Odisha news

ଲଗାଣ ବର୍ଷାରେ ଫାଇଦା ନେଲେ ଚୋର ୩୩ କେ.ଭି ବିଦ୍ୟୁତ୍ ଟ୍ରାନ୍ସଫରମର ରୁ ତେଲ ଚୋରୀ

0

ବଇଁଣ୍ଡା: ବଇଁଣ୍ଡା ବିଦ୍ୟୁତ୍ ସେକସନ ଅନ୍ତର୍ଗତ କଦଳୀମୁଣ୍ଡା ବିଦ୍ୟୁତ୍ ଷ୍ଟକଚର ଠାରେ ଥିବା ୩୩ କେ.ଭି ବିଦ୍ୟୁତ୍ ଟ୍ରାନ୍ସଫରମର ରୁ ଗତ ରାତିରେ ଲଗାଣ ବର୍ଷାର ସୁଯୋଗ ନେଇ ଟ୍ରାନ୍ସଫରମର ତୈଳ ଚୋରୀ ହେବା ଯୋଗୁଁ ଆଜି ଅପରାହ୍ନ ୪ଟାରୁ ଖବର ଲେଖାହେବା ପର୍ଯ୍ୟନ୍ତ (ରାତି ସାଢ଼େ ଆଠଟା) ବଇଁଣ୍ଡାର ଅଧା ଅଚଂଳ ଅନ୍ଧାରରେ ରହିଛି ।

ଏ ସମ୍ପର୍କରେ ବଇଁଣ୍ଡା ସେସୁ ସେକସନ ଅଧିକାରୀ ଇଂ ଉମାକାନ୍ତ ମାଝୀ ଙ୍କୁ ଯୋଗାଯୋଗ କରିବାରୁ ଗତ ରାତିରେ ୩୩ କେ.ଭି ବିଦ୍ୟୁତ୍ ଟ୍ରାନ୍ସଫରମର ରୁ ତେଲ ଚୋରୀ ହୋଇଥିବା କୁ ସ୍ୱୀକାର କରିଛନ୍ତି । ତେଲ ଚୋରୀରେ ପେଶାଦାର ଚୋରଙ୍କ ହାତଥିବା ସେ କହିଛନ୍ତି । ବଇଁଣ୍ଡା ବିଦ୍ୟୁତ୍ ସେକସନ ର ଏହି ୩୩ କେ.ଭି ଟ୍ରାନ୍ସଫରମର ରେ ୬୫୦ ଲିଟର ତେଲଭରିବାର କ୍ଷମତା ରହିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ (ରାତି ସାଢ଼େ ଆଠଟା) ତେଲ ଭର୍ତି କରିବା କାର୍ଯ୍ୟ ଶେଷ ହୋଇନାହିଁ ।

Leave A Reply