Odisha news

କୂଅ ଖୋଳିବାରୁ ମିଳିଲା ମିଥେନ୍‌ ଗ୍ୟାସ୍‌ ଭଣ୍ଡାର

0

କେରଳ : କେରଳ ଅଳପୂଜାରେ ରହୁଥିବା ଏକ ପରିବାରର ଘର ପରିସରରେ ମିଥେନ୍‌ ଗ୍ୟାସର ଗୋଟିଏ କୂଅ ଅଛି । ସେମାନେ ୮ବର୍ଷ ହେବ ମିଥେନ୍‌ ଗ୍ୟାସ୍‌ରେ ରୋଷେଇ କରି ଆସୁଛନ୍ତି । ୨୦୧୧ରେ ପାଣି ଅଭାବ ହେବାରୁ ସେମାନେ ଏ କୂଅ ଖୋଳିଥିଲେ । କିନ୍ତୁ ପାଣି ବାହାରି ନ ଥିଲା । ଶ୍ରମିକ କୂଅ ପାଖରେ ଦିଆସିଲ୍‌ ଲଗାଇବାରୁ ନିଆଁ ଧରିଲା । ତା’ପରେ ପାଇପ୍‌ ମିସ୍ତ୍ରୀ ମିଥେନ୍‌ ଗ୍ୟାସ୍‌କୁ ଗ୍ୟାସ୍‌ ଚୁଲା ସହ ଯୋଡିଲେ । ପ୍ରଥମେ ଏହାକୁ ବ୍ୟବହାର କରି ରୋଷେଇ କରିବାକୁ ଡରିଲେ । ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଅଧିକାରୀ କୂଅରେ ମିଥେନ୍‌ ଗ୍ୟାସ୍‌ ଥିବା ତଥା ଏଥିରେ କୌଣସି ଅସୁବିଧା ନ ଥିବା ସ୍ପଷ୍ଟ କରିଛନ୍ତି  ।

Nalco

Leave A Reply