Odisha news

୫ ଦିନିଆ ରିମାଣ୍ଡରେ କଟୁରୀ ଗ୍ୟାଙ୍ଗ୍ : ତଥ୍ୟ ଆଧାରରେ ପୋଲିସ କରୁଛି ରେଡ୍

0

ଭୁବନେଶ୍ୱର,(ନି.ପ୍ର): କେବିଏନ ଗ୍ୟାଙ୍ଗର ମୁଖ୍ୟଙ୍କ ସମେତ ୨୦ ରୁ ଅଧିକ ଅପରାଧୀଙ୍କ ହାତରେ ହାତକଡି ପିନ୍ଧାଇବାରେ ସଫଳ ହୋଇଥିଲା କମିଶନରେଟ ପୋଲିସ । ହେଲେ ଆଉ ଏକ କଟୁରୀ ଗ୍ୟାଙ୍ଗ ରାଜଧାନୀରେ ଲୁଟ୍ପାଟ କରିବା ସହ ହଣାକଟା କରି ଆତଙ୍କ ଖେଳାଇଥିଲେ । ଏହି ଗ୍ୟାଙ୍ଗ୍ର ୫ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ସେମାନଙ୍କର ସହଯୋଗୀମାନେ ଏବେ ବି ଫେରାର ଅଛନ୍ତିି । ଗିରଫ କଟୁରୀ ଗ୍ୟାଙ୍ଗ୍ର ସମସ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ । ସାତ ଦିନିଆ ରିମାଣ୍ଡରେ ଆଣିବାକୁ ପୋଲିସ ଆବେଦନ କରିଥିବାବେଳେ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସୋମବାର ହେଉଛି କଟୁରୀ ଗ୍ୟାଙ୍ଗ୍ ରିମାଣ୍ଡର ଦ୍ୱିତୀୟ ଦିନ । ରିମାଣ୍ଡରେ ସମୟରେ ଅପରାଧୀମାନେ ପୋଲିସକୁ ଦେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଅପରାଧୀମାନେ ହାଣିବା ପରେ କଳିଙ୍ଗନଗରରେ ଥିବା କେଉଁ ଓୟୋ ରୁମ୍ରେ ରହୁଥିଲେ ସେଠାରେ କିଭଳି ରଣନୀତି ପ୍ରସ୍ତୁତ କରୁଥିଲେ ସବୁ ସତ ଓଗାଳିଛନ୍ତି ।

ସହଯୋଗୀମାନେ ରହୁଥିବା ସେମାନଙ୍କ ଆ‡ାକୁ ପୋଲିସକୁ କହିଥିବା ଜଣାପଡିଛି । ଫେରାର ଅପରାଧୀମାନଙ୍କୁ ଧରିବା ପାଇଁ ନୂଆପଲ୍ଳୀ ଥାନା ଅଧିକାରୀଙ୍କ ନେତୃତ୍ୱରେ ୨ ଜଣିଆ ଟିମ୍ ଗଠନ କରାଯାଇ ରେଡ କରାଯାଉଥିବା ଜଣାପଡିଛି । କଟୁରୀ ଗ୍ୟାଙ୍ଗ୍ର ଅପରାଧୀମାନେ ହେଲେ ମଞ୍ଚେଶ୍ୱର ଥାନା ରସୁଲଗଡର ଅରୁଣ ସାହୁ ସାହୁ, ଲକ୍ଷ୍ମୀସାଗର ଥାନା ନିକଟସ୍ଥ ଶାନ୍ତି ମନ୍ଦିର ନିକଟରେ ରହୁଥିବା ଜୟଦେବ ବେହେରା ଓରଫ ଜୟ, ପ୍ରେସ କଲୋନୀର କିଶୁ ରେ‡ି, ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ଫେଜ୍-୨ର ଜି ଜଗଦୀଶ ଆଚାର୍ଯ୍ୟ, ବମିଖାଲର ପ୍ରଶାନ୍ତ ମହାରଣା ଓରଫ ପିଣ୍ଟୁ ଏବଂ ରିସିଭର ହେଲେ ୟୁନିଟ୍-୮ ସରୋଜ କୁମାର ଗୋଛି ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀ । ଏହି ଗ୍ୟାଙ୍ଗ କଳିଙ୍ଗନଗରରେ ଥିବା ଏକ ଓୟୋ ହୋଟେଲରେ ବ୍ଲପି୍ରଣ୍ଟ ପ୍ରସ୍ତୁତ କରିଥିଲେ ।

ଅପରାଧୀମାନେ ବିଭିନ୍ନ ସ୍ଥାନରେ ଅଘଟଣ ଘଟାଇବା ପରେ ସେହି ରୁମରେ ରହୁଥିଲେ । ପ୍ରତ୍ୟେକ ଦିନ କାହାକୁ ହାଣିବେ, କିଭଳି ଲୁଟିବେ ସେ ନେଇ ବ୍ଲୁପି୍ରଣ୍ଟ ପ୍ରସ୍ତୁତ କରୁଥିଲା । ଗ୍ୟାଙ୍ଗକୁ ଧରିବାକୁ ପୋଲିସ ବହୁ ଉଦ୍ୟମ କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇପାରିନଥିଲା । ଶେଷରେ କଟୁରୀ ଗ୍ୟାଙ୍ଗ୍ର ୫ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ । ସେମାନଙ୍କ ନାମରେ ୧୮ଟି ଅପରାଧୀକ ମାମଲା ରହିଛି । ୧୮ ଅପରାଧୀକ ମାମଲା ଭିତରେ ଭରତପୁର, ଲକ୍ଷ୍ମୀସାଗର, କ୍ୟାପିଟାଲ, ସହିଦନଗର, ବରଗଡ ଏବଂ ଖାରବେଳନଗରରେ ରହିଛି । ୫ ଦିନିଆ ରିମାଣ୍ଡରେ ଥିବା କଟୁରୀ ଗ୍ୟାଙ୍ଗ୍ର ଅବଧି ଆସନ୍ତା ୩ ତାରିଖ ଦିନ ଶେଷ ହେବାକୁ ଥିବାରୁ ପୋଲିସ ଏକ ଅଜ୍ଞାତ ସ୍ଥାନରେ ରହି ସମସ୍ତଙ୍କୁ ମୁହାଁମୁହିଁ ଜେରା କରୁଥିବା ଜଣାପଡିଛି ।

Leave A Reply