ଅନୁଗୁଳ: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡର ସାମାଜିକ ଦାୟିତ୍ୱବୋଧ ବିଭାଗ ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ,କୋଭିଡ୍-୧୯ ମହାମାରୀର ସମସ୍ତ ପ୍ରତିଷେଧ ମୂଳକ ଗାଇଡ ଲାଇନ ସହ ପାଳିତ ହୋଇଯାଇଛି । ପାଶ୍ୱର୍ବର୍ତୀ ଅଚଂଳର ଅଧିବାସୀଙ୍କ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସମାଜ ପ୍ରତିଥିବା ମହତ୍ୱପୂର୍ଣ୍ଣ ଅବଦାନ ଏବଂ ପରିଣତି ବୟସରେ ସେମାନଙ୍କର ପରପିବାର ମଧ୍ୟରେ ଯତ୍ନ କିପରି ନିଆଯିବ ସେ ସମ୍ପର୍କରେ ଏକ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ପାଶ୍ୱର୍ବର୍ତୀ ଗ୍ରାମାଚଂଳରେ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଜାମୁଣ୍ଡା ଜଙ୍ଗଲ ଟେଳିମେଡିସିନ ସେଟଂର ଠାରେ ପାଶ୍ୱର୍ବର୍ତୀ ଅଚଂଳର ବରିଷ୍ଠ ନାଗରିକଙ୍କ ଜିନ୍ଦଲ ଅକୁପେଶନାଲ ହେଲଥ ସେଟଂରର ଡାକ୍ତରଙ୍କ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା କରାଯିବା ସହ ଆବଶ୍ୟକ ଔଷଧ ବଟଂନ କରାଯାଇଥିଲା । ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ଅକୁପେଶନାଲ ହେଲଥ ସେଟଂର-ଜେଏସପିଏଲର ମୁଖ୍ୟ ଡାକ୍ତର କୃଷ୍ଣ ପ୍ରସାଦ ବେହେରା ଏକ ସୁସ୍ଥ ଜୀବନ ଶୈଳୀ ବ୍ୟକ୍ତିକୁ ଏହି ପରିଣତି ବୟସରେ ମାନସିକ ଏବଂ ଶାରୀରିକ ସୁସ୍ଥତା ଆଣିଥାଏ ବୋଲି ପ୍ରକାଶ କରିଥିଲେ ।
ଜେଏସପିଏଲର ସିଏସଆର, ଆଇଆର, ଏଲ ଏ ବିଭାଗର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବରିଷ୍ଠ ନାଗରିକ ମାନେ ଜେଏସପିଏଲର ଏତାଦୃଶ କାର୍ଯ୍ୟ ପାଇଁ ଜେଏସପିଏଲ ଫାଉଣ୍ଡେସନକୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଦିବସ ଅବସରରେ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳସ୍ଥିତ ଦିଶା ଏବଂ ନବଜୀବନ ବରିଷ୍ଠ ନାଗରିକ ହୋମର ଅନ୍ତେବାସୀଙ୍କୁ ସ୍ୱଚ୍ଛତା କିଟ ପ୍ରଦାନ କରାଯାଇଥିଲା ।
