ଟେୱାଲାରା ଏପରି ଏକ ଦେଶ ଯେଉଁଠାରେ ମାତ୍ର ୧୧ ଜଣ ଲୋକ ବାସ କରୁଛନ୍ତି । ଇଟାଲୀର ସାର୍ଡିନିୟା ପ୍ରଦେଶ ନିକଟ ଭୂମଧ୍ୟ ସାଗର ମଧ୍ୟରେ ଅବସ୍ଥିତ ଏ ଦେଶ । ଦେଶର ଆୟତନ ୫ ବର୍ଗ କିମି ହୋଇଥିବାରୁ ଏହାକୁ ପୃଥିବୀର କ୍ଷୁଦ୍ରତମ ଦେଶ କୁହାଯାଏ, ହେଲେ ଟେୱାଲାରାକୁ କୌଣସି ଦେଶ ମାନ୍ୟତା ଦେଇନାହାନ୍ତି । ଏଠାକାର ରାଜା ନୌକା ଓ ରେସ୍ତୋରæô ଚଲାନ୍ତି । ହାଫ୍ ପ୍ୟାଣ୍ଟ୍ ଓ ସାଣ୍ଡେଲ୍ରେ ଜୀବନ ଅତିବାହିତ କରୁଛନ୍ତି ରାଜା । ଏହା ହେଉଛି ‘କିଙ୍ଗ୍ଡମ୍ ଅଫ୍ ଟେୱାଲାରା’ । ୧୯୭୨ରେ ଏଠାରେ ନାଟୋ ସୈନିକଙ୍କ ଆzା ହେବା ପରେ ଏହି ଛୋଟ ସାମ୍ରାଜ୍ୟର ପ୍ରଭୁତ୍ୱ ଶେଷ ହୋଇଥିଲା । ଏହାର ଅଧିକାଂଶ ଭାଗରେ ଅନ୍ୟମାନଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି
