ବନ୍ୟଜୀବଙ୍କ ଉପରେ ହୋଇଥିବା ଫଟୋ ପ୍ରତିଯୋଗିତା (ଡବ୍ଲì୍ୟପିୱାଇ)ରେ ଏ ଫଟୋ ଖୁବ୍ ପ୍ରଶଂସିତ ହୋଇଛି । ଭାରତର ଧୃତିମାନ ମୁଖାର୍ଜୀ ରାଷ୍ଟ୍ରୀୟ ଚମ୍ବଲ ଅଭୟାରଣ୍ୟରେ ଏହାକୁ ଉଠାଇଥିଲେ । ଫଟୋଟି ଏକ ଅଣ୍ଡିରା ଘଡ଼ିଆଳ କୁମ୍ଭୀରର । ପିଠିରେ ତା’ର ଶତାଧିକ ଛୁଆ ଘଡ଼ିଆଳ ବସିଛନ୍ତି । ଘଡ଼ିଆଳଙ୍କ ସଂଖ୍ୟା ଦ୍ରୁତବେଗରେ କମୁଛି । ଏକଦା ଦକ୍ଷିଣ ଏସିଆରେ ୨୦ ହଜାରରୁ ଅଧିକ ଘଡ଼ିଆଳ ଥିଲେ । ଏବେ ମଧ୍ୟପ୍ରଦେଶର ଚମ୍ବଲ ଅଭୟାରଣ୍ୟରେ ଅଛନ୍ତି ପ୍ରାୟ ୧୫ ହଜାର ଘଡ଼ିଆଳ । ଡ୍ୟାମ୍ ନିର୍ମାଣ ଏବଂ ଜଳାଶୟ ନିକଟରୁ ବୋଲïର ଓ ବାଲି ହଟାଯିବା ଯୋଗୁ କୁମ୍ଭୀରମାନଙ୍କ ଆବାସ କ୍ଷେତ୍ର ସଙ୍କୁଚିତ ହେଉଛି । ପୁଣି ମାଛଧରା ଜାଲରେ ଅନେକ କୁମ୍ଭୀର ପଡ଼ି ପ୍ରାଣ ହରାଉଛନ୍ତି । ଧୃତିମାନ କହିଛନ୍ତି ଏହି ଘଡ଼ିଆଳ କୁମ୍ଭୀର ୭ ବା ୮ଟି ମାଈ କୁମ୍ଭୀର ସହ ମେଟିଂ କରିଛି । ଘଡ଼ିଆଳମାନେ ସାଧାରଣତଃ ଅନ୍ୟ କୁମ୍ଭୀର ତୁଳନାରେ ଶାନ୍ତ । କିନ୍ତୁ ବିପଦ ଆସିଲେ ଏମାନେ ଅତି ହିଂସ୍ର ହୋଇଉଠନ୍ତି । ଚଳିତବର୍ଷର ଡବ୍ଲì୍ୟପିୱାଇ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା କରାଯିବ ଅକେଫାବର ୧୩ରେ ।