Odisha news

ଭାରତର କରୋନା ସ୍ଥିତି ବଢ଼ାଇଲା ବିଶ୍ୱର ଚିନ୍ତା

0

ନୂଆଦିଲ୍ଲୀ: ଭାରତର କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତିତ l ଯେଭଳି ଭାବରେ ଭାରତରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି ତାହାକୁ ଆଖି ଆଗରେ ରଖି ଭାରତ ଉପରେ ଜାତାୟତକୁ ନେଇ ପ୍ରତିବନ୍ଧକ ଲଗା ଯାଇଛି l ଏହି ତାଲିକାରେ ଆମେରିକା ,ୟୁକେ ରୁ ନେଇ ପାକିସ୍ତାନ ଓ ହଂକଂ ଭଳି ଦେଶ ମଧ୍ୟ ଅଛନ୍ତି l ଏହି ସମସ୍ତ ଦେଶ ଭାରତରେ କରୋନା ର ବଢୁଥିବା ମାମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଓ ଯାତ୍ରୀ ମାନଙ୍କ ଉପରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି l

ଭାରତୀୟ ଯାତ୍ରୀଙ୍କ ଉପରେ ଲାଗିଥିବା କଟକଣା –

ରବିବାରଦିନ ହଂକଂ ସରକାରଙ୍କ ପକ୍ଷରୁ ଭାରତୀୟ ଯାତ୍ରୀଙ୍କ ପ୍ରତି ପ୍ରତିବନ୍ଧକ ଲାଗିଛି l ଗୋଟିଏ ସୂଚନାରେ ଜାରି କରାଯାଇଛି ଯେ ୧୪ ଦିନ ପର୍ଯ୍ୟନ୍ତ କୌଣସି ବିମାନ ଭାରତରୁ ହଂକଂ ଆସିବ ନାହିଁ l ଅପ୍ରେଲ ୨୦ ତାରିଖରୁ ହଂକଂ ସରକାରଙ୍କ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଛି l ଏହି ନିଷ୍ପତି ସେତେବେଳେ ନିଆଗଲା ଯେତେବେଳେ ମୁମ୍ବାଇ ରୁ ହଂକଂ ଯାତ୍ରା କରିଥିବା ଯାତ୍ରୀ ମାନଙ୍କ ନିକଟରେ କୋଭିଡ ପଜିଟିଭ ବାହାରିଥିଲା l

ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ଭାରତରୁ ଆସୁଥିବା ଯାତ୍ରୀ ମାନଙ୍କ ଉପରେ ଦୁଇସପ୍ତାହ ପର୍ଯ୍ୟନ୍ତ ରୋକ ଲଗାଇଛି l ଅପ୍ରେଲ ୨୩ ତାରିଖ ଠାରୁ ୟୁକେ ମଧ୍ୟ ଭାରତୀୟ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି l ସେହି ସ୍ଥାନରେ ୟୁକେ ନାଗରିକ ଯିଏ କି ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି ତାଙ୍କ ଉପରେ ୧୧ ଦିନ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗା ଯାଇଛି l

 

Leave A Reply