଏହି ହାଇସ୍କୁଲରେ ଜୀବନ୍ତତା ଅଛି । କମଳାକାନ୍ତ ଭଳି କଟକରେ ଅନେକ ଅନୁଷ୍ଠାନ ଶହେ ବର୍ଷ ପୁରୁଣା । ଏହି ସ୍କୁଲର ସର୍ବାଙ୍ଗିନ ବିକାଶ କରିବା ପାଇଁ ଆମେ ସାମୂହିକ ଦାୟିତ୍ୱ ନେବାକୁ ସେ ଆହ୍ୱାନ କରିଛନ୍ତି।
ଓଡ଼ିଶାର ପୁଞ୍ଜି ହେଉଛି ବୌଦ୍ଧିକ କ୍ଷମତା ଏବଂ ମାନବ ସମ୍ବଳ । ରାଜ୍ୟରେ ଅଙ୍ଗନବାଡ଼ିରୁ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ପ୍ରାୟ ୧ କୋଟି ଛାତ୍ରଛାତ୍ରୀ ଅଛନ୍ତି । ଅର୍ଥାତ୍ ଓଡ଼ିଶା ଜନସଂଖ୍ୟାର ଏକ ଚତୁର୍ଥାଂଶ ହେଉଛନ୍ତି ଛାତ୍ରଶକ୍ତି । ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତିର ମହାନ ଅବସର ଦେଇଥିବା ବେଳେ ୨୦୩୬ରେ ‘ବିକଶିତ ଓଡ଼ିଶା’ ଓ ୨୦୪୭ରେ ‘ବିକଶିତ ଭାରତ’ର ସ୍ୱପ୍ନକୁ ପୂରଣ କରିବା ପାଇଁ ଓଡ଼ିଶାର ଏହି ୧ କୋଟି ଛାତ୍ରଶକ୍ତିଙ୍କୁ ବୈଶ୍ୱିକ ଦକ୍ଷତା ସହ ଯୋଡିବା ପାଇଁ ହେବ । କଟକ ସମେତ ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ମଜଭୂତ୍ କରିବା ପାଇଁ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ସହଯୋଗୀ ହେବେ ।
ଏହି ଶୁଭ ଅବସରରେ ଶ୍ରୀ ପ୍ରଧାନ ସ୍ମରଣିକା “ଆ ଫେରିଆ ମୋ ପିଲା ଦିନ” ଉନ୍ମୋଚନ କରିବା ସହ ଏହାର ପ୍ରଶଂସା କରିଥିଲେ । ସ୍କୁଲ ପରିସରରେ ଶ୍ରୀ ପ୍ରଧାନ ତତ୍କାଳୀନ ମହନ୍ତ ମହାରାଜ ସ୍ୱର୍ଗତ କମଳାକାନ୍ତ ଦେବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇଥିଲେ ।