ନୂଆଦିଲ୍ଲୀ : ଆସନ୍ତା ମାସରୁ ଲଣ୍ଡନରେ ଗୋଟିଏ ଅଦ୍ଭୁତ କାର୍ଯ୍ୟକ୍ରମ ହେବାକୁ ଯାଉଛି l ଲଣ୍ଡନର ରୟାଲ ଫ୍ରି ଚିକିତ୍ସାଳୟରେ ହେବାକୁ ଯାଉଥିବା କାର୍ଯ୍ୟକ୍ରମାର ପଖାପାଖି ୨୫୦୦ ବ୍ରିଟିସସ ଜାଣି ଶୁଣି କାରାନା ପଜିଟିଭ ହେବାକୁ ଯାଉଛନ୍ତି l ଏହି କାର୍ଯ୍ୟକ୍ରମଟିର ନାମ ହେଉଛି ହ୍ୱିୟୁମାନ ଚାଲେଞ୍ଜ ଟ୍ରାଏଲ l ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଥମେ ସୁସ୍ଥ ବ୍ୟକ୍ତି ମାନଙ୍କୁ କରୋନା ଭାଇରସ ପଜିଟିଭ କରାଯିବ ଓ ଆଉଥରେ ତାଙ୍କୁ ଟୀକ୍କା ଦିଆଯିବ l ଏହାର ଫଳାଫଳକୁ ତଦାରଖ କରାଯିବ ,ଓ ଏହାପରେ ସମସ୍ତ କାର୍ଯ୍ୟକୁ ତଦାରଖରେ କରାଯାଇ ଦେଖାଯିବ ଯେ ଟୀକ୍କାଟି ସେମାନଙ୍କୁ କାମ କରୁଛି କି ନାହିଁ l
ଏହା ପୂର୍ଵରୁ ମଧ୍ୟ ମ୍ୟାଲେରିଆ ,ଟାଇଫଏଡ ଓ ଫ୍ଲୁ ଭଳି ରୋଗ ପାଇଁ ଏହି ଭଳି ପ୍ରୟୋଗରେ କରାଯାଇଥିଲା l ଏହି ଟ୍ରାଏଲ ଏଥିପାଇଁ କରାଯାଉଛି କାହିଁକି ନା କରୋନା ଟୀକ୍କାକୁ ଯଥାଶୀଘ୍ର ସାଫଳତାର ସାହିତ ପ୍ରୟୋଗ କରାଯାଇ ପରିବ l ଯେଉଁ ବ୍ୟକ୍ତି ମାନଙ୍କ ଉପରେ କରନା ଭୁତାଣୁ ପ୍ରୟୋଗ କରାଯିବ ସେହି ବ୍ୟକ୍ତି ମାନଙ୍କ ବୟସ ୧୮ ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଅବାଶ୍ୟକ ,କାରଣ ଏହି ବୟସର ଲୋକ ମାନଙ୍କ ମଧ୍ୟରେ କରୋନା ରେ ମରିବାର ରିସ୍କ କମ ରହିଥାଏ l ଏହି ବ୍ୟକ୍ତି ମାନଙ୍କୁ ମନିଟର କରିବା ପାଇଁ ଉନ୍ନତ ମାନର ଚିକିତ୍ସା ପ୍ରଣାଳୀ ଉପଲବ୍ଧ କରାଯାଉଛି l
ଏହି ଗବେଷଣା ପାଇଁ ଯେଉଁ ବ୍ୟକ୍ତି ମାନେ ଅଂଶଗ୍ରହଣ କରିବେ ସେମାନଙ୍କୁ ୪ ହାଜର ପାଉଣ୍ଡ ଦିଆଯିବ ,ଯାହା ଭାରତୀୟ ମୁଦ୍ରାରେ ୪ ଲକ୍ଷ ଟଙ୍କା ଅଟେ l ଏଥିରେ ଯେଉଁ ମାନେ ଅଂଶଗ୍ରହଣ କରିବେ ସେମାନଙ୍କୁ ପାଖାପାଖି ଦୁଇ ସପ୍ତାହ ପାଇଁ ଗୋଟିଏ କ୍ଲିନିକରେ ବନ୍ଦ କାରି ରଖାଯିବ ଓ ସେମାନଙ୍କ ଶରୀରକୁ ମନିଟର କରାଯିବ l ଯଦି ଏହି ଟ୍ରାଏଲ ସଫଳ ହେଲା ତେବେ ଲକ୍ଷଲକ୍ଷ ଲୋକଙ୍କର ଜୀବନରେ ବଞ୍ଚାଇ ହେବ l ଏହି ଟ୍ରାଏଲର ଆରମ୍ଭ ସର୍ବ ପ୍ରଥମେ ୧୮ ଶତାବ୍ଦୀରେ ବୈଜ୍ଞାନିକ ଏଡ଼ଵର୍ଡ ଜେନର କରିଥିଲେ ,ଯେତେବେଳେ ତାଙ୍କର ପୁଅ ବଗିଚାରେ ଖେଳୁଥିଲା ତାକୁ ଭୁତାଣୁ ସଂକ୍ରମିତ କରି ଦେଇଥିଲେ ,କାରଣ ଜାଣି ହେବ ଯେ ଟୀକ୍କାଟି ପ୍ରଭାବଶାଳୀ ହେବ କି ନାହିଁ l