Odisha news

ଅନୁଗୁଳ ଜିଲ୍ଲା କୋଭିଡ-୧୯ ର ସ୍ଥିତି ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ

0

ଅନୁଗୁଳ: ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଗୁଳ ଜିଲ୍ଲା ପାଇଁ କୋଭିଡ-୧୯ ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି କୋଭିଡ-୧୯ ର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ବିଭିନ୍ନ ଅସ୍ଥାୟୀ ମେଡିକାଲ ଶିବିର ବୁଲି ଦେଖିଥିଲେ । ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସଚିବ ଯୋଗ ଦେଇ ଜିଲ୍ଲାରେ କୋଭିଡ-୧୯ ର ପ୍ରତିରୋଧ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବୈଷୟିକ ପରିଚାଳନା ଓ ଜନ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଆଇ.ଇ.ସି କାର୍ଯ୍ୟକ୍ରମରେ ବିଭିନ୍ନ  ଗ୍ରାମରେ ଡାକବାଜି ଯନ୍ତ୍ର ଯୋଗେ ଜନସାଧାରଣଙ୍କୁ କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ସରକାରଙ୍କ ନିୟମାବଳୀକୁ ପ୍ରଚାର କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବର୍ତମାନ ସୁଦ୍ଧା ଜିଲ୍ଲାର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସମୁଦାୟ ୭ ହଜାର ୧୬୫ ଜଣ ପ୍ରବାସୀଙ୍କ ମଧ୍ୟରୁ ୬ ହଜାର ୨୪୩ ଜଣ ପ୍ରବାସୀ ସଙ୍ଗରୋଧ ସାରି ଗୃହକୁ ପ୍ରତ୍ୟାବର୍ତନ କରିଛନ୍ତି । ସେମାନଙ୍କୁ ତାଙ୍କ ଘରେ ପୁନଶ୍ଚ ଆଉ ସାତ ଦିନ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ଯେଉଁ ମାନଙ୍କର ଘରେ ସଙ୍ଗରୋଧର ସୁବିଧା ନାହିଁ ସେମାନଙ୍କୁ ସରକାରୀ ସଙ୍ଗରୋଧରେ ରଖାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ବର୍ତମାନ ସୁଦ୍ଧା ସମୁଦାୟ ୭ ହଜାର ୧୬୫ ଜଣ ପ୍ରବାସୀ ବସ, ଟ୍ରେନ ଓ ନିଜ ବ୍ୟବସ୍ଥାରେ ଜିଲ୍ଲାକୁ ଫେରିଛନ୍ତି ।

ଜିଲ୍ଲାରେ କୋଭିଡ କେୟାର ସେଟଂର ଗୋଟିଏ ବଅଁରପାଳ ଦିଲ୍ଲୀ ପବ୍ଲିକ ସ୍କୁଲ ଠାରେ ଓ ଅନ୍ୟଟି ଆଦର୍ଶ ଆଇ.ଟି.ଆଇ ଠାରେ ୪୦୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଆଦର୍ଶ ଆଇ.ଟି.ଆଇ ଠାରେ ବର୍ତମାନ ୨୫ ଜଣ ୧୪ ଦିନ ପାଇଁ ସଙ୍ଗରୋଧରେ ରହିଛନ୍ତି । ଆମ ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ୨୬୫ ଜଣ ଛାତ୍ର ଓ ପର୍ଯ୍ୟଟକଙ୍କୁ ଖୁବ୍ ଶିଘ୍ର ସେମାନଙ୍କ ଅଚଂଳକୁ ପଠାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହାଛଡା ପ୍ରବାସୀ ଓଡିଆ ମାନଙ୍କୁ ନେଇ ଏହି ଜିଲ୍ଲାକୁ ଆସିଥିବା ବସ ଓ ଟ୍ରେନରେ ୧୩୨୩ ଜଣଙ୍କୁ ପଠାଇ ଦିଆଯାଇଛି । ଆମ ଜିଲ୍ଲାରେ ୨୨୫ଟି ଗ୍ରାମ ପଚାଂୟତ ଓ ୩ଟି ସହରାଚଂଳରେ ସମୁଦାୟ ୩୩୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ପ୍ରବାସୀ ମାନଙ୍କୁ ସଙ୍ଗରୋଧରେ ରଖାଯାଇ ସେମାନଙ୍କ ମଧ୍ୟରୁ ସଙ୍ଗରୋଧ ସଫଳତାର ସହିତ ସମାପ୍ତ କରିଥିବା ୧ ହଜାର ୭୯୧ ଜଣଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଛି । ଏହାଛଡା ସଚିବ ତାଳଚେର କୋଭିଡ ହସ୍ପିଟାଲର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ ।

ଅନୁଗୁଳ ସମେତ ସମ୍ବଲପୁର ଓ ଢ଼େଙ୍କାନାଳ ଜିଲ୍ଲା ପାଇଁ ୧୫୦ ।ଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ବର୍ତମାନ ଅନୁଗୁଳ ଜିଲ୍ଲାରୁ ୬ ଜଣ, ସମ୍ବଲପୁର ଜିଲ୍ଲାରୁ ୩ ଜଣ ଓ ଢ଼େଙ୍କାନାଳ ଜିଲ୍ଲାରୁ ୨୯ ଜଣ ଚିକିତ୍ସିତ ହେଉଛନ୍ତି । ଲଗାତାର ୩ ଦିନ କରୋନା ଲକ୍ଷଣ ପରିଲକ୍ଷିତ ନ ହେଲେ ୧୦ ଦିନ ପରେ ସେମାନଙ୍କୁ ହସ୍ପିଟାଲରୁ କୋଭିଡ କେୟାର ସେଟଂରକୁ ପଠାଇ ଦିଆଯାଉଛି । ବତର୍ମାନ ସୁଦ୍ଧା ୪୮୪୭ ଟି ନମୁନା ସଂଗ୍ରହ ହୋଇଛି ଯେଉଁଥିରୁ ୪୪୮୦ଟି ରିପୋର୍ଟ ହସ୍ତଗତ ହୋଇଛି । ୩୬୭ଟି ରିପୋର୍ଟ ବାକିଥିବା ବେଳେ ୩୨ଟି ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି କୋଭିଡ କେୟାର ହସ୍ପିଟାଲର କର୍ମକର୍ତା ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ଯୋଗ ଦେଇ ପୁଲିସ ପ୍ରଶାସନ ତରଫରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ରାଜ୍ୟ ତଥା ଜିଲ୍ଲା ବାହାରୁ ଏହି ଜିଲ୍ଲାକୁ ଆସୁଥିବା ପ୍ରବାସୀ ମାନଙ୍କ ସମ୍ପର୍କରେ ଅଧିକାଂଶ ଲୋକ ଫୋନ ମାଧ୍ୟମରେ ଜଣାଇବା ପରେ ସେମାନଙ୍କୁ ଆଇ.ଆଇ.ସି ଓ ତହସିଲଦାର ସଙ୍ଗରୋଧରେ ନେଇ ରଖୁଛନ୍ତି । ବର୍ତମାନ ସୁଦ୍ଧା ମାସ୍କ ବ୍ୟବହାର କରିନଥିବା ୭ ହଜାର ୯୦୨ ଜଣ ଲୋକଙ୍କୁ ଜୋରିମନା ବାବଦରେ ୧୮ ଲକ୍ଷ ୪୨ ହଜାର ୫୦୦ ଟଙ୍କା ଆଦାୟ କରାଯାଇଛି ।

ସେହିପରି ତାଲାବନ୍ଦ ନିୟମ ଉଲ୍ଲ୍ଘଂନ କରିଥିବା ୩୫୫ ଜଣଙ୍କ ନାମରେ ଏଫ୍.ଆଇ.ଆର ଲକ୍ କରାଯିବା ସହ ୭୪ଟି ଦୋକାନ ଓ ୪୮୮ଟି ଗାଡିକୁ ସିଜ୍ କରିଦିଆଯାଇଛି ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିଲେ । ଜିଲ୍ଲାରେ ଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପର ପରିଚାଳନା ଓ ଡାକ୍ତର,ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କୁ ସଠିକ୍ ଭାବେ କାର୍ଯ୍ୟରେ ଲଗାଇବା ଉପରେ ସଚିବ ଗୁରୁତ୍ୱାରୋପ କରିଥିଲେ । ସାମାଜିକ ଗଣମାଧ୍ୟମ ଗୁଡିକରେ କୁକୁଡା ମାଂସ ଓ ଅଣ୍ଡାକୁ ନେଇ ହେଉଥିବା ଅପପ୍ରଚାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଡାକବାଜି ଯନ୍ତ୍ର ଯୋଗେ ଜନ ସାଧାରଣଙ୍କୁ ସଚେତନ କରିବାକୁ ସଚିବ ପରାମର୍ଶ ଦେଇଥିଲେ । ଏହାଛଡା ସଚିବ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, କୃଷି ଓ ଏହାର ଆନୁସଙ୍ଗୀକ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ପ୍ରବାସୀ ଶ୍ରମିକ ମାନଙ୍କୁ ଅଗ୍ରାଧିକାର ଭିତିରେ କାମ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ ।

ଶେଷରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ପ୍ରତାପ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ପରେ ସଚିବ ଜରାସିଂହା ଅସ୍ଥାୟୀ ମେଡିକାଲ ଶିବିର ଓ ଆଦର୍ଶ କୋଭିଡ କେୟାର ସେଟଂର ପରିଦର୍ଶନରେ ଯାଇଥିଲେ । ଅସ୍ଥାୟୀ ମେଡିକାଲ ଶିବିର ମଧ୍ୟରେ ଯୋଗ, ପ୍ରାଣାୟାମ ସହ ବିଭିନ୍ନ ଉପାଦେୟ ପୁସ୍ତକ ପଢ଼ିବା ନିମନ୍ତେ ଅନ୍ତେବାସୀ ମାନଙ୍କୁ ପ୍ରବର୍ତାଇବାକୁ ସଚିବ ପରାମର୍ଶ ଦେଇଛନ୍ତି ।

Leave A Reply