Odisha news

ବିଚାରଧୀନ ମାମଲା ଚାପ ବଢ଼ି ଚାଲିଥିବା ବେଳେ କୋର୍ଟ କାର୍ଯ୍ୟ ସ୍ୱାଭାବିକ କରିବାକୁ ନିଷ୍ପତ୍ତି : ସୋମବାରଠାରୁ ସ୍ୱାଭାବିକ ଚାଲିବ କୋର୍ଟ

0

ଭୁବନେଶ୍ୱର: ବିଚାରଧୀନ ମାମଲା ଚାପ ବଢ଼ି ଚାଲିଥିବା ବେଳେ କୋର୍ଟ କାର୍ଯ୍ୟ ସ୍ୱାଭାବିକ କରିବାକୁ ନିଷ୍ପତ୍ତି ହୋଇଚି । ଖୋର୍ଦ୍ଧା ଜିଲ୍ଲାର ସମସ୍ତ କୋର୍ଟ ସୋମବାରଠାରୁ ସ୍ୱାଭାବିକ ଭାବେ ଚାଲିବ । ପୂର୍ବରୁ କେବଳ ମୁଦାଲାଙ୍କ ଜାମିନ, ରିମାଣ୍ଡ ଶୁଣାଣି ଓ ହାଜର ହେଉଥିବା ବେଳେ ଏବେ ମାମଲାର ବିଚାର ସାକ୍ଷ୍ୟ ଗ୍ରହଣ ପୁରୁଣା ମାମଲାର ଶୁଣାଣି ସବୁ କିଛି ଚାଲିବ ।

ଅଧିକରୁ ଅଧିକ ସଂଖ୍ୟାରେ ଭିଡିଓ କନଫରେନ୍ସିଂ ଓ ଭର୍ଚୁଆଲ ମୋଡରେ ଶୁଣାଣି କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟ ନ୍ୟାୟାଳୟରୁ ନିଦେ୍ର୍ଧଶନାମା ପ୍ରକାଶ ପାଇଛି । ହାଇକୋର୍ଟଙ୍କ ନିଦେ୍ର୍ଧଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ମୁଦାଲାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ପାଇଁ କୁହାଯାଇଛି । ଏହା ସହ ରିମୋଣ୍ଡର ପ୍ରଥମ ଶୁଣାଣି ସମୟରେ ଆବଶ୍ୟକ ସ୍ଥଳେ ମୁଦାଲାଙ୍କୁ ହାଜର କରାଯାଇ ପାରିବ । ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ମଧ୍ୟ ନିଦେ୍ର୍ଧଶ ରହିଛି ।

Leave A Reply