Odisha news

କୋରାପୁଟ ଜିଲ୍ଲାରେ କରୋନା ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଟକଣା। : ପୋଡ଼ାଗଡ କୁ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା

0

sakalakhabar.com :ବୋରିଗୁମ୍ମା : କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଚିହ୍ନଟ ପରେ ପ୍ରଶାସନ ତରଫରୁ ସତର୍କତା ମୂଳକ ପଦକ୍ଷେପ ଅବଲମ୍ବନ କରାଯାଇଛି। ଦସମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ କୁ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା କରାଯାଇଛି। କୌଣସି ପୋଡ଼ାଗଡ ଲୋକ ଗାଁ ରୁ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାର ଲୋକ ପୋଡ଼ାଗଡ ଯାଇପାରିବେ ନାହିଁ। ପୋଲିସ ପକ୍ଷରୁ କଡା ବନ୍ଦୋବସ୍ତ କରାଯାଇଛି। କୋରାପୁଟ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବରୁ ସମସ୍ତ ଦୋକାନ ପାଇଁ କିଛିଟା କୋହଳ ହୋଇଥିବା ବେଳେ ବର୍ତ୍ତମାନ ପରିସ୍ଥିତି କୁ ଦେଖି ଜିଲ୍ଲାପାଳ ଦୋକାନ ବଜାର ପାଇଁ କଟକଣା ଜାରି କରିଛନ୍ତି। ବୋରିଗୁମ୍ମା ରେ ସକାଳ ୭ ଟା ରୁ ୧୨ ଟା ମଧ୍ୟରେ  ପନିପରିବା , ବେକେରୀ, ଆମିଷ ଓ କ୍ଷୀର ଦୋକାନ ହିଁ ଖୋଲିପରିବ। ସେହିପରି ଦିନ ୧୦ ଟା ରୁ ୨ ଟା ମଧ୍ୟରେ କୋରିଅର, ଆଇ ଟି ସର୍ଭିସ, ବହି, ଇଲେକ୍ଟ୍ରି ଦୋକାନ, ମୋବାଇଲ ସର୍ଭିସ, ପଶୁମାନଙ୍କ ଖାଦ୍ୟ ଓ ଗେରେଜ ଖୋଲିପରିବେ। ଚା ଦୋକାନ, ପାର୍ଲର, ସେଳୁନ, କପଡା, ଜୋତା, ଜିମ, ଫାଷ୍ଟ ଫୁଡ଼, ପାନ ଗୁଟୁଖା, ଗିଫ୍ଟ, ସୁନା ଦୋକାନ, ଲେଡିସ କରନର ଓ ମଦ ଦୋକାନ ଖୋଲି ପାରିବେ ନାହିଁ। ସେହିପରି ସକାଳୁଆ ଅଫିସ ଯୋଗୁଁ ବୋରିଗୁମ୍ମା ସହରରେ ସକାଳେ କିଛିଟା ଗହଳି ଚହଳି ଦେଖାଯାଉଥିବା ବେଳେ ଦିନ ୧୨ ଟା ପରେ ସହର ସୁନସାନ ହେଉଛି।

Leave A Reply