ନୂଆପଡା-୨୬/୭ ସକାଳ ଖବର (ସୁରେନ୍ଦ୍ର ତିୱାରି) ସଦର ବ୍ଲକ ସିଲଦା ସ୍ଥିତ ୨୧୬ ବାଟାଲୀୟନ ସୈନିକ ଙ୍କ ମୁଖ୍ୟଲୟ ର କ୍ୟାମ୍ପସ ଭିତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଭଳି ଭାବରେ ବୃକ୍ଷ କମିବା ଓ କଳ କାରଖାନ ଦ୍ୱାରା ପ୍ରଦୂଷଣ ବଢ଼ିବାରେ ଲାଗିଛି ପ୍ରଦୂଷଣ କୁ ରୋକିବା ପାଇଁ ହେଲେ ବୃକ୍ଷରୋପଣ ଓ ତାର ଯତ୍ନ ଅତ୍ୟନ୍ତ ଜରୁରୀ ବୋଲି ବାଟାଲିୟନ ସୈନିକ ମାନେ ପ୍ରକାଶ କରିଥିଲେ । ଚଲିତ ବର୍ଷ କ୍ୟାମ୍ପସ ମଧ୍ୟରେ ୫ ସହ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାର ର ଗଛ ଚାରା ଲଗାଇବା ପାଇଁ ନିଷ୍ପତି ନିଆଯାଇଛି ବୋଲି କହିଥିଲେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଶ୍ରୀମତି ଉସା ସି , ଶ୍ରୀ ନରେନ୍ଦ୍ର ସିଂହ, ଶ୍ରୀ ବି. ବିକ୍ରମ, ଡା ଶ୍ରୀନିବାସୁଲ ରେଡ୍ଡୀ ଏବଂ ବାଟାଲିୟନ ର ଯବାନ ମାନେ ବୃକ୍ଷ ରୋପଣ ରେ ଅଂଶ ଗ୍ରହଣ କରିଥିଲେ ।
Comments are closed.