ଖଲ୍ଲିକୋଟ-୩/୬-କମ୍ୟୁନିଷ୍ଟ ପାର୍ଟି ଓଡ଼ିଶା ରାଜ୍ୟ କମିଟି ର ଡାକରା ରେ ଖଲ୍ଲିକୋଟ ଆଞ୍ଚଳିକ କମିଟି ପକ୍ଷ ରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ଏହି ଅବସରରେ ଅଞ୍ଚଳ ପାର୍ଟି ସମ୍ପାଦକ କନ୍ଧ ପ୍ରଧାନ, ସହ ସମ୍ପାଦକ ବିଦ୍ୟାଧର ବେହେରା, ଦୁର୍ଗା ଚରଣ ପାତ୍ର, ରଘୁନାଥ ଗୌଡ଼, ସୀମାଞ୍ଚଳ ବେହେରା, ଜୟରାମ ଦାଶ, ସରପଞ୍ଚ ମନୋଜ କୁମାର ଗୌଡ଼, ଲକ୍ଷ୍ମୀ ପାଣିଗ୍ରାହୀ, ରବି ସ୍ବାଇଁ, ଗୁରୁଦେବ ଯାନୀ, ଭରତ ଶବର, ସୀମାଞ୍ଚଳ ବାରିକ, ସନ୍ୟାସୀ ଲେଙ୍କା, ବରଜ ଶବର, ସୁଧୀର ଯାନୀ ପ୍ରମୁଖ ଙ୍କ ନେତୃତ୍ୱରେ ବହୁ ସାଥି ବିଭିନ୍ନ ଦାବୀ ସମ୍ବଳିତ ପ୍ଲାକାର୍ଡ ପ୍ରଦର୍ଶନ ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଖଲ୍ଲିକୋଟ ବସଷ୍ଟାଣ୍ଡ ଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ପଥପ୍ରାନ୍ତ ସଭାରେ ଜିଲ୍ଲା ପାର୍ଟି ସମ୍ପାଦକ ପ୍ରବୀଣ ପାତ୍ର, ରାଜ୍ୟ କାର୍ଯ୍ୟ କାରିଣୀ କମିଟି ସଦସ୍ୟ ଶ୍ରୀହର୍ଷ ରଥ ଓ ଯୁବ ସଂଘ ର ଜିଲ୍ଲା ସମ୍ପାଦକ କାମଦେବ ନାହାକ ପ୍ରମୁଖ ଉଦବୋଧନ ଦେଇଥିଲେ ।ଏହା ପରେ ଅମ୍ପନ ବାତ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ, ସମସ୍ତ ପ୍ରବାସୀ ଙ୍କୁ ୧୦ ହଜାର ଟଙ୍କା ସହାୟତା ସହ ନିଜ ଅଞ୍ଚଳ ରେ କାମ ପ୍ରଦାନ, ସମସ୍ତ ପରିବାର କୁ ରାସନ ସାମଗ୍ରୀ, ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କା ପ୍ରଦାନ, କୃଷି ଋଣ ଛାଡ଼ ସହ ଚଳିତ ବର୍ଷ ପାଇଁ ବିନା ସୁଧ ରେ କୃଷି ଋଣ ଯୋଗାଣ ଆଦି ୧୩ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ଥାନୀୟ ତହସିଲଦାର ଚକ୍ରଧର ପାଢ଼ୀ ଙ୍କୁ ପ୍ରଦାନ କରାଯାଇଥିଲା ।