ନୟାଗଡ଼, (ସବୁ୍ୟ): ନୟାଗଡ଼ ଜିଲ୍ଲାରେ ସଂଗରୋଧ କେନ୍ଦ୍ର ବାହାରେ କରୋନା ପଜିଟିଭ୍ ବଢ଼ିବା ଚିନ୍ତାର କାରଣ ହୋଇଛି । ବିଗତ ୧ମାସ ୬ଦିନ ମଧ୍ୟରେ ଜିଲ୍ଲାରେ କରୋନା ପଜିଟିଭ୍ ୮୬ ହୋଇଛି । ସେଥିମଧ୍ୟରୁ ଜନବସତି ଅଞ୍ଚଳରେ ୩ଜଣ ଆକ୍ରାନ୍ତ ହୋଇଛନ୍ତି । ଯାହା ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଦ୍ୱିଗଣିତ କରିଛି ।
ପ୍ରଥମେ ସଂଗରୋଧ କେନ୍ଦ୍ରରେ କରୋନା ଭୂତାଣୁ ସଂକ୍ରମଣ ସିମୀତ ଥିଲା । ଚଳିତ ଜୁନ୍ ମାସ ପହିଲା ତାରିଖରୁ ଜନବସତି ଅଞ୍ଚଳରେ ସଂକ୍ରମଣ ଦେଖାଦେଇଛି । ପ୍ରଥମେ ନୟାଗଡ଼ ବ୍ଲକ ଖେଡ଼ପଡ଼ା ଗାଁର ଜଣେ ଆକ୍ରାନ୍ତ ହେବା ର ୨ଦିନ ପରେ ଜିଲ୍ଲା ହସ୍ପିଟାଲର ଜଣେ ସ୍ୱାସ୍ଥ୍ୟ ସେବିକା ଆକ୍ରାନ ହୋଇଥିଲେ । ଜୁନ୍ ୬ ତାରିଖରେ ବାଲିକୁଦିଆ ଗାଁର ଜଣେ ଯୁବକ କରୋନା ଆକ୍ରାନ୍ତ ହୋଇଥିବା ଜିଲ୍ଲାପାଳ ଡ. ପୋମା ଟୁଡ଼ୁ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।
ଶନିବାର ଅପରାହ୍ନରେ ଜିଲ୍ଲାପାଳ ପ୍ରଦାନ କରିଥିବା ସୂଚନା ଅନୁଯାୟୀ ବାଲିକୁଦିଆ ଗାଁର ଆକ୍ରାନ୍ତ ଯୁବକ ଏକ ମୋଟରସାଇକେଲ ସୋରୁମ୍ ରେ କାର୍ଯ୍ୟରତ ଥିଲେ । ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ରକ୍ତପରୀକ୍ଷା କରିବାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଆକ୍ରାନ୍ତ ଯୁବକ ଏବେ ଚିକିତ୍ସାଧିନ ଅଛନ୍ତି । ସଂପୃକ୍ତ ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି । ଏହାକୁ ମିସାଇ ନୟାଗଡ଼ ବ୍ଲ ଅଞ୍ଚଳର ଜନବସିତ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ଜିଲ୍ଲାରେ ମୋଟ ୮୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ସୁସ୍ଥ ହୋଇଛନ୍ତି । ୩୬ ଜଣ ଏବେ ଚିକିତ୍ସାଧିନ ରହିଥିବା ଜିଲ୍ଲାପାଳଙ୍କ ସୂଚନାରୁ ପ୍ରକାଶ ।