Odisha news

ପରମେଶ୍ବର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଡମଣଭୂଇ କ୍ରିକେଟ କ୍ଳବ୍ ଚମ୍ପିୟାନ।

0
ନିରାକାରପୁର,୩୧/୧: ଖୋର୍ଦ୍ଧା ଜିଲ୍ଲା ରମାବିଲ ଜୟ ଦୁର୍ଗା କ୍ଳବ୍ ଆନୁକୂଲ୍ୟରେ ଚାଲିଥିବା ପରମେଶ୍ଵର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ମା ସିଦ୍ଧେଶ୍ୱରୀ କ୍ରିକେଟ କ୍ଳବ୍ ଓଳସିଂ ଓ ଡମଣଭୂଇ କ୍ରିକେଟ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଟସ ଜିତି ଡମଣଭୂଇ ନିର୍ଧାରିତ ୧୨ ଓଭର ରେ ୫ ଉଇକେଟ ହରାଇ ୧୫୬ ରନ୍ ସଂଗ୍ରହ କରିଥିଲା। ଏହାର ଜବାବ ରେ ଓଳସିଂ ଦଳ ସମସ୍ତ ଉଇକେଟ ହରାଇ ମାତ୍ର ୧୦୦ ରନ୍ ସଂଗ୍ରହ କରିଥିଲା। ଫଳରେ ଡମଣଭୂଇ ୫୬ ରନ୍ ରେ ବିଜୟୀ ହୋଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା। ଅତିଥି ଭାବେ ପରିବେଶବିତ୍ ତଥା ପୂର୍ବତନ ବିଧାୟକ ଡଃ ଦିଲୀପ ଶ୍ରୀ ଚନ୍ଦନ, ସମାଜ ସେବୀ ସଂଜୟ ପଟ୍ଟନାୟକ, ସରପଂଚ ପୂର୍ଣ୍ଣିମା ମହାପାତ୍ର, ପୂର୍ବତନ ସମିତି ସଭ୍ୟ କରୁଣାକର ସେଠୀ, ଆୟୋଜକ କମିଟି ସଭାପତି ନିତ୍ୟାନନ୍ଦ ମଙ୍ଗରାଜ ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଶିକ୍ଷକ ନେତା ରମାକାନ୍ତ ମହାପାତ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଦିବାକର ସାମନ୍ତରାୟ ଓ ସୁଦର୍ଶନ ସାମନ୍ତରାୟ ଖେଳ ପରିଚାଳନା କରିଥିଲେ।ପ୍ରଭାତ ମଙ୍ଗରାଜ,ଦିବ୍ୟଲୋଚନ ହରିଚନ୍ଦନ,ଭରତ ସୁନ୍ଦରାୟ, ବାଳକୃଷ୍ଣ ସାମନ୍ତରାୟ, କାର୍ତ୍ତିକ ସାମନ୍ତରାୟ, ଚିତ୍ତରଂଜନ ଜେନା ପ୍ରମୁଖ ସହଯୋଗ କରିଥିଲେ।
Nalco
Leave A Reply