Odisha news

ବାଲେଶ୍ୱର ଜିଲ୍ଲାରେ ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୮୫

0

ବାଲେଶ୍ୱର : ଆଜି ବାଲେଶ୍ୱର ଜିଲ୍ଲାରେ ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଏହି ସଂଖ୍ୟା ୮୮୫ରେ ପହଞ୍ଚôଛି  । କ୍ୱାରେନ୍ଟାଇନ୍ ସେଣ୍ଟରରୁ ବାହାର ରାଜ୍ୟରୁ  ଆସିଥିବା ୧୧ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅବଶିଷ୍ଟ ୧୮ଜଣ ଲୋକାଲକେସ୍ ଥିବା ଜଣାପଡିଛି  ।

ଜଳେଶ୍ୱରସ୍ଥିତ ବାଲିଗୋପିନାଥପୁର କ୍ୱାରେନ୍ଟାଇନ୍ ସେଣ୍ଟର, ସିମୁଳିଆର ପାର୍ବତୀପୁ. ଶ୍ୟାମସୁନ୍ଦରପୁର, ରାମଚନ୍ଦ୍ରପୁର,ବ୍ରହ୍ମପୁର କ୍ୱାରେନ୍ଟାଇନ୍ ସେଣ୍ଟରରୁ ୪ଜଣ ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ନୀଳଗିରି ରାଧାକିଶୋରପୁରରୁ-୧ ସୋର ଗୁଜୁରିଆରୁ ଜଣେ ଖଇରା ତେନ୍ତୁଳିଆ-୧, ବସ୍ତା ଥାନା ହଳଦିପଦା-୧, ସେରଗଡ଼ ଅଞ୍ଚଳରୁ -୧ ବ୍ୟକ୍ତିଙ୍କୁ ପଜେଟିଭ୍ ଭାବେ କ୍ୱାରେନ୍ଟାଇନ୍ ସେଣ୍ଟରରୁ ଚିହ୍ନଟ କରାଯାଇଛି  ।

ସେହିପରି ବାହାନଗାର ବାଜିପୁର, ରେମୁଣାର ଶାସନବାଡ଼,ସିଂଲା, ସଦରବ୍ଲକ ଆନ୍ଦୁଳା,ବାଲିଆପାଳର ଜଗାଇ, ଖଇରାର  ନହଙ୍ଗ, ରୁସ୍ତମପୁର, ସଦରବ୍ଲକ ଚାନ୍ଦିପୁର,ବାଳିଆପାଳର ଅଣ୍ଢେଇଉଲା, ବସ୍ତାର ବନମାରି ଅଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବସ୍ତାର କରୁଆ ଅଞ୍ଚଳରୁ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି  ।

Leave A Reply