Odisha news

ଗାଁ ପୋଖରୀରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

0

ତିହିଡି, ୩୧.୦୧( ଯଦୁମଣି ପାଣିଗ୍ରାହୀ): ଗାଁ ପୋଖରୀରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସୟା ମହାଦେବ ସାହିସ୍ଥିତ ଏକ ପୋଖରୀରୁ ବାଇଧର ଜେନାଙ୍କ ପୁଅ କମଳାକାନ୍ତ ଜେନାଙ୍କ ଶବ ଉଦ୍ଧାର ହୋଇଛି । କମଳାକାନ୍ତ ଗତକାଲି ଠାରୁ ଘରୁ କେଉଁ ଆଡେ ଯାଇଥିଲେ । ରାତିରେ ଫେରିନଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢିଥିଲା । ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ଆଜି ସକାଳେ ସୟା ଛକ ନିକଟସ୍ଥ ରାସ୍ତା ପାଶ୍ୱର୍ ପୋଖରୀରେ କମଳାକନ୍ତଙ୍କ ଗଳିତ ଶବ ଭାସୁଥିବାର ଲୋକେ ଦେଖିବାକୁ ପାଇଥିଲେ । ଅଗ୍ନିବାହିନୀ ଘଟଣା ସ୍ଥଳରେ ପହଁଞ୍ôଚପୋଖରୀରୁ କମଳାକାନ୍ତଙ୍କ ଗଳିତ ଶବ ଉଦ୍ଧାର କରିଛି । ତିହିଡି ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି । ଏଠାରେ ସୂଚନା ଥାଉକି, ମୃତ କମଳାକାନ୍ତ କିଛି ବର୍ଷ ପୂର୍ବେ ଏକ ରେଳ ଦୁର୍ଘଟଣା ଗୋଟିଏ ହାତ ହରେଇଥିଲେ । କମଳାକାନ୍ତ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

IEC 2 years
Leave A Reply