Odisha news

ବିରଳ ପ୍ରଜାତିର ଗୋଲଡେନ କଇଁଚ ଉଦ୍ଧାର

0

ଭଦ୍ରକ,୧୦ ।୦୮:ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେଞ୍ଜ ବେନ୍ତାଳପୁର ଗାଁ ନିକଟ ଚାଷଜମିରୁ ଏକ ବିରଳ ପ୍ରଜାତିର ଗୋଲଡେନ୍‍ କଇଁଚ ଉଦ୍ଧାର ହୋଇଛି । ଏହି କଇଁଚକୁ ଚାନ୍ଦବାଲି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ବେନ୍ତାଳପୁର ଗାଁର ଚାଷୀ ନିରାକାର ମହାନ୍ତି ଚାଷ ଜମିରେ ହଳ କରୁଥିବା ବେଳେ କଇଁଚଟିକୁ ଦେଖିଥିଲେ ।

ପରେ ତାକୁ ଧରି ଗାଁକୁ ଆଣିଥିଲେ । ଗାଁ ଲୋକ ଏହି ଗୋଲଡେନ କଇଁଚକୁ ଦେଖିବାକୁ ଭିଡ ଜମାଇଥିଲେ । ପୁରା ହଳଦୀ ରଙ୍ଗର ହୋଇଥିବା ଏହି କଇଁଚଟିକୁ ଗୋଲଡେନ କଇଁଚ ବୋଲି ଲୋକେ କହୁଛନ୍ତି । ତେବେ ଉଦ୍ଧାର ଏହି ଗୋଲଡେନ କଇଁଚଟିକୁ ଭିତରକନିକାରେ ଛଡାଯିବ ବୋଲି ଚାନ୍ଦବାଲି ରେଞ୍ଜର ସୁବାସ ନାୟକ ସୂଚନା ଦେଇଛନ୍ତି

Leave A Reply