Odisha news

ଦାରିଦ୍ୟରେ ସରକାରୀ କରୋନା ଯୋଦ୍ଧା

0
ରାଜେଶ କୁମାର ଲେଙ୍କା  : କରୋନା ଭଳି ଏକ ଭୟଙ୍କର ମହାମାରୀରେ ଜନସାଧାରଣଙ୍କୁ ଘରେ ରହିବା ପାଇଁ କୁହାଯାଉଥିଲେ ମଧ୍ଯ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କୁ ଘର ବାହାରକୁ ଯାଇ କାମ କରିବାକୁ ପଡୁଛି l ନିଜ ଜୀବନକୁ ବାଜି ଲଗେଇ  ସ୍ବାସ୍ଥ୍ଯ ବିଭାଗର  କର୍ମଚାରୀମାନେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ତ,କ୍ବାରାଣ୍ଟାଇନ ସେଣ୍ଟରରେ ଶିକ୍ଷକ ମାନେ ଦେଖାଣୁଣା କରୁଛନ୍ତି, ଆଉ କିଛି ପୋଲିସ୍ ବିଭାଗର  କର୍ମଚାରୀମାନେ ମାଟିଆ ବର୍ଦ୍ଦି ପିନ୍ଧି ବାହାରେ ଲୋକଙ୍କର ଯାତାୟତ ଓ ଭିଡକୁ ନିୟନ୍ତ୍ରଣ କରୁଛନ୍ତି l ଏହା ସହ ଅଗ୍ନି ବିଭାଗର କର୍ମଚାରୀ ମଧ୍ୟ ଏହି ସମୟରେ ଅଫିସ୍ ରେ ରହି କୋଭିଡ୍ କଣ୍ଟ୍ରୋଲ୍ ରୁମରେ କାମ କରୁଛନ୍ତି l
କିନ୍ତୁ ବଡ ଦୁଃଖର ବିଷୟ ସେମାନଙ୍କ ମଧ୍ୟରୁ ସମସ୍ତ ଯୁବ କର୍ମଚାରୀ ଏବେ ଅଭାବ ଅନଟନରେ ଜୀବନଯାପନ କରୁଛନ୍ତି l କରୋନା ଯୁଦ୍ଧରେ ସାମିଲ୍ ହୋଇ ନିଜର ଓ ନିଜ ପରିବାରର ଜୀବନକୁ ବିପଦମୁଖରେ ଠେଲି ଦେଇ ମଧ୍ଯ ଦିନକୁ ଦୁଇ ଓଳି ପେଟପୁରା ଖାଇବାକୁ ପାଉନାହାନ୍ତି ଏହି ଯୁବ କର୍ମଚାରୀମାନେ, ସେହିପରି ଏହି ଯୁବ କର୍ମଚାରୀମାନେ କାହାକୁ କହି ପାରନ୍ତି ନାହିଁ ଯେ ସେମାନେ 15 ,17 ବର୍ଷ ପାଠ ପଢି, କମ୍ପିଟେଟିଭ୍ ପରୀକ୍ଷା ଇଣ୍ଟରଭ୍ଯୁ ପାଇଁ ପ୍ରସ୍ତୁତି ହୋଇ, ଲକ୍ଷଲକ୍ଷ ପିଲାଙ୍କ ଭିତରୁ ବଛା ହେଇ ଶେଷରେ ସରକାରୀ ଚାକିରୀ ଖଣ୍ଡେ ପାଇଲା ପରେ ରୋଜଗାର କରୁଛନ୍ତି ଦିନମଜୁରୀଠୁ କମ୍ l ମାତ୍ର 8000ରୁ 10000 ଟଙ୍କା। ସେଥିରୁ ପୁଣି ପେନସନ୍ ଫଣ୍ଡକୁ କଟି ଯାହା ପାଉଥିବେ l
ସରକାର କରୋନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଏହି କରୋନା ଯୋଦ୍ଧାଙ୍କୁ ମିଳୁଛି ମାତ୍ର ଚାରିଅଙ୍କ ବିଶିଷ୍ଟ ଦରମା. ସେ ପଇସାରେ ନା ଘରଭଡା ଦେଇହେବ, ନା ବୁଢା ବାପା ମାଙ୍କ ଚିକିତ୍ସା କରିହେବ, ନା ଭଉଣୀର ବାହାଘର କରିହେବ, ନା ଦି ବଖରା ପକା ଘରଟିଏ କରିହେବ  ଏଇ ଦରମାତ ପରିବାର ପାଇଁ ଦୁଇ ଓଳି ଖାଇବାକୁ ନିଅଣ୍ଟ l
ତାହାଲେ ଯୁବ କର୍ମଚାରୀଙ୍କର କାହିଁକି ଏପରି ଅବସ୍ଥା କାହିଁକି, ସରକାରୀ ଚାକିରୀ କରି ବି ଏମାନେ ସ୍ବଚ୍ଛଳ ହେଇ ପାରୁନାହାନ୍ତି, କାହିଁକି ଏକ ନମ୍ବର ମୁଖ୍ଯମନ୍ତ୍ରୀଙ୍କ ରାଜ୍ଯରେ ଯୁବ କର୍ମଚାରୀଙ୍କୁ ଏତେ ହତାଦାର, ସବୁ କାହିଁକିର ଉତ୍ତର ହେଉଛି ସରକାରଙ୍କ ଦ୍ବାରା ପ୍ରଣୀତ ଅମାନବିକ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ l   ନିୟମିତ ସରକାରୀ ଅନୁଦାନ ପଦବୀରେ ନିୟମିତ ପରୀକ୍ଷା ମାଧ୍ଯମରେ ନିଯୁକ୍ତି କରି ମଧ୍ଯ ସ୍ବଳ୍ପବେତନ ପ୍ରାପ୍ତ ଯୁବ କର୍ମଚାରୀଙ୍କୁ ଏକ ତୃତୀୟାଂଶ ଦରମାରେ ନିୟୋଜିତ କରିବା କଣ ଆପଣଙ୍କ ଉଦ୍ଦେଶ୍ୟ l
ଯୁବା ମାନେ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଆସି 6 ବର୍ଷ ଦୁଃଖକଷ୍ଟରେ କାର୍ଯ୍ଯକରିଲା ପରେ ସେହି ପଦବୀ ଗୁଡିକ ପୁଣି ନିୟମିତ ହେଇଯାଏ, ଏ କି ବିଚିତ୍ର ନିୟମ ଓ ଏ କି ଅଜବ ବ୍ଯବସ୍ଥା ସରକାରଙ୍କର l ରାଜ୍ଯରେ ଚାକିରୀ ନାହିଁ ବୋଲି କଣ ତମେ ଓଡିଶାର ଯୁବକଯୁବତୀଙ୍କୁ ଏମିତି ପ୍ରତାରଣା କରିବ, ଚାକିରୀ ଖଣ୍ଡେ ପାଇଁ l ଏତେ ପ୍ରତାରଣା କାହିଁକି, କାହିଁକି ଆମ ରାଜ୍ଯଠୁ ଗରିବ ରାଜ୍ଯମାନେ ସରକାରୀ ପଦବୀରେ ଯୁବବର୍ଗଙ୍କୁ ନିୟମିତ ନିଯୁକ୍ତି କରି ନିୟମିତ ଦରମା ଦେଉଥିବା ବେଳେ ଆମ ସରକାର ନିୟମିତ ନିଯୁକ୍ତି କରି ମଧ୍ୟ ଚୁକ୍ତିଭିତ୍ତିକ ଦରମା ଦେଉଛନ୍ତି l ଆପଣ ହିଁ ଆପଣଙ୍କ ସମ୍ମାନ ହରାଉଛନ୍ତି, ଏହି ଯୁବ ଶିକ୍ଷିତ କର୍ମଚାରୀଙ୍କ ସମ୍ମୁଖରେ l
ଅନୁରୋଧ
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏହି ଚୁକ୍ତିଭିତ୍ତିକ ନିୟମ ଉଚ୍ଛେଦ କରନ୍ତୁ ଓ ସମସ୍ତଙ୍କୁ ନିୟମିତ ଭାବେ ପରିଚିତ କରାନ୍ତୁl
Leave A Reply