Odisha news

କରୋନା ସଂକ୍ରମିତ ଶିଶୁଙ୍କ ନିକଟରେ ଦେଖାଯାଉଛି ଏପରି ଲକ୍ଷଣ : ରୁହନ୍ତୁ ସତର୍କ

0

ବର୍ତମାନ ସାରା ଦେଶରେ କରୋନା ମହାମାରୀ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି l ଏହା ପ୍ରତି ଆୟୁ ବର୍ଗଙ୍କୁ ସଂକ୍ରମିତ କରୁଛି l କରୋନା ଦ୍ୱାରା ଛୋଟ ପିଲା ମଧ୍ୟ ସଂକ୍ରମିତ ହେଉଛନ୍ତି l ଏହି ସମୟରେ ଗୋଟିଏ ଗବେଷଣା ଦ୍ୱାରା ଏହା ଜଣା ପଡିଛି ଯେ ଡାକ୍ତରଖାନା ରେ କରୋନା ସଂକ୍ରମିତ ପିଲା ମାନଙ୍କ ମଧ୍ୟରୁ ୪୪ ପ୍ରତିଶତ ଶିଶୁ ଙ୍କ ନିକଟରେ ନ୍ୟୁରୋଲୋଜି ଲକ୍ଷଣ ବିକଶିତ ହେଉଛି l

ଗବେଷଣା ରୁ ମିଳିଥିବା ସୂଚନା ଅନୁସାରେ ଯେଉଁ କାରଣରୁ ଶିଶୁ ମାନଙ୍କୁ ଶାରୀରିକ ଅକ୍ଷମତା ବୃଦ୍ଧି ପାଇଥାଏ l ଯାହା ଶିଶୁ ମାନଙ୍କୁ ଦୁର୍ବଳ କରି ଦେଉଛି l ଏହି କରୋନା ସଂକ୍ରମିତ ଶିଶୁ ମାନଙ୍କୁ ବିଭିନ୍ନ ଉପାୟରେ ସଂକ୍ରମିତ କରୁଛି l ହୋଇଥିବା ଗବେଷଣା ଅନୁସାରେ ଡାକ୍ତରଖାନା ରେ ଭର୍ତି ହୋଇଥିବା ୧,୪୯୩ ଶିଶୁଙ୍କ ମଧ୍ୟରୁ ୧,୨୭୮ ଶିଶୁଙ୍କ ଭିତରେ ତୀବ୍ର ସାର୍ଷ – ସିଓବି -2 ରୁ ସଂକ୍ରମିତ ହୋଇ ଥିବାର ମିଳି ଥିଲେ l ଅନ୍ୟ ଗୋଟିଏ ପକ୍ଷରେ ୨୧୫ ଶିଶୁ ଙ୍କ ଭିତରେ ମଲ୍ଟି ସିଷ୍ଟମ ଇମ୍ଫ୍ଲାମେଟୋରି ସିଣ୍ଡ୍ରୋମ ଲକ୍ଷଣ ଦେଖିବାକୁ ମିଳିଛି l

ତୀବ୍ର କୋଭିଡ – 19 ସହିତ ଜଡିତ ସବୁଠୁ ସାଧାରଣ ତନ୍ତ୍ର ସମ୍ବନ୍ଧ ଅଭିବ୍ୟକ୍ତ ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲେଇବା, ଗନ୍ଧ ହୀନ, ଦୃଷ୍ଟି ହୀନ, ଷ୍ଟ୍ରୋକ ଓ ମନୋବୃତି ସମସ୍ୟା ଦେଖା ଦେଉଛି l

Leave A Reply