Odisha news

ଲାଞ୍ଚ ନେବାବେଳେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

0

ବାଲେଶ୍ୱର : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଠାରେ ଥିବା ରାଜସ୍ୱ ନିରୀକ୍ଷକ ସୁବ୍ରତ କୁମାର ମଲ୍ଲିକ କିଶୋର କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୩ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି  ।  ଘଟଣାରୁ ପ୍ରକାଶ କିଶୋର କୁମାର ପଣ୍ଡା ତାଙ୍କ ମାଙ୍କ ମୃତୁ୍ୟପରେ ଏକ ଲିଗାଲ ହେୟାର ସାର୍ଟିଫିକେଟ ପାଇଁ ଆବେଦନ କରିଥିଲେ  । ଆର୍ଆଇ ଶ୍ରୀ ମଲ୍ଲିକ ଏହି ସାର୍ଟିଫିକେଟ ଦେବାରେ ଅବହେଳା କରିବା ସହ ଶ୍ରୀ ପଣ୍ଡାଙ୍କୁ ବାରମ୍ବାର ଦୌଡ଼ାଇ ଶେଷରେ ୩ହଜାର ଟଙ୍କା ମାଗିଥିଲେ  ।

ଘଟଣା ସମ୍ପର୍କରେ କିଶୋର କୁମାର ପଣ୍ଡା ଭିଜିଲାନ୍ସ ଥାନାରେ ଜଣାଇବା ପରେ ଏବାବଦରେ ଥାନାରେ ୨୧/୨୦୨୦ ତାରିଖ ୨୭/୭/୨୦୨୦ମୂଳେ ଏକ ମାମଲା ରୁଜୁ  କରାଯାଇଥିଲା  । ଏହାପରେ ଆର୍ଆଇ ସୁବ୍ରତ କୁମାର ମଲ୍ଲିକ କିଶୋର କୁମାର ପଣ୍ଡାଙ୍କ ଠାରୁ ୩ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀମାନେ ଲାଞ୍ଚ ଟଙ୍କା ସହ ଆରଆଇ ଶ୍ରୀ ମଲ୍ଲିକଙ୍କୁ କାବୁ କରି ନେଇଥିଲେ  । ପରେ ଆର୍ଆଇ ଶ୍ରୀ ମଲ୍ଲିକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି  ।

Nalco

Leave A Reply