Odisha news

କରୋନା ଟୀକା କୁ ନେଇ ସୁପ୍ରିମ କୋର୍ଟଙ୍କ ନିଷ୍ପତି

0

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ସୋମବାର ଦିନ ନିଜର ନିଷ୍ପତି ଶୁଣାଇବାକୁ ଯାଇ କହିଛନ୍ତି ଯେ ‘ କୌଣସି ବ୍ୟକ୍ତିକୁ ଟୀକା ନେବାପାଇଁ ବାଧ୍ୟ କରାଯିବ ନାହିଁ l’ ଜଷ୍ଟିସ ଏଲ ନାଗେଶ୍ୱର ରାଓ ଓ ଜଷ୍ଟିସ ବିଆର ଗବାଇ ଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ରେ ଶୁଣାଣି କରି କୁହାଯାଇଛି ଯେ ‘ ଆର୍ଟିକିଲ -୨୧ ଅନୁସାରେ ବ୍ୟକ୍ତିର ଶାରୀରିକ ଅଖଣ୍ଡତା କୁ ଅନୁମତି ରେ ଭଙ୍ଗ କରାଯାଇ ପାରିବ ନାହିଁ l ଏପରି ସ୍ଥିତି ରେ ଦେଶବାସୀ ଙ୍କୁ ଟୀକା କରଣ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ l

ସୁପ୍ରିମ କୋର୍ଟ ଙ୍କ ପକ୍ଷରୁ କୁହାଯାଇଛି ଯେ କିଛିଟା ରାଜ୍ୟ ସରକାରଙ୍କ ପକ୍ଷରୁ ଟୀକା କରଣକୁ ନେଇ ଯେଉଁ ସର୍ତ୍ତ ରଖାଯାଇଛି ଯେ ସାର୍ବଜନିକ ସ୍ଥାନରେ ଟୀକା ନେଇ ନଥିବା ଲୋକଙ୍କୁ ବ୍ୟାନ କରାଯିବା ଠିକ ନୁହେଁ l ଏହା ବ୍ୟତୀତ ସୁପ୍ରିମ କୋର୍ଟଙ୍କ ପକ୍ଷରୁ COVID 19 ଟୀକା କରଣ ର ତଥ୍ୟ କୁ ସାର୍ବଜନିକ କରିବାକୁ ନେଇ ମଧ୍ୟ ତଥ୍ୟ ପ୍ରକାଶ ପାଇଛି l
କରୋନା ଟୀକା କରଣ କୁ ନେଇ ୧୭ ଜାନୁଆରୀ ୨୦୨୨ ରେ ସୁପ୍ରିମ କୋର୍ଟ ରେ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗ ର ଶୁଣାଣି କରି ସୁପ୍ରିମ କୋର୍ଟ କହିଛନ୍ତି ଦେଶରେ କରୋନା ଟୀକା ଅନିର୍ବlଜ୍ୟ ନୁହେଁ, ନା କାହା ଉପରେ ଟୀକା ନେବାପାଇଁ ଚାପ ପକାଯାଇ ପାରିବ l
Leave A Reply