Odisha news

ବିରିୟାନୀ ଦୋକାନ ଖଟ ତଳେ କୁମ୍ଭୀର ଦେଖିଲେ ଦୋକାନୀ ତାପରେ…

0

ନୂଆଦିଲ୍ଲୀ : ଉତର ପ୍ରଦେଶର ଲକ୍ଷ୍ମୀ ପୁରର ଖିରି ଜିଲ୍ଲାରେ ଗୋଟିଏ ବିରିୟାନୀ ଦୋକାନ ଭିତରୁ କୁମ୍ଭୀରଟିଏ ମିଳିଛି l ଗୁରୁବାର ଦିନ ସନ୍ଧ୍ୟା ସମୟରେ ଦୋକାନରେ ପଡିଥିବା ଖଟିଆ ତଳେ କିଛି ହଲଚଲ ହେବାର ଜଣ ପଡିଲା l ତାପରେ ଦୋକାନ ମାଲିକ ଖଟିଆ ତଳକୁ ନଇଁପଡ଼ି ଦେଖିଲେ ଯେ ଗୋଟିଏ ବିଶାଳକାୟ କୁମ୍ଭୀର ରହିଛି l

ଏହାକୁ ଦେଖିଲା ପରେ ଦୋକାନ ମାଲିକଙ୍କ ସହିତ ସେଠାରେ ବିରିୟାନୀ ଖାଉଥିବା ସମସ୍ତ ବ୍ୟକ୍ତିଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା l ଦୋକାନରୁ କୁମ୍ଭୀରକୁ ବାହାର କରିବା ପାଇଁ ଦୋକାନ ମାଲିକ ଓ ଉପସ୍ଥିତ ଲୋକମାନେ ବନବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ l

ତା ପୂର୍ବରୁ ଲୋକମାନେ ଓ ମାଲିକ ମିଶି କୁମ୍ଭୀରଟିକୁ ବାହାର କରିବାକୁ ଚେଷ୍ଟା କରିଥିଲେ l କିନ୍ତୁ କୁମ୍ଭୀରଟି ଉପରେ କାବୁ କରିପାରି ନଥିଲେ l କୁମ୍ଭୀରଟି ଏଣେତେଣେ ବୁଲିବାକୁ ଲାଗିଲା ,କିଛି ସମୟ ପରେ ବନବିଭାଗ କର୍ମଚାରୀ ମାନେ ସେଠାରେ ପହଂଚିଥିଲେ l ୨ ଘଣ୍ଟାର କଠୋର ପରିଶ୍ରମ ପରେ କୁମ୍ଭୀରଟିକୁ କାବୁ କରାଯାଇ ରସିରେ ବନ୍ଧା ହୋଇଥିଲା l

ଏହାପରେ ନିକଟରେ ଥିବା ସାରଦା ନଦୀରେ କୁମ୍ଭୀରଟିକୁ ଛଡା ଯାଇଥିଲା l ଲକ୍ଷ୍ମୀପୁର DFO ସୂଚନା ଦେଇ କହିଛନ୍ତି ଯେ ବର୍ଷାଦିନ କାରଣରୁ ନଦୀରେ ଅଧିକ ପାଣି ହେତୁ କୁମ୍ଭୀରଟି ଦୋକାନ ମଧ୍ୟକୁ ଚାଲି ଆସିଥିଲା l କିନ୍ତୁ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି

Leave A Reply