Odisha news

ବୋରିଗୁମ୍ମା : ପଙ୍ଗପାଳ ଆଗମନ କୁ ନେଇ ଚିନ୍ତାରେ ଚାଷୀକୁଳ।

0
ବୋରିଗୁମ୍ମା (K sakil Dora)—-ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ ପାଇଁ ହାହାକାର ହେଉଥିବା ବେଳେ ଆମ ଦେଶ ଭାରତ ର ସଂଘର୍ଷ ଜାରି ରହିଛି।କରୋନା ର ଭୟାବହତା ମନ ରୁ ନ ଲିଭୁଣୁ ପଡୋଶୀ ପାକିସ୍ତାନ ରୁ ଲକ୍ଷ ଲକ୍ଷ ପଙ୍ଗପାଳ ଦେଶକୁ ପଶି ଆସୁଛନ୍ତି। ରାଜସ୍ଥାନ, ଗୁଜରାଟ ଓ ଅନ୍ୟାନ୍ୟ ପାକିସ୍ତାନ ସୀମାନ୍ତ ରାଜ୍ୟ ମାନଙ୍କରେ କ୍ଷେତ ରେ ପଙ୍ଗପାଳ ଖାଇଯାଉଛନ୍ତି। ତେବେ ଓଡିଶା ସରକାର ପଙ୍ଗପାଳ କୁ ନେଇ ଘନ ଘନ ବୈଠକ କରୁଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଙ୍କ ଅଧକ୍ଷତାରେ ସଚିବାଳୟରେ ପଙ୍ଗପାଳ ଆଗମନ କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।
ମଧ୍ୟପ୍ରଦେଶ ଓ ଛତିଶଗଡ଼ ରୁ ଏକ ସପ୍ତାହ ମଧ୍ୟରେ ଓଡିଶା ର ସୀମାନ୍ତ ଜିଲ୍ଲା ମାନଙ୍କୁ ପଶି ଆସିପାରନ୍ତି ପଙ୍ଗପାଳ। ଏହାକୁ ନେଇ କୃଷି ବିଭାଗ ଘୋର ସଙ୍କଟ ରେ ପଡିଛି।ପଙ୍ଗପାଳ ଓଡିଶା କୁ ପଶି ଆସିଲେ ଚାଷୀ ମାନଙ୍କ କ୍ଷେତରେ ପଶି ସବୁ ଖାଇଯିବେ। ଥରେ ପଙ୍ଗପାଳ କ୍ଷେତରେ ପଶିଲେ ଚାଷୀର ମେରୁଦଣ୍ଡ ଭାଙ୍ଗିଯିବ। କୋରାପୁଟ ଜିଲ୍ଲା ଛତିଶଗଡ଼ ଜିଲ୍ଲା ସୀମାନ୍ତ ରେ ରହିଛି। ଯେକୋୖଣସି ମୁହୂର୍ତ୍ତରେ କୋରାପୁଟ ଜିଲ୍ଲା କୁ ଆସିପାରନ୍ତି ପଙ୍ଗପାଳ। ଏଣୁ ଚାଷୀ ମାନଙ୍କୁ ତୁରନ୍ତ ରବି ୠତୁ ଫସଲ ଅମଳ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହ ପର୍ଯ୍ୟାପ୍ତ ପରିମାଣରେ କୀଟନାଶକ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୃଷି ବିଭାଗ। ପଙ୍ଗପାଳ ଗୋଟିଏ ଦିନରେ ୧୫୦ କିଲୋମିଟର ପର୍ଯ୍ୟନ୍ତ ଯିବା ସହ ପାର୍ଯ୍ୟାପ୍ତ ପରିମାଣ ର କ୍ଷେତରେ ଖାଦ୍ୟ ଖାଇଥାନ୍ତି।
ଏମାନେ ଦିନରେ ଖାଇବା ସହ ରାତିରେ ସେହି ଫସଲ ରେ ରାତି କଟାନ୍ତି। ତେବେ ଏମାନଙ୍କ ଙ୍କୁ ଘୋଉଡାଇବା ପାଇଁ ବାଦ୍ୟ ଯନ୍ତ୍ର ଓ କୀଟନାଶକ ଔଷଧ ସ୍ପ୍ରେ କରିବା ଆବଶ୍ୟକ। କୋରାପୁଟ ଜିଲ୍ଲା କୁ ପଙ୍ଗପାଳ ଙ୍କ ଆଗମନ ନେଇ ଚିନ୍ତାରେ ଚାଷିକୂଳ। ପଙ୍ଗପାଳ ଆସିଲେ କଣ କଣ ପଦକ୍ଷେପ ନିଆଯିବ ଚାଷିକୂଳ ଜାଣି ନ ଥିବା ଅଭିଯୋଗ ହେଉଛି। ଏପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ଚାଷୀମାନଙ୍କୁ ପଙ୍ଗପାଳ ଆଗମନ ଙ୍କୁ ନେଇ କୌଣସି ସଚେତନତା କରାଯାଇ ନାହିଁ। ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ବହୁତ ମାତ୍ରାରେ ପନିପରିବା ଚାଷ ହେଉଛି। ଯଦି କୌଣସି ପରିସ୍ଥିତିରେ ପଙ୍ଗପାଳ କୋରାପୁଟ ଜିଲ୍ଲାରେ ପହଁଚିଲେ, ଚାଷୀ ର ସର୍ବସ୍ୱ ଧ୍ବଂସ ହୋଇଯିବ। କୃଷି ବିଭାଗ ତୁରନ୍ତ ଚାଷୀ ମାନଙ୍କୁ ସଚେତନ କରାଇବା ସହ ପ୍ରତିକାର ପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ ବୋଲି ଚାଷିକୂଳ କହିଛନ୍ତି।
Leave A Reply