Odisha news

ସୋରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଢୋଢୋୟା ପାହଡି ଝର

0

ସୋର :  ସୋର ଅଞ୍ଚଳର ପଶ୍ଚିମରେ ଥିବା ଦେବଗିରି ଓ  ବିଷ୍ଣୁପୁର ପାହାଡ଼ର ମିଳନସ୍ଥ ମହୁମୁହାଣ ପଞ୍ଚାୟତ ମଲ୍ଲୀଚୁଆ ଦହଲା ଚହଲାରୁ ଝରି  ଜଳ ପ୍ରପାତର ଭ୍ରମ ସୃଷ୍ଟି କରୁଥିବା ଢୋଢୋୟୋ ଝର ଏବେ ପର୍ଯ୍ୟଟକଙ୍କ ମନୋରଂଜନର ଖୋରାକ୍ ଯୋଗାଇ ଆସୁଛି । ଦିଗନ୍ତବିସ୍ତାରି ପାହାଡ଼ ପର୍ବତ, ବଣ ଜଙ୍ଗଲ ଭିତରେ ଏହି ଝରଣାଟି ଅତିକ୍ରମକରି ଦୂରକୁ ଢୋ-ଢୋ ଶବ୍ଦ କରି ବହିଆସୁଥିବାରୁ ଏହାର ନାମ ବୋଧହୁଏ ଢୋଢୋୟା ଝର ରହିଆସିଛି ।

ଏହି ଜଙ୍ଗଲର ମନୋରମ ପରିବେଶକୁ ଗତ କିଛିଦିନ ହେଲା ଦୂରଦୂରାନ୍ତରୁ ଲୋକେ କିଛି ସମୟ ବିତାଇବା ପାଇଁ ଧାଇଁ ଯାଉଛନ୍ତି, ଯେଉଁଠି ନାହଁ କରୋନା ଭୂତାଣୁ ସଂକ୍ରମଣର ସାମନ୍ୟତମ ଭୟ । ବିଷ୍ଣୁପୁର ପାହାଡ଼ର ପଶ୍ଚିମ ପାଶ୍ୱର୍ରେ ଦହଲା ଦକ୍ଷିଣପାଶ୍ୱର୍ରେ ରହିଛି ଦେବଗରି ସିନ୍ଧୁଆ ବନ୍ଧ ।

ଦହଲା ପାହାଡ଼କୁ ଲାଗି ରହିଥିବା  ଚହଲା ଏବେ ବର୍ଷାଜଳରେ ପରିପୂର୍ଣ୍ଣ । ଏହି ଜଳକୁ ଆଧାର କରି ଢୋଢୋୟା ଏବେ ପାଲଟି ଯାଇଛି ଅପରୂପ ସୌର୍ଯ୍ୟର ଗନ୍ତାଘର ।  ଏଥିôପାଇଁ ଲୋକମାନେ ଏଠାରେ ପହଞ୍ଚି  ନଆରା ମଜା ଉଠାଇବା ସହିତ କିଛି ସମୟ ବିତଉଛନ୍ତି । ଯଦିଓ କରୋନା କଟକଣା ଯୋଗୁଁ ଏଠାରେ ଏବେ ପିକ୍ନିକ୍ ହେଉନି କିନ୍ତୁ ସାମାଜିକ ଦୂରତ୍ୱ ରକ୍ଷାକରି ଲୋକେ ଏହି ଖୁସିମଜା ଉଠଉଥିବା ଦେକôବାକୁ ମିଳିଛି ।

କେବେଳ ବର୍ଷାଦିନ ନୁହେଁ ଖରାଦିନେ ବି ଏହି ଝରଣା ଝରଝର ହେଇ ଝରିଯାଇଥାଏ । ଏହା ମଲ୍ଲୀଚୁଆ ତଳିଅଞ୍ଚଳ ଗୋପାଳପୁର,  ଗୋଡ଼ିଖୋଳା, ପତକପାଳ ପ୍ରଭୃତି ଗ୍ରାମମାନଙ୍କରେ ଚାଷଜମିକୁ ପାଣି ଯୋଗାଇଥାଏ । ବିଶେଷ କରି ଦହଲା ଖଣିଅଞ୍ଚଳ ନିକଟରେ ରେଷାଖୋଲିଆ, ମଇଁଷିଗୋଠ, କବତି ଖଣି, ପାଣିଖଣି, ନାୟିକବନ୍ଧ, ସାତବାଡ଼ିଆ, ବେଲଗାରିଆ, ନାଳଖଣି. ତାଳସଜିଆ(ସୁନାଖଣି), ଭଅଁରା, ନାଳକାଣି, କାଣ୍ଡ‘ାଳିଆ ପ୍ରଭୃତିର ଖଣିର ଅନ୍ତଃସ୍ରୋତ ଏହି ଖଣି ସହିତ ରହିଛି ।

ଏହାକୁ ଆଧାର କରି ଦହଲାରେ ଏକ ପ୍ରାକୃତିକ ଜଳ ପ୍ରକଳ୍ପ ରହିଛି । ସେହି ଜଳ ଭଣ୍ଡାରରୁ ବାହାରିଥିବା ଢୋଢୋୟା ଜଳ ପ୍ରବାତ ଭଳି ଭ୍ରମ ସୃଷ୍ଟି କରୁଛି । ଏହା ସହିତ ବିରାଟ ଚତିରି, ତୀକ୍ଷ ପଥର କାନ୍ଥ ଏହାର ଶୋଭାକୁ ଅଧିକ ବର୍ଦ୍ଧିତ କରୁଛି । ଏହି କରୋନା କାଳରେ ପ୍ରତିଦିନ ଶହ ଶହ ଲୋକ ଏଠାରେ ପହଞ୍ଚି ଏହାର ମଜା ନେଉଥିବା ବେଳେ ଏହି କ୍ଷେତ୍ରରେ ଆନୁସଙ୍ଗିକ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ପର୍ଯ୍ୟଟନ ବିଭାଗ ସହ ସ୍ଥାନୀୟ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply