Odisha news

ଛତ୍ରପୁର : ୬୧ କୁ ଛୁଇଁଲା କରୋନା ଆକ୍ରାନ୍ତ ସଂଖ୍ୟା , ୩୯ ସୁସ୍ଥ , ୨୧ଟି ଆକ୍ଟିବ କେସ ଏବଂ ଜଣେ ମୃତ

0

ଛତ୍ରପୁର :  ଛତ୍ରପୁର ଏନଏସି ଅଂଚଳରୁ  ଆଜି  ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାସହ ଆକ୍ରାନ୍ତ ସଂଖ୍ୟା ୬୧ରେ ପହଞ୍ଚିଛି । ୬୧ଜଣଙ୍କ ମଧ୍ୟରୁ ୩୯ଜଣ ସୁସ୍ଥ ହୋଇଥିବା ବେଳେ ୨୧ଟି ଆକ୍ଟିଭ କେଶ ରହିଛି ଓ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଛତ୍ରପୁର ଏନଏସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।

ଯେଉଁ ଅଂଚଳରେ କରୋନା ପଜିଟିଭ ଚିହ୍ନଟ ହୋଇଛି ସେହି ଅଂଚଳ କୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।  ଏନଏସିର ବିଭିନ୍ନ ପ୍ରବେଶ ପ୍ରଥକୁ ବ୍ୟାରିକାଟ୍ ବାନ୍ଧି ସିଲ କରାଯାଇଛି । ଡିଆରଡିଏ ଛକ ଠାରେ ଅସ୍ଥାୟୀ ଚେକ୍ ପୋଷ୍ଟ କରାଯାଇ ସେଠାରେ ଜରୁରୀ ଥିବା ବ୍ୟକ୍ତି ମାନଙ୍କୁ ସହର ଭିତରକୁ ପ୍ରବେଶ ନିମନ୍ତେ ଛଡାଯାଉଛି । ସେହିପରି ନୂଆବସଷ୍ଟାଣ୍ଡ ନିକଟରେ ଏକ ଅସ୍ଥାୟୀ ଚେକ୍ ପୋଷ୍ଟ କରାଯାଇଛି ସେଠାରେ ସହର ବାହାରକୁ ଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି ।

 

Leave A Reply