Odisha news

ଆଜି ଅନୁଗୁଳ ଜିଲ୍ଲାରୁ ୪୦ ଜଣ କରୋନା ପଜିଟିଭ୍ ଚିହ୍ନଟ : ପଜିଟିଭ୍ ସଂଖ୍ୟା ପହଁଚିଲା ୬୧୯ରେ

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ୪୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଚଂଳରୁ ୧୭ ଜଣ, ତାଳଚେର ବ୍ଲକ ଅଚଂଳରୁ ୧୧ ଜଣ, ଅନୁଗୁଳ ପୋ÷ରାଚଂଳରୁ ୬ ଜଣ, ଅନୁଗୁଳ ବ୍ଲକ ଅଚଂଳରୁ ୫ ଜଣ ଓ ଆଠମଲ୍ଲିକ ବିଜ୍ଞାପିତ ଅଚଂଳ ପରିଷଦରୁ ୧ ଜଣ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଚଂଳରୁ ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୮ ଜଣ ମହିଳା ଅଛନ୍ତି ।

ତାଳଚେର ବ୍ଲକ ଅଚଂଳରୁ ଚିହ୍ନଟ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି । ଅନୁଗୁଳ ପୋ÷ରାଚଂଳରୁ ଚିହ୍ନଟ ହୋଇଥିବା ୬ ଜଣଯାକ ପୁରୁଷଙ୍କ ମଧ୍ୟରୁ ୨ ଜଣ ପୃଥକ ଭାବେ ଭୁବନେଶ୍ୱରର ଦୁଇଟି ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପଜିଟିଭ୍ ହୋଇଥିବାର ଜଣାପଡିଛି । ଅନୁଗୁଳ ବ୍ଲକ ଅଚଂଳରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୧ ଜଣ ମହିଳା ଅଛନ୍ତି । ସେହିପରି ଆଠମଲ୍ଲିକ ବିଜ୍ଞାପିତ ଅଚଂଳ ପରିଷଦ ଅନ୍ତର୍ଗତ ଏକ ୱାର୍ଡରୁ ୧ ଜଣ ମହିଳା କରୋନା ପଜିଟିଭ୍ ହୋଇଥିବାର ଜଣାପଡିଛି ।

ସମସ୍ତ ଲକ୍ଷଣ ବିହିନ ଓ ସ୍ୱଳ୍ପ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କ ମାନଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯିବା ସହ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତାଳଚେର କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇଥିବା ୫ ଜଣଙ୍କୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୪୦୧ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୪୦୬ରେ ପହଁଚିଲା ।

Leave A Reply